Odisha news

ଜଣେ ଡାକ୍ତରଙ୍କ ସମେତ ଦୁଇ ଜଣ କରୋନା ଯୋଦ୍ଧା ସଂକ୍ରମିତ : ଜିଲ୍ଲାରେ ଆଜି ୨୩ ସଂକ୍ରମିତ ଚିହ୍ନଟ,ମୋଟ ୫,୩୭୭

0

ଫୁଲବାଣୀ(Santosh Mishra) : ଆଜି କନ୍ଧମାଳ ଜିଲ୍ଲରେ ଜଣେ ଡାକ୍ତରଙ୍କ ସମେତ ୨ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ଜିଲ୍ଲରେ ୨୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୩୭୭ ରେ ପହଂଚିଛି । ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ୫,୦୬୮ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଜିଲ୍ଲରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୮ ରେ ରହିଛି । ଆଉ ୨୮୧ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୨ ଜଣ ଚିହ୍ନଟ ହୋଇ ଥିବାବେଳେ ଗ୍ରାମାଂଚଳରେ ମଧ୍ୟ ୨ ଜଣ ସଂକ୍ରମିତ ହୋଇଛନ୍ତି ।

ସେହିପରି ବାଲିଗୁଡା ବିଜ୍ଞାପିତ ଅଂଚଳ ଏବଂ ଗ୍ରାମାଂଚଳର ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଚକାପାଦର ୫ ଜଣ,ଘୁ.ଉଦୟଗିରି ଅଂଚଳରେ ଜଣେ ,କ.ନୁଆଗାଁର ୨ଜଣ,,ଖଜୁରିପଡାର ୨ଜଣ,ଫିରିଙ୍ଗିଆର ଜଣେ, ରାଇକିଆର ୩ ଜଣ, ଟିକାବାଲିର ଜଣେ, ତୁମୁଡିବନ୍ଧର ଜଣେ ଏବଂ ଅନ୍ୟ ଅଂଚଳର ଜଣେ ରହିଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଛି । ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।

 

Nalco
Leave A Reply