Odisha news

ଫୁଲବାଣୀ : ଫିରିଙ୍ଗିଆ ବ୍ଳକରେ ତେଜୁଛି ମଦ ବିରୋଧି ଆନ୍ଦୋଳନ

0

ଫୁଲବାଣୀ (Santosh Mishra): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଡ଼ିମିରଗୁଡ଼ା ଓ ନୂଆପଦର ପଂଚାୟତରେ ଆରମ୍ଭ ହୋଇଥିବା ମଦ ବିରୋଧି ଆନେ୍ଦାଳନ ଦିନକୁ ଦିନ ତେଜିବାରେ ଲାଗିଛି । ପୁଣିଥରେ ୨ଟି ପଂଚାୟତର ଶହ ଶଂଖ୍ୟାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏକତ୍ରିତ ହୋଇଛନ୍ତି । ନୂଆପଦର କାଳୀପୂଜା ମଣ୍ଡପ ପ୍ରାଙ୍ଗଣରେ ମଦ ବିରୋଧି ପ୍ଳାକାର୍ଡ଼ ଓ ବ୍ୟାନର ସହ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମଦ ବିରୋଧି ନାରା ଦେଇ ଲୋକଙ୍କୁ ସଚେତନ କରାଇଥିଲେ । ଅନୁଷ୍ଠିତ ବୈଠକରେ ମଦ ବିରୋଧରେ ଆଲେଚାନା କରିବା ସହିତ ସଂପୂର୍ଣ୍ଣଭାବେ ମଦ ବନ୍ଦ କରିବାକୁ ଏଥିରେ ସମାିଲ ହୋଇଥିବା ଶତାଧିକ ମିହଳା ଶପଥ ନେଇଥିଲେ ।

ଅନୁଷ୍ଠିତ ଏହି ବୈଠକରେ ନୂତନ ଭାବେ ସଭାପତି ଭାବେ ମିନା ବେହେରା ଓ ଉପସଭାପତି ଭାବେ ଶ୍ରୀମତି ଚିନ୍ଦ୍ର ଦିଗାଲ ଓ ବୁନିତା କହଁର , ସଂପାଦିକା ଭାବେ ବିମଳା ସାହୁ ଓ ସହ ସଂପାଦିକା ଭାବେ କବିତା କହଁର , ସୁସାନ୍ତି ଦିଗାଲ ପ୍ରମୁଖଙ୍କୁ ମନୋନିତ କରାଯାଇଛି । ଉପଦେଷ୍ଟା ଭାବେ ପଦ୍ମାବତୀ ଭୁକ୍ତା , ମହରଗୀ ଦିଗାଲ , ଶିବ ପ୍ରସାଦ ଭୁକ୍ତା , ପ୍ରଦୀପ ବେହେରା , ପ୍ରତିଭା ବେହେରା , ଜଗନ୍ନାଥ ଦିଗାଲ ପ୍ରମୁଖଙ୍କୁ ମନୋନିତ କରଯାଇଥିବା ବେଳେ ଆଇନପରାମର୍ଶ ଦାତା ଭାବେ ରାମେଶ ଚନ୍ଦ୍ର ମହାନ୍ତି ଓ ରଘୁପତି କହଁରଙ୍କୁ ମନୋନିତ କରଯାଇଛି ।

୨ଟି ପଂଚାୟତର ୨୭ଟି ୱାର୍ଡ଼ରୁ ପ୍ରତ୍ୟେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କୁ ପ୍ରତି ଗ୍ରାମର ମଦ ବିରୋଧି ଦାୟିତ୍ୱ ଦିଆଯାଇଥିବା ବେଳେ ରୁକ୍କୁଣି କହଁର , ସସ୍ମିତା ଭୁକ୍ତା , ଅର୍ଣ୍ଣପୂର୍ଣର୍ା ଦିଗାଲ , ସଂଯୁକ୍ତା କହଁର ,ସବିତା ବେହେରା , ଶ୍ରୀଦେବୀ ଦେହୁରୀ ,ସୁଶାନ୍ତି ଦିଗାଳ , ରାନୁସା ଦିଗାଳ , ବିଣାପାଣି ବେହେରା , କବିତା କହଁର ,ସତ୍ୟଭାମା ଭୁକ୍ତା , କୁମାରୀ ବେହେରା ପ୍ରମୁଖଙ୍କୁ ମଦ ବିରୋଧି ନେତ୍ରୀଭାବେ ମନୋନିତ କରଯାଇଛି ।

IEC 2 years
Leave A Reply