କନ୍ଧମାଳରେ କିଛି ଦିନର ବ୍ୟବଧାନରେ ପୁଣି ବଢିଲା ସଂକ୍ରମଣ : ଆଜି ୭ ନୁଆ କୋଭିଡ ସଂକ୍ରମିତ ଚିହ୍ନଟ, ଜିଲ୍ଲାରେ ମୋଟ ୫,୮୮୮
ଫୁଲବାଣୀ (Santosh Mishra) :କନ୍ଧମାଳ ଜିଲ୍ଲାରେ କୋଭିଡ ସଂକ୍ରମଣ ଗତ ୧୯ ତାରିଖରୁ ଧିରେଧିରେ କମିବାରେ ଲାଗିଥିଲା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ରୁ ଏହା ଶେଷରେ ଏକରେ ମଧ୍ୟ ପହଂଚିଥିଲା । ତେବେ ଆଜି ଜିଲ୍ଲାରେ ନୁଆ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇ ୭ ରେ ପହଂଚିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୮୮୮ ହୋଇଛି । ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୫,୮୨୨ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୩ ରହିଛି । ଆଉ ୩୩ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳର ଜଣେ ୧୯ ବର୍ଷୀୟ ପୁରୁଷ ରହିଥିବାବେଳେ ଖଜୁରିପଡାର ୮,୧୧ ଏବଂ ୧୨ ବର୍ଷୀୟ ୩ ଜଣ ପୁରୁଷ ରହିଛନ୍ତି । ସେହିପରି ଘୁ.ଉଦୟଗିରିର ଜଣେ ୫୫ ବର୍ଷୀୟ ପୁରୁଷ,ବାଲିଗୁଡାର ଜଣେ ୫୦ ବର୍ଷୀୟ ପୁରୁଷ ଏବଂ ଚକାପାଦ ଅଂଚଳର ଜଣେ ୪୦ ବର୍ଷୀୟା ମହିଳା ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡିଛି । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅତି ଅବଶ୍ୟକ ନଥିଲେ ଘରୁ ବାହାରିବାକୁ ବାରଣ କରାଯାଇଛି । ଅତି ଜରୁରୀ କାମରେ ବାହାରକୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ କୋଭିଡ ନିୟମକୁ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।
