ଫୁଲବାଣୀ (Santosh Mishra) : ଆଜି କନ୍ଧମାଳ ଜିଲ୍ଲାରେ ୭ଜଣ କରୋନା ଯୋଦ୍ଧାଙ୍କ ସମେତ ୩୪ ଜଣ କରୋନା ସଂକ୍ରମିଙ୍କୁ ଚିହ୍ନଟ ହୋଇଛନ୍ତି ଅଅଜିର ଚିହ୍ନଟଙ୍କୁ ମିଶାଇ କନ୍ଧମାଳ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା ୫ ହଜାର ଟପିଛି । ଜିଲ୍ଲାରେ ମୋଟ କରୋନା ଆକା୍ରନ୍ତଙ୍କ ସଂଖ୍ୟା ୫,୦୦୬ରେ ପହଂଚିଛି ।
ଏହି ସମସ୍ତ ଆକ୍ରାନ୍ତ ମାନଙ୍କ ମଧ୍ୟରୁ ଆଜି ସୁଦ୍ଧା ୪,୫୫୯ ଜଣ ଅର୍ଥାତ ଆଜି ସୁଦ୍ଧା ଜିଲ୍ଲାରେ ମୋଟ ସଂକ୍ରମିତଙ୍କ ୯୧.୦୭ ପ୍ରତିଶତ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜିଲ୍ଲାରେ ଆଉ ଜଣେ କରୋନା ଯୋଦ୍ଧା (ପୋଲିସ କର୍ମଚାରୀ) ବାଲି କହଁରଙ୍କର ମୃତୁ୍ୟ ହୋଇଛି । ଏହାକୁ ମିଶାଇ ଜିଲ୍ଲାରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୨୫କୁ ବୃଦ୍ଧି ପାଇଛି । ଜିଲ୍ଲାରେ କରୋନା ସଂକ୍ରମିତଙ୍କୁ ମୃତୁ୍ୟ ହାର ୦.୫୦ ପ୍ରତିଶତ ରେ ରହିଛି ।
ଆଉ ୪୨୨ ଜଣ ସଂକ୍ରମିତ ଅର୍ଥାତ ମୋଟ ସଂକ୍ରମିଙ୍କ ୮.୪୩ ପ୍ରତିଶତ ସଂକ୍ରମିତ ମାନେ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିସôିତ ହେଉଛନ୍ତି । ଆଜିର ସଂକ୍ରମିତଙ୍କ ମଧ୍ୟରୁ ଫୁଲବାଣୀ ପୌରାଂଚଳରେ ୫ ଜଣ ଓ ଗ୍ରାମାଂଚଳରେ ୨ଜଣ ଚିହ୍ନଟ ହୋଇଛନ୍ତି ସେହିପରି ଘୁ.ଉଦୟଗିରିର ବିଜ୍ଞାପିତ ଅଂଚଳରେ ୨ ଜଣ ଏବଂ ଗ୍ରାମାଂଚଳରେ ଜଣେ ଚିହ୍ନଟ ହୋଇଥିବାବେଳେ କ.ନୁଆଗାଁର ୨ ଜଣ,ଚକାପାଦରେ ୩, ଦାରିଙ୍ଗବାଡିର ଜଣେ,ଖଜୁରିପଡାରେ ୩ ଜଣ, ,ଫିରିଙ୍ଗିଆ ୫,ରାଇକିଆ ୪,ଟିକାବାଲିର ୩, ତୁମୁଡିବନ୍ଧ ଅଂଚଳରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଅନ୍ୟ ଅଂଚଳରୁ ଜଣେ ଚିହ୍ନଟ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ସୁତ୍ରରୁ ଜଣାପଡିଛି ।
ତେବେ କରୋନା ସଂକ୍ରମଣ ଲାଗିଥିବାରୁ ଲୋକଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ତରଫରୁ କୁହାଯାଇଛି । ଅତି ଆବଶ୍ୟକ କାମରେ ଘରୁ ବାହାରିବା ବେଳେ ମୁହଁରେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବା ସହିତ କୋଭିଡ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି ।
