Odisha news

ଗରୀବର ଦୁଃଖ କାହାଣୀ ଶୁଣିବାକୁ କେହିନାହାନ୍ତି : ଚିକିତ୍ସ୍ୟା ଅଭାବରୁ ତିନି ବର୍ଷ ହେଲା ଖଟରେ ଶୋଇ ରହିଛନ୍ତି ରୁଆବତୀ

0

ଫୁଲବାଣୀ (Santosh Mishra) : କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଳକ ବୁଡୁରିକିଆ ପଂଚାୟତ ମାଦିନାଟ ପସାରୀ ସାହିରେ ରୁଆବତୀ ମଲ୍ଲିକ (୪୫)ଖଟରେ ପଡି ରହି କଷ୍ଟ ପାଉଛନ୍ତି ପ୍ରତି ମାସରେ ସ୍ତ୍ରୀ ରୋଗ ଜନିତ ସମସ୍ୟା ଦେଖାଯାଉଛି ବୋଲି କହିଛନ୍ତି । ଏନେଇ ତାଙ୍କର ଦେହ ଶୁଖି ଶୁଖି ଯାଉଛି,ସ୍ୱାମୀ ଏବଂ ତିନୋଟି ପୁଅ ଗୋଟିଏ ଝିଅ ସହ ରୁହନ୍ତି ।

ସ୍ୱାମୀ ଦିନ ମଜୁରିଆ ଭାବେ କାମ କରି ଘର ଚଳାଉଛନ୍ତି । ପିଲାମାନଙ୍କ ପାଠ ପଢ଼ାରେ ଏବଂ ଘର ଖର୍ଚ୍ଚ କରି ବଳକା ହେଲେ କିଛି ଔଷଧ କିଣିବାକୁ ଅସମର୍ଥ ଅଟନ୍ତି । ସବୁ ମାସରେ ଔଷଧ କିଣିବାକୁ ଅର୍ଥ ଯୋଗାଡ ହୋଇପାରେ ନାହିଁ । ରୁଆବତୀଙ୍କ ସ୍ୱାମୀ ନାଜିରା ମଲ୍ଲିକ କହିବା ଅନୁଯାୟୀ ସେ ପ୍ରଥମେ ତାଙ୍କ ସ୍ତ୍ରୀଙ୍କୁ ଧରି ବାଲିଗୁଡା ମେଡିକାଲକୁ ନେଇଥିଲେ ସେଠାରେ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସ୍ୟାଳୟକୁ ଯିବାକୁ ପରାମର୍ଶ ଦେଇଥିଲେ ।

ସେଠାରେ ମଧ୍ୟ ସେହି ସମସ୍ୟା ମୁଖ୍ୟ ଡାକ୍ତରଖାନର ଡାକ୍ତର ବ୍ରହ୍ମପୁର ନେବାକୁ କହିଥିଲେ । ନାଜିରାଙ୍କ ପାଖରେ ବ୍ରହ୍ମପୁର ନେବାପାଇଁ ଆର୍ଥିକ ସମ୍ବଳ ନଥିବାରୁ ସେହିଦିନଠାରୁ ରୁଆବତୀ ଖଟରେ ଜୀବନ ବିତାଉଛନ୍ତି । ତାଙ୍କ ଦୁଃଖରେ ସ୍ୱାମୀ ମଧ୍ୟ ଭାଙ୍ଗି ପଡିଛନ୍ତି । ସେ କହିଛନ୍ତି ସରକାର ଏତେ ଯୋଜନା କରିଛନ୍ତି ଅଥଚ ଆମ ଭଳିଆ ଗରିବ ଆଦିବାସୀଙ୍କ ନିକଟକୁ କାହିଁକି ପହଂଚିପାରୁ ନାହିଁ । ନେତା ରାଜନେତା ସମସ୍ତେ ଆସନ୍ତି ଭୋଟ ନେବାକୁ ହେଲେ ଆମ ଗୁହାରୀ କେହି ଶୁଣୁ ନାହାନ୍ତି । ତେଣୁ ସରକାରଙ୍କ ତରଫରୁ ଜଦି କିଛି ସହାୟତା ମିଳିପାରନ୍ତା ମୋ ସ୍ତ୍ରୀ ନିଶ୍ଚୟ ଭଲ ହୋଇପାରନ୍ତା ବୋଲି କହିଛନ୍ତି ଗରିବ ଆଦିବାସୀ ନାଜିରା ।

 

Nalco
Leave A Reply