Odisha news

ଫୁଲବାଣୀ : କୁମ୍ବିଙ୍ଗ ବେଳେ ମାଓ କ୍ୟାମ୍ପ ଠାବ ବିପୁଳ ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ

0

ଫୁଲବାଣୀ : କନ୍ଧମାଳ ଜିଲା ପୋଲିସକୁ ମିଳିଛି ଏକ ବଡ ସଫଳତା ଗତ ୨୯ ତାରିଖ ଦିନ ଏସଓଜି ଜବାନ ମାନେ ଜିଲାର ଫିରିଙ୍ଗିଆର ସୁମେରବନ୍ଧ ଫରେଷ୍ଟ ବିଭାଗ ଅଂଚଳରେ ଥିବା ଲଦାପଦର ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ଚଳାଇଥିବା ବେଳେ ସେଠାରେ ଏକ ମାଓ କ୍ୟାମ୍ପ ରହିଥିବା ଦେଖିଥିଲେ । ସେଠାରେ ଥିବା ମାଓବାଦୀ ମାନେ ଘଂଚ ଜଙ୍ଗଲ ଭିତରେ ଲୁଚି ଯାଇ ସେଠାରୁ ଖସିଯାଇଥିବା ବେଳେ ଜବାନ ମାନେ ସେଠାରେ ଏକ ମାଓ କ୍ୟାମ୍ପ ଠାବ କରିବା ସହିତ ସେଠାରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ମାଓବାଦୀ ମାନଙ୍କର ବ୍ୟବହାର କରାଯାଉଥିବା ଜିନିଷ ସବୁ ଜବତ କରିଛନ୍ତି ।  ଆଜି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ଗୀତା ସିଂ ଏକ ପ୍ରେସ୍ ବିବୃତିରେ ଏହି ସୁଚନା ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି ।

ସୁଚନା ଅନୁସାରେ ବିଶେଷ ସତ୍ରରୁ ଖବର ପାଇବାପରେ ଜବାନମାନେ ଜିଲାର ସୁମେରବନ୍ଧ ଅଂଚଳରେ କୁମ୍ବିଙ୍ଗ ଅପରେସନ କରିଥିଲେ । ପୋଲିସ ଆସିବା ଖବର ପାଇ ମାଓବାଦୀ ମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । କ୍ୟାମ୍ପରୁ ପୋଲିସକୁ ୧୫ କିଗ୍ରା ବିସ୍ଫୋରକ,ବହୁତ ପରିମାଣରେ ଡିଟୋନେଟର,ମଲ୍ଟିମିଟର,ମାଓପତି୍ରକା,ଲିଫ୍ଲେଟ,ମାଓ ପୋଷାକ,ଦରି ଓ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ସେଠାରେ କେକେବିଏନ୍ ଡିଭିଜନର ମାଓ ସଂଗଠନର ୨୦ ଜଣରୁ ଅଧିକ ମାଓବାଦୀ ମାଓନେତା ଆକାଶ,ଦାସୁରୁ,ସୂର୍ଯ୍ୟ ଓ ବଣ୍ଟି ଉପସ୍ଥିତ ଥିବା ପୋଲିସ ଜାଣିବାକୁ ପାଇଛି ବୋଲି କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ କହିଛନ୍ତି । ତେବେ ସେମାନେ ସେଠାରେ କୌଣସି ହିଂସାତ୍ମକ କାର୍ଯ୍ୟକଳାପ ପାଇଁ ଏକାଠି ହୋଇଥିବା ଏବଂ ଆସନ୍ତ ୨୬ ତାରିଖରେ ମାଓ ସହୀଦ ସପ୍ତାହ ପାଇଁ ପ୍ରସ୍ତୁତି କରୁଥିବା ନେଇ ପୋଲିସ ଅନୁମାନ କରୁଛି । ତେବେ ଜିଲାରେ ପୋଲିସ ତରଫରୁ ହୋଇଥିବା ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଓବାଦୀ ମାନେ କୌଣସି ପଦକ୍ଷେପ ନେବାପାଇଁ ଭୟ କରୁଥିବା କହିଛନ୍ତି ଏସ୍.ପି ।

Nalco
Leave A Reply