Odisha news

ବାଲେଶ୍ୱର ମଲ୍ଲିକ ରାସ୍ତା ପାଇଁ ଜମି ଦାନ କଲେ : ବ୍ଳକ ପ୍ରଶାସନ ସମ୍ବର୍ଦ୍ଧନା କଲା

0

ଫୁଲବାଣୀ (Santosh Mishra) :  କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ପିରିକୁଡି ଗ୍ରାମପଂଚାୟତର ଅଧିନରେ ଥିବା ଗୁମୀ ଗ୍ରାମରେ ଦୀର୍ଘ ୫୦ବର୍ଷ ହେବ ଜମି ସମସ୍ୟା ଯୋଗୁଁ ଗୁମି ଗାଁକୁ ରାସ୍ତା ନିର୍ମାଣ ହୋଇପାରୁନଥିଲା । କିଛିଦନ ତଳେ ନିକଟରେ ଗ୍ରାମରେ ବ୍ଳକ ବିଡିଓ ରବିନ୍ଦ୍ରନାଥ କହଁର,ଖଜୁରିପଡା ଜିଲ୍ଲା ପରିଷଦ ସଦସ୍ୟା ,ଫୁଲବାଣୀ ବିଧାୟକ ଅଙ୍ଗଦ କହଁର,,ଖଜୁରିପଡା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର ଯାଇ ଗ୍ରାମବାସୀଙ୍କ ସହ ଏକ ବୈଠକରେ ରାସ୍ତା ସମସ୍ୟା ଉପରେ ଆଲୋଚନା କରିଥିଲେ । କାରଣ ଉକ୍ତ ରାସ୍ତା ଯାଉଥିବା ଜାଗାରେ ଜଣେ ବ୍ୟାକ୍ତିଙ୍କ ପଟ୍ଟା ଜାଗା ରହିଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଉପୁଜିଥିଲା ।

ବୈଠକରେ ଆଲୋଚନା ପରେ ଉକ୍ତ ବ୍ୟାକ୍ତିଙ୍କୁ ବୁଝାସୁଝା କରିବାରେ ଶେଷରେ ବ୍ୟକ୍ତି ଜଣକ ତାଙ୍କ ଯାଗାରୁ କିଛି ରାସ୍ତା ତିଆରି ପାଇଁ ପ୍ରଦାନ କରିବାକୁ ରାଜି ହୋଇ ରାସ୍ତା ତିଆରି ପାଇଁ ନିଜ ଜମି ଦାନ କରିଥିଲେ । ଦାତପାଜୁ ଠାରୁ ଗୁମି ଗ୍ରାମକୁ ପ୍ରାୟ ୩ କିମି ହେବ ଏହି ଗ୍ରାମକୁ ରାସ୍ତା ନିର୍ମାଣ କରିବାପାଇଁ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ଜମି ସମସ୍ୟା ଯୋଗୁଁ ରାସ୍ତା ନିର୍ମାଣ ହୋଇପାରୁନଥିଲା । କିଛି ଦିନ ତଳେ ବିଧାୟକ ଅଙ୍ଗଦ କହଁର,ବିଡିଓ ରବିନ୍ଦ୍ର ନାଥ କହଁର,ପ୍ରମୁଖ ଗୁମି ଗ୍ରାମ ଯାଇ ଗ୍ରାମବାସୀ ସହିତ ଏକ ବୈଠକ ଆୟୋଜନ କରି ରାସ୍ତା ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଜାଣିବାକୁ ପାଇଲେ ଯେ ରାସ୍ତା ଯାଉଥିବା ଜମି ବାଲେଶ୍ୱର ମଲ୍ଲିକଙ୍କ ନାମରେ ପଟ୍ଟା ଥିବାରୁ ଉକ୍ତ ବ୍ୟାକ୍ତି ବୁହୁ ବୁଝାସୁଝା କରିଥିଲେ । ଶେଷରେ ବାଲେଶ୍ୱର ନିଜ ପଟ୍ଟାଜମି ସରକାରଙ୍କୁ ଦାନ କରିଥିଲେ । ବାଲେଶ୍ୱରଙ୍କ ଏହି ମହାନ କାର୍ଯ୍ୟକୁ ବ୍ଳକ ପ୍ରଶାସନ ଖୁସିହୋଇ ତାଙ୍କୁ ତାଙ୍କର ଏହି ମହତ କାମପାଇଁ ସମ୍ମାନ ଓ ସମ୍ବର୍ଦ୍ଧନା କରିଥିଲେ । ଉଭୟଙ୍କ ପ୍ରଚେଷ୍ଟାରେ ଦୀର୍ଘ ୭୩ ବର୍ଷ ପରେ ଗୁମି ଗ୍ରାମକୁ ରାସ୍ତା ନିର୍ମାଣ ହୋଇପାରିବ । ସମସ୍ତେ ବାଲେଶ୍ୱର ମଲ୍ଲିକ ଓ ପ୍ରଶାସନଙ୍କୁ ଅଂଚଳବାସୀ ଧନ୍ୟବାଦ ଜଣାଇଛନ୍ତି ।

 

Nalco
Leave A Reply