Odisha news

ରାଜ୍ୟ ପୋଲିସ ମହାନିଦେ୍ର୍ଦଶକଙ୍କ କନ୍ଧମାଳ ଗସ୍ତ : ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଆଲୋଚନା

0

ଫୁଲବାଣୀ :  ଆଜି ରାଜ୍ୟ ପୋଲିସ ମହାନିଦେ୍ର୍ଦଶକ ଅଭୟ ଦିନିକିଆ କନ୍ଧମାଳ ଗସ୍ତରେ ଆଜି ଜିଲ୍ଲାର ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସଂପର୍କରେ ଅନୁଧ୍ୟାନ କରିବା ସହ ଜିଲ୍ଲାର ବରୀଷ୍ଠ ପୋଲିସ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ । ଡିଜିପି ଅଭୟ ଫୁଲବାଣୀ ଆଦର୍ଶ ଟାଉନଥାନା ବୁଲି ଦେଖିବା ସହ ବାଳନ୍ଦାପଡା ସ୍ଥିତ ପୋଲିସ କ୍ୟାମ୍ପକୁ ଯାଇ ଜବାନ ମାନଙ୍କ ସହ ଆଲୋଚନା କରିଥିଲେ ।

ବିଶେଷ କରି ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି, ମାଓ ଦମନ କାର୍ଯ୍ୟକଳାପ, କରୋନା ମୁକାବିଲା ନେଇ ଚାଲିଥିବା ଲକଡାଉନ୍ ସଂପର୍କରେ ଆଲୋଚନା କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଏସପି ପ୍ରତୀକ ସିଂ, ଆଇ.ଜି ସତ୍ୟବ୍ରତ ଭୋଇ, ଆଇଜିପି ଅପରେସନ ଅମିତାଭ ଠାକୁର, ଆଇଜିପି ପର୍ସୋନେଲ ଏସ. ପ୍ରବୀଣ କୁମାର, ଡିଆଇଜିପି ଏସଆଇଡବ୍ଲୁ ଅନିରୁଦ୍ଧ କୁମାର ସିଂଙ୍କ ସମେତ ବହୁ ବରୀଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ । ଡିଜିପି ହେଲିକପ୍ଟର ଯୋଗେ ଆସି ଫୁଲବାଣୀ ରିଜର୍ଭ ପୋଲିସ ପଡିଆ ଠାରେ ଓହ୍ଲାଇବା ପରେ ଜିଲ୍ଲା ପୋଲିସ କାର୍ଯ୍ୟାଳୟକୁ ଆସି ରିଭୁ୍ୟ କରିଥିଲେ ।

 

 

Leave A Reply