ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲା କଂଗ୍ରେସର ନୁତନ ସଭାପତି ଅନାମ ନାୟକଙ୍କୁ ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା କରାଯାଇଛି । ଏହି ଅବସରରେ ସ୍ଥାନୀୟ ମାଦିକୁନ୍ଦା ଛକଠାରେ ପ୍ରଥମେ ସଭାପତି ଅନାମ ନାୟକ ପହଂଚି ସେଠାରେ ସ୍ୱର୍ଗତ ଈନ୍ଦିରା ଗାନ୍ଧୀଙ୍କ ପ୍ରତିମୁର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏକ ମୋଟରସାଇଜକଲ ଶୋଭାଯାତ୍ରରେ ବାହାରି କୋର୍ଟଛକ ନିକଟରେ ଥିବା କଂଗ୍ରେସ ଦଳର ପ୍ରାଙ୍ଗଣରେ ପହଂଚିଥିଲେ । ସେଠାରେ ଦଳ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା । ସଭାକୁ ଜିଲ୍ଲା କଂଗ୍ରେସର ଜିଲ୍ଲା ବରିଷ୍ଠ ଯୁବ ନେତା ବଳଦେବ ବେହେରା ପରିଚାଳନା କରିଥିବାବେଳେ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ ।
ପ୍ରଥମେ ଜିଲ୍ଲାରେ କରୋନାରେ ସଂକ୍ରମଣରେ ମୃତୁ୍ୟ ବରଣ କରିଥିବା କରୋନା ଯୋଦ୍ଧା ମାନଙ୍କ ସମେତ ଏଥିରେ ମୃତୁ୍ୟ ବରଣ କରିଥିବା ଅନ୍ୟ ମାନଙ୍କ ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ ନୀରବ ପ୍ରର୍ଥନା କରିଥିଲେ । ପ୍ରାରମ୍ଭରେ କନ୍ଧମାଳର ଆଦିବାସୀ ନେତା ପ୍ରତାପ ପ୍ରଧାନ ଦଳର ନୁତନ ସଭାପତି ଅନାମ ନାୟକଙ୍କୁ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ସଭାପତି କନ୍ଧମାଳ ଜିଲ୍ଲାରେ କଂଗ୍ରେସ ଦଳର ସ୍ଥିତି ବାବଦରେ କହିବାକୁ ଯାଇ କହିଥିଲେ ସେ ଜଣେ ଲଢୁଆ କର୍ମି ଭାବରେ ବହୁତ ଦିନରୁ ଦଳରେ ଅଛନ୍ତି । ତାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏବଂ ଭାରତୀୟ ଜାତୀୟ କଂଗ୍ରେସ କମିଟି ତରଫରୁ ଏହି ଦାୟୀତ୍ୱ ପ୍ରଦାନ କରାଯାଇଥିବା ଯୋଗୁଁ ସେ ଏଥିପାଇଁ କୃତଜ୍ଞତା ଜଣାଇବା ସହିତ ଏହି ଦାୟୀତ୍ୱକୁ ସେ କିପରି ତୁଲାଇବେ ତାର ରୋଡ ମ୍ୟାପ ପ୍ରସ୍ତୁତ କରିବେ, କଂଗ୍ରେସ ଦଳ ଜିଲ୍ଲାରେ ବହୁ ବର୍ଷ ପୁର୍ବରୁ ଲୋକଙ୍କର ସେବା କରି ଆସିଛି ସେଥିପାଇଁ ଦଳ ବର୍ତମାନ ମଧ୍ୟ ଜିଲ୍ଲାରେ ଦ୍ୱିତୀୟ ସ୍ଥାନରେ ରହିଛି ତେଣୁ ପ୍ରଥମ ସ୍ଥାନ ବେଶି ଦୁର ନୁହେଁ ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ।
। କାର୍ଯ୍ୟକ୍ରମରେ ଦାରିଙ୍ଗବାଡି ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୁଦା ମଲ୍ଲିକ, ବାଲିଗୁଡା ବିଧାୟକ ପ୍ରାର୍ଥି ସିମନ ମଲ୍ଲିକ, ଘୁ.ଉଦୟଗିରି ବିଧାୟକ ପ୍ରାର୍ଥି ଶ୍ୟାମଘନ ମଲ୍ଲିକ,ପ୍ରଦେଶ କଂଗ୍ରେସ କୃଷକ ସେଲର ଉପ-ସଭାପତି ହେମନ୍ତ କର,ବରିଷ୍ଠ ନେତା ବିଜୟ ମହାନ୍ତି ଓ ପିତାମ୍ବର ସାହୁ,ଭାରତୀୟ ଜାତୀୟ କଂଗ୍ରେସର ସଦସ୍ୟ ଘନକୁମାର ଶବର, ପ୍ରମୁଖ ଯୋଗ ଦେଇ ନୁତନ ସଭାପତିଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ଏହା ସହିତ ଅନ୍ୟମାନଙ୍କ ମଧ୍ୟରୁ କଂଗ୍ରେସ ଦଳର ନେତା ଦୁର୍ଯ୍ୟଧନ ପଟ୍ଟନାୟକ,ବଂଶିଧର ସ୍ୱାଇଁ,ଗୌରଚରଣ ବେହେରା,ଶିବଶଙ୍କର ବେହେରା,ସୂର୍ଯ୍ୟକାନ୍ତ ଦାସ,ରବି ଷଢଙ୍ଗୀ,ପ୍ରଦୀପ କୁମାର ଆଚାର୍ଯ୍ୟ,ହୃଷିକେଶ ବେହେରା,ମନୋଜ କୁମାର ସାହାଣୀ,ଦୀପକ କୁମାର ବେହେରା,ଜାକେଶ ପ୍ରଧାନ,ଏନ.ରାଜା ରାଓ,ନାରୀ ନେତ୍ରୀ ଅଞ୍ଜୁମ ଅହମଦ,ଅହାଲ୍ୟା ନାୟକ,ପିତବାସ ପ୍ରଧାନ,ଦସରଥ ଜାନୀ ସ୍ୱାଧିନ ବେହେରା ଓ କୃପା ବିଷୋଈ ପ୍ରମୁଖ ଯୋଗ ଦେଇଥିଲେ । ଆଜିର ଏହି ସଭାରେ ଜିଲ୍ଲାର ଘୁ.ଉଦୟଗିରିର ଅବସରପ୍ରପ୍ତ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ଦଳରେ ପ୍ରଥମିକ ସଦସ୍ୟତା ଗ୍ରହଣ କରିଛନ୍ତି ଦଳ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି ସଭାପତି ଓ ଅନ୍ୟମାନେ ।
