Odisha news

ଫିରିଙ୍ଗିଆରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ୮୫ ୟୁନିଟ ରକ୍ତ ସଂଗୃହିତ

0

ଫୁଲବାଣୀ (Santosh Mishra) : ଆଜି କନ୍ଧମାଲ ଜିଲ୍ଲା ଫିରିଙ୍ଗିଆ ବ୍ଳକ ସଦରମହକୁମା ଠାରେ ଥିବା ବିଜୁକଲ୍ୟାଣ ମଣ୍ଡପରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିର ଜିଲ୍ଲା ବିଜୁ ଜନତା ଦଳର ସଭାପତି ସରୋଜ କର୍ଣ୍ଣଙ୍କ ପରିଚାଳନାରେ ଆୟୋଜିତ ହୋଇଥିଲା ।

ଏଥିରେ କନ୍ଧମାଳ ଜିଲ୍ଲା ପରିଷଦର ଉପାଧ୍ୟକ୍ଷା ସାରତୀ ମଲ୍ଲିକ,ଜିଲ୍ଲା ବିଜେଡି ଯୁବ ସଭାପତି ବିଷ୍ଣୁଚରଣ ମଲ୍ଲିକ,ଫିରିଙ୍ଗିଆ ବ୍ଳକ ଅଧ୍ୟକ୍ଷ ଲାଲନନ୍ଦ ପ୍ରଧାନ,ଜିଲ୍ଲା ପରିଷଦ ସଦସ୍ୟା ଜୟଶ୍ରୀ କହଁର,ସମିତି ସଭ୍ୟ ପ୍ରତାପ କୁମାର ସାହୁ,ବିଜୁ ଜନତା ଦଳ ଫିରିଙ୍ଗିଆ ସଭାପତି ପ୍ରଦୀପ କୁମାର ବେହେରାଙ୍କ ସମେତ ଅନ୍ୟ ବିଜୁ ଜନତା ଦଳର କର୍ମୀମାନେ ଉପସ୍ଥିତ ରହି ରକ୍ତ ଦାନ କରିଥିଲେ ।

ଏଥିରେ ସେହି ଅଂଚଳର ୬ ଜଣ କିନ୍ନର ମଧ୍ୟ ସ୍ୱେଛାକୃତ ଭାବରେ ଆସି ସେମାନଙ୍କର ରକ୍ତ ଦାନ କକରିଥିଲେ । ଶିବିରରେ ଡା.ଜେ.ସାଈରଜତ ରଶ୍ମିଙ୍କ ପରିଚାଳନାରେ ରକ୍ତ ଭଣ୍ଡାରର ଟେକନିସିଆନ ତୁଷାରକାନ୍ତ ପ୍ରଧାନ,ଦିନକୃଷ୍ଣ ମହନ୍ତ ଏବଂ ବରୁଣ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦନ କରିଥିଲେ । ଏଥିରେ ଅଂଚଳର ଯୁବକ ମାନେ ଆସି ସ୍ୱେଛାକୃତ ଭାବରେ ରକ୍ତ ଦାନ କରିଥିଲେ । ଶିବିରରେ ମୋଟ ୮୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା ।

 

Nalco
Leave A Reply