ଫୁଲବାଣୀ (Santosh Mishra) : ମାଟିର ସ୍ୱାସ୍ଥ୍ୟ କହିଲେ ମାଟିର ଜୀବିତ ରହିବା କ୍ଷମତାକୁ ବୁଝାଇଥାଏ । ଏହି କ୍ଷମତା ମନୁଷ୍ୟ ତଥା ଜୀବଜଗତର ସ୍ୱାସ୍ଥ୍ୟ ଓ ପରିବେଶ ରକ୍ଷା କରିବାରେ ସହାୟକ ହେବା ସହିତ ମାଟିର ଉତ୍ପାଦନ ଶକ୍ତିକୁ ବୃଦ୍ଧି କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଏ’ ଦିଗରେ ସଚେତନତା ବୃଦ୍ଧି କରିବା ପାଇଁ ବିଶ୍ୱ ମୃତ୍ତିକା ଦିବସ ପାଳନ କରାଯାଉଛି । ତେବେ କନ୍ଧମାଳ ମୁଖ୍ୟ ଜିଲ୍ଲ୍ା କୃଷି ଅଧିକାରୀ-ତଥା-ଆତ୍ମାର ପ୍ରକଳ୍ପ ନିଦେ୍ର୍ଦଶକଙ୍କ ସୌଜନ୍ୟରେ ସ୍ଥାନୀୟ କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ସମ୍ମିଳନୀ କକ୍ଷରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁରଙ୍କ ଅଧ୍ୟକ୍ଷତାରେ ଆଜି ବିଶ୍ୱ ମୃତ୍ତିକା ଦିବସ ୨୦୧୯ ପାଳିତ ହୋଇଯାଇଛି ।
କୃଷି ବିଶେଷଜ୍ଞମାନଙ୍କ ସୁପରାମର୍ଶ କ୍ରମେ ମାଟିର ଉର୍ବରତା ବୃଦ୍ଧି ପାଇଁ ସ୍ୱଦେଶୀ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗକୁ ଶ୍ରୀ କହଁର ଗୁରୁତ୍ୱ ଦେଇଥିଲେ । ଉପସ୍ଥିତ ଅତିଥିମାନେ ବିଭିନ୍ନ ଜୈଚିକ ଦ୍ରବ୍ୟ ଯଥା- ଜିଆ ଖତ,ଗୋବର ଖତ, କମ୍ପୋଷ୍ଟ ଆଦିର ବ୍ୟବହାର ଫଳରେ କିପରିମାଟିର ଜଳଧାରଣ କ୍ଷମତା ବୃଦ୍ଧି ହୋଇଥାଏ, ଖାଦ୍ୟସାର ଓ ଅଣୁଜୀବ ମାନଙ୍କର ବହୁଳ ଉପସ୍ଥିତି ଅନୁଭୂତ ହୁଏ ଏବଂ ମାଟିର ଭୋତିକ , ରାସାୟନିକ ଏବଂ ଜୈବିକ ଗୁଣର ସୀମା ବୃଦ୍ଧି ହୋଇ ଫସଲ ଉତ୍ପାଦନ ନିଶ୍ଚିତ ଭାବେ ବଢ଼ିଥାଏ ସେ ବିଷୟରେ ବର୍ଣ୍ଣନା କରିଥିଲେ । ସେହିପରି ସବୁଜ ସାର ଯୋଗାଉଥିବା ଗଛ କିପରି ମାଟିର ଗଠନକୁ ଉନ୍ନତି କରେ, ଫସଲର ଅଦଳବଦଳ ଫଳରେ କିପରି ରୋଗ ପୋକ କମିବା ସହିତ ମାଟିର ଭୋତିକ , ରାସାୟନିକ ଏବଂ ଜୈ÷ବିକ ଗୁଣ ସୁରକ୍ଷିତ ରହି ଫସଲ ଉତ୍ପାଦନକୁ ନିଶ୍ଚିତ ରୂପେ ବୃଦ୍ଧି କରିଥାଏ ସେ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ।
ସମନ୍ୱିତ ଖାଦ୍ୟସାର ପରିଚାଳନା ଫଳରେ କିପରି ମାଟିର ଖାଦ୍ୟସାରର ପରିମାଣ ବଢ଼ିଥାଏ,ଫସଲକୁ ଆବଶ୍ୟକ ପରିମାଣର ଖାଦ୍ୟସାର ମିଳିଥାଏ, ଉନ୍ନତ ମାଟି ସହିତ ପରିବେଶ ସୁରକ୍ଷା ହୋଇଥାଏ ଏବଂ ସର୍ବୋପରି ମାଟିର ସ୍ୱାସ୍ଥ୍ୟ ପରିଚାଳନା କିପରି ହୋଇଥାଏ ଏବଂ ତାହା ଚାଷୀ ଭାଇ ମାନଙ୍କୁ କେଉଁ କେଉଁ ଫାଇଦା ଦେଇଥାଏ ସେ ବିଷୟରେ ଆଲୋଚନା କରିଥିଲେ । ପରେପରେ, ଚାଷୀମାନଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ବଣ୍୍ଟନ କରାଯାଇଥିଲା ।
ଉକ୍ତ ଆଲୋଚନାଚକ୍ରରେ ଅତିଥିଭବେ କନ୍ଧମାଳ ଜିଲ୍ଲା ପରିଷଦର ଉପ- ସଭାପତି ଶ୍ରୀମତୀ ସାରତୀ ମଲ୍ଲିକ, ମାନନୀୟ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଶ୍ରୀ ଶିବ ପ୍ରସାଦ ତ୍ରିପାଠୀ, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା କହଁର, ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ଶ୍ରୀ ବିରେନ୍ଦ୍ର କହଁର, ଉପ-ନିଦେ୍ର୍ଦଶକ ଉଦ୍ୟାନକୃଷି ଶ୍ରୀ ମନୋଜ କୁମାର ଦାଶ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ଶତପଥି, ଜଳଛାୟା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ଶୈଳେନ୍ଦ୍ର ନାରାୟନ ନାୟକ, କୃଷି ବୈ÷ଜ୍ଞାନିକ, ଫୁଲବାଣୀ ଡଃ ସୁବ୍ରତ କୁମାର ବେହେରା, କୃଷି ବୈ÷ଜ୍ଞାନିକ, ଘୁ.ଉଦୟଗିରି ଡଃ ଦେବାଶିଶ ମିଶ୍ର, ରସାୟନବିତ୍ ଶ୍ରୀ ପ୍ରଫୁଲ୍ଲ କୁମାର ସେଠୀ, ଉପ-ପ୍ରକଳ୍ପ ନିଦେ୍ର୍ଦଶକ (ଆତ୍ମା) ଶ୍ରୀ ଅନୀଲ କୁମାର ପ୍ରହରାଜଙ୍କ ସମେତ ବିଭାଗୀୟ ସରକାରୀ ପଦାଧିକାରୀ, ଜିଲ୍ଲାରୁ ନିମନ୍ତ୍ରତ ମହିଳା ଓ ପୁରୁଷ ଚାଷୀ ଯୋଗଦେଇଥିଲେ ।