Odisha news

ଫୁଲବାଣୀ ପୌର ପରିଷଦର ବିଭିନ୍ନ କାର୍ଯ୍ୟା ନିମ୍ନ ମାନର : କନ୍ଧମାଳ ଭାଜପା ଜିଲ୍ଲାପାଳଙ୍କୁ ଦାବୀପତ୍ର

0

ଫୁଲବାଣୀ(Santosh Mishra) : ଆଜି କନ୍ଧମାଳ ଭାରତୀୟ ଜନତା ପାର୍ଟିର ଫୁଲବାଣୀ ନଗର ସଭାପତି ଶୁସାନ୍ତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଫୁଲବାଣୀ ପୌରାଂଚଳ ପକ୍ଷରୁ ସହରରେ କରାଯାଉଥିବା ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟ ସବୁ ଅତି ନିମ୍ନ ମାନର ଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଡ.ା ବୃନ୍ଦା ଡିଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ଏଥିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟ ତଥା ପୁର୍ବତନ ଜିଲ୍ଲା ସଭାପତି ଦେବନାରାୟଣ ପ୍ରଧାନ, କନ୍ଧମାଳ ଭାରତୀୟ ଜନତା ପାର୍ଟିର ପୁର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା,ଲିଗାଲ ସେଲର ସଭାପତି ରମେଶଚନ୍ଦ୍ର ମହାନ୍ତି,ଦିଗାମ୍ବର ବେହେରା,ଦିବାକର ଦିଗାଲ,ପରେଶ ମହାପାତ୍ର,ସ୍ୱରୁପାନନ୍ଦ ପଟ୍ଟନାୟକ ଏବଂ ଅନ୍ୟନ୍ୟ ସଦସ୍ୟ ମାନେ କନ୍ଧମାଳ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପହଂଚି କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯାଇଥିବା ଏହି ଦାବୀ ପତ୍ରରେ ହାଉସିଙ୍ଗ ଏବଂ ଅର୍ବାନ ଡେଭେଲପମେଣ୍ଟ ପାଣ୍ଠିରୁ ପୌରାଂଚଳରେ କରାଯାଇଥିବା ବିଭିନ୍ନ କାର୍ଯ୍ୟ ଗୁଡିକ ଅତି ନିମ୍ନ ମାନର ବୋଲି ଦାବୀ କରାଯିବା ସହିତ ଏହାର ସଠିକ ତଦନ୍ତ କରାଯିବାକୁ ମଧ୍ୟ ଦାବୀ କରାଯାଇଛି । ସହରରେ ନିର୍ମାଣ କରାଯାଇଥିବା ଡ୍ରେନ୍ ସବୁରେ ପକାଯାଇଥିବା କଙ୍କି୍ରଟ ପ୍ଲେଟ୍ ସବୁ ଅତି କମ ସିମେଣ୍ଟ ଲଗାଯାଇ ସେହିଗୁଡିକ ଯେତିକି ମୋଟା ହେବାକଥା ସେଗୁଡିକ ତାଠାରୁ ପତଳା ଏବଂ ଦୁର୍ବଳ ଥିବା କୁହାଯାଇଛି ।

ପୌରାଂଚଳ ତରଫରୁ କରାଯାଇଥିବା କାମ ନିକଟରେ କୌଣସି ଫଳକ ଲଗାଯାଇନାହିଁ କିମ୍ବା ସେଠାରେ ସେହି କାମର ଅଟକଳର ମୁଲ୍ୟ,ଶ୍ରମିକଙ୍କ ମଜୁରୀ ବାବଦରେ ଉଲ୍ଲେଖ କରାଯାଇନାହିଁ । ସେଥିପାଇଁ ସହରରେ ହୋଇଥିବା ସମସ୍ତ କଙ୍କି୍ରଟ୍ କାର୍ଯ୍ୟର ନମୁନା ନେଇ କ୍ୱାଲିଟି କଣ୍ଟ୍ରୋଲକୁ ପଠାଯାଇ ସେହୁଗିଡିକର ମାନ ବାବଦରେ ତଦନ୍ତ କରାଯାଉ ବୋଲି ଦଳପକ୍ଷରୁ ଦାବୀ କରାଯାଇଛି । ଏହା କରା ନଗଲେ ଦଳପକ୍ଷରୁ ପୌରାଂଚଳ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି କହିଛନ୍ତି ଭାରତୀୟ ଜନତା ପାର୍ଟିର ନଗର ସଭାପତି ।

 

Nalco
Leave A Reply