ଫୁଲବାଣୀ(Santosh Mishra) : ନିଜ ସଂପର୍କିୟ ଘରକୁ ଆସିଥିବା ଜଣେ ଯୁବତୀକୁ ଜଣେ ନାବାଳକ ସମେତ ୩ ଜଣ ଜୋର ଜବରଦସ୍ତ ଅପହରଣ କରିନେଇ ଦୁରବ୍ୟହବାର କରିବା ଅଭିଯୋଗରେ ଗୋଛାପଡ଼ା ପୁଲିସ୍ ୩ ଜଣକୁ ଗିରଫ କରିଛି । ନାବାଳକୁ ଜୁଭେନାଲ୍ ବୋର୍ଡ଼କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଇଥିବା ବେଳେ ଅନ୍ୟ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି ।
ଖବର ପ୍ରକାରେ, ଗୋଛପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡ଼ା ପଂଚାୟତ ଏକ ଗ୍ରାମର ଜନୈକା ଯୁବତୀ କ୍ରାଣ୍ଡିବାଲିକୁ ତାହାର ଏକ ସଂମ୍ପିର୍କିୟ ଘରକୁ ବୁଲିବାକୁ ଆସିଥିଲା ।
ବୁଧବାର ଦିନ ଯୁବତୀ ଜଣକ ସଂପର୍କିୟଙ୍କ ଧାନବିଲରେ କିଛି କାମ କରୁଥିବା ବେଳେ ସେହି ସମୟରେ ନାବାଳକ ସମେତ ଅନ୍ୟ ୨ ଜଣ ଏକ ବାଇକ୍ ରେ ଆସି ଉକ୍ତ ଯୁବତୀଙ୍କୁ ଜୋର ଜବରଦସ୍ତ ସେଠାରୁ ଅପହରଣ କରିନେଇ କିଛି ଦୂରରେ ଦୁରବ୍ୟବହାର କରିଥିଲେ । ଯୁବତୀ ଜଣକ କାନ୍ଦବୋବାଲି କରିବାରୁ ପାଟିଶୁଣି ଯୁବତୀଙ୍କ ଅନ୍ୟଜରେ ଭଉଣୀ ସେଠାରେ ପହଁଚିଯିବା ପରେ ଯୁବକ ମାନେ ଫେରାର୍ ହୋଇଯାଇଥିଲେ । ଏ ସଂପର୍କରେ ଯୁବତୀ ଜଣକ ଗୋଛାପଡ଼ା ଥାନାରେ ଲିଖିତ ଭାବେ ଏତଲା ଦେବାପରେ ପୁଲିସ୍ କେସ ନଂ ୭୧/୨୦ରେ ଏକ ମାମଲା ରୁଜୁକରି ଫେରାର୍ ୨ ଯୁବକ ଖଜୁରିଗାଁର ବରୁଣ ଦିଗାଲ (୧୯) ଓ କଟାପଙ୍ଗା ଗ୍ରାମର ଶୁଶିଳ ଦିଗାଲ (୨୧)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକୁ ଜୁଭେନାଲ୍ କୋର୍ଟକୁ ଚାଲାଣ ପାଇଁ ପଦକ୍ଷେପ ନିଆଯାଇଥିବା ପ୍ରକାଶ । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଛି ।
