ଫୁଲବାଣୀ : ମହାମାରୀ କରୋନା ସଂକ୍ରମଣକୁ ରୋକିବାକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗତ ଜୁଲାଇ ୧ ତାରିଖରୁ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ୍ ଜାରି କରାଯାଉଥିବା ବେଳେ ଆଜି ଦ୍ୱିତୀୟ ସପ୍ତାହର ଶନିବାର ସଟଡାଉନ ହୋଇଥିଲା । ସଟଡାଉନ ପାଇଁ ସାରା ସହର ଶୁନଶାନ ହୋଇ ଯାଇଥିଲା । କାଁଭାଁ ସହରର ଗଳି କନ୍ଦିରେ କେଉଁଠି କିଛି ଲୋକ ଚଳପ୍ରଚଳ ହୋଇଥିବା ଦେଖିବାକୁ ମିଳିଥିଲା । ସବୁ ଦୋକାନ, ବଜାର ସରକାରୀ, ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ଗାଡି ମୋଟର ଚଳାଚଳ ମଧ୍ୟ ବନ୍ଦ ଥିଲା । ସହରର ସମସ୍ତ ପ୍ରବେଶ ପଥ, ଛକମାନଙ୍କରେ ପୁଲିସ୍ ପ୍ରହରା କଡାକଡି ହୋଇଥିବା ବେଳେ ସହର ସାରା ଘନ ଘନ ପୁଲିସ୍ ପାଟ୍ରୋଲିଂ ଗାଡି ପଇଁତରା ମାରିଥିଲା । ତେବେ କୌଣସି ଠାରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟିି ହୋଇନଥିବା ଜଣା ପଡିଛି ।
