ଫୁଲବାଣୀ (Santosh Mishra) : ଫୁଲବାଣୀ ପୌରାଂଚଳରେ ଥିବା ଅନ୍ୟତମ ପୁରାତନ ବିଦ୍ୟାଳୟ ପୋଲିସ ଲାଇନ ଉଚ୍ଚ ପ୍ରଥମିକ ବିଦ୍ୟାଳୟର ପୁରାତନ ଛାତ୍ର ଡା.ଜତୀନ କୁମାର ପାଢୀ ବିଦ୍ୟାଳୟ ଗୃହର ଉନ୍ନୟନ କାର୍ଯ୍ୟ ନିମନ୍ତେ ମୋ ସ୍କୁଲ ପାଣ୍ଠିକୁ ୩ ହଜାର ଟଙ୍କା ଦାନ କରିଛନ୍ତି । ସେ ଏହି ଅନୁଦାନ ରାଶୀକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରୀଶଙ୍କର ତି୍ରପାଠୀଙ୍କୁ ପ୍ରଦାନ କରିଛନ୍ତି । ୧୯୫୬ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ସେହି ସମୟର ଛାତ୍ରଛାତ୍ରୀ ମାନେ ପାଠପଢି ବହୁତ ବଡବଡ ପଦବୀରେ ରାଜ୍ୟ ଦେଶ ତଥା ବିଶ୍ୱ ସ୍ଥରରେ ଅଧିଷ୍ଠିତ ହେବାସହିତ ଜୀବନରେ ଅନେକ ଉନ୍ନତି କରିଛନ୍ତି । ଏହି ବିଦ୍ୟାଳୟ ସେହି ସମୟରେ ପୋଲିସ ବିଭାଗ ଦ୍ୱାରା ପରିଚାଳିତ ହେଉଥିଲା ।
ଏପରିକି ସେଠାରେ ପାଠ ପଢାଉଥିବା ଶିକ୍ଷକ ମାନଙ୍କ ମଧ୍ୟରୁ କେତେକ ପୋଲିସ ବିଭାଗର କର୍ମଚାରୀ ମଧ୍ୟ ଥିଲେ । ପରବର୍ତୀ ସମୟରେ ସରକାରଙ୍କ ଶିକ୍ଷା ନୀତି ବଦଳିବା ସହିତ ଏହି ବିଦ୍ୟାଳୟର ପରିଚାଳନା ଦାୟୀତ୍ୱ ମଧ୍ୟ ସମ୍ପୁର୍ଣ୍ଣ ଭାବରେ ଶିକ୍ଷା ବିଭାଗ ହାତକୁ ଚାଲିଗଲା । ବର୍ତମାନ ଏହି ବିଦ୍ୟାଳର ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡିଛି । ଏଠାରେ ଥିବା ଶ୍ରେଣୀ ଗୃହ ଗୁଡିକ ଏକ ବାତ୍ୟାରେ ଭାଙ୍ଗି ଯିବା ସହିତ ଏହାର ଆଜବେଷ୍ଟସ ସବୁ ଉଡିଯାଇଛି । ବର୍ତମାନ କୋଭିଡ ସଂକ୍ରମଣ କାଳରେ ସେଠାରେ ପିଲାଙ୍କ ପାଠପଢା ବନ୍ଦ ଥିବାରୁ ସ୍କୁଲର ତତ୍ୱାବଧାନ ନେବାରେ କିଛି ଅସୁବିଧା ହେବାସହିତ ସେହି ଅଂଚଳରେ ଅସମାଜିକ ବ୍ୟକ୍ତି ମାନଙ୍କର ପ୍ରଦୁର୍ଭାବରେ ବିଦ୍ୟାଳୟର ଗୃହ ସବୁ ଭାଙ୍ଗିବାରେ ଲାଗିଛି ।
ସ୍କୁଲ ଖୋଲିବାପରେ ସେଠାରେ ପିଲାଙ୍କୁ ପାଠପଢାଇବା ମଧ୍ୟ ଅସୁରକ୍ଷିତ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଖବର ପାଇବାପରେ ସେହି ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ଯେଉଁମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରତି ସମ୍ବେଦନଶୀଳତା ରହିଛି ସେମାନଙ୍କ ମଧ୍ୟରୁ କିଛି ଆଗକୁ ଆସିଛନ୍ତି ଏବଂ ସହାୟତାର ହାତ ବଢାଇଛନ୍ତି ସେମାନେ ପାଠପଢିଥିବା ଏହି ବିଦ୍ୟାଳୟର ଉନ୍ନୟନ ଦିଗରେ । ଆଜି ଏହାର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟର ପୁରାତନ ଛାତ୍ର ଡା.ଜତୀନ କୁମାର ପାଢୀ ସେ ନିଜ ପକ୍ଷରୁ ତାଙ୍କ ବିଦ୍ୟାଳୟର ଉନ୍ନୟ ପାଇଁ ଏହି ଶୁଭାରମ୍ଭ କରିଥିବାରୁ ନିଜକୁ ଗର୍ବିତ ମନେ କରୁଥିବା କହିଛନ୍ତି । ତେବେ ମୋ ସ୍କୁଲ ଯୋଜନାରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱରା ପ୍ରଦାନ ଅନୁଦାନର ୨ ଗୁଣ ସରକାର ତାଙ୍କ ତରଫରୁ ପ୍ରଦାନ କରାଯିବାର ଯୋଜନା ରହିଛି । ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହି ବିଦ୍ୟାଳୟର ମୋସ୍କୁଲ ଅଭିଯାନ ପାଇଁ ରହିଥିବା ବ୍ୟାଙ୍କ ଖାତାରେ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ଅନୁଦାନ ଖାତା ନମ୍ବର ୬୨୫୦୦୨୦୧୦୦୧୧୬୦୨ ଏବଂ ଆଇ ଆଇଫସି ନମ୍ବର (ୟୁ.ବି.ଆଇ.ନମ୍ବର -୫୨୫୦୫)ରେ ଜମା କରିବାକୁ ଅନୁରୋଧ କରିଛନ୍ତି ।
