ଫୁଲବାଣୀ (ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଳାର ଖଜୁରୀପଡ଼ା ବ୍ଳକ ଅନ୍ତର୍ଗତ ବଲସକୁମ୍ପା ଗ୍ରାମ ପଂଚାୟତ ଅଧିନସ୍ଥ କ୍ଷେତାପାଜୁ ଗ୍ରାମରେ ବସବାସ କରୁଥିବା ସରୋଜ ସେଠୀର ଘର ଗତବର୍ଷ ୦୨ମାର୍ଚ୍ଚ ୨୦୧୯ ରେ କୌଣସି କାରଣ ବସତଃ ଅପରାହ୍ନ ସମୟରେ ରହୁଥିବା ଘରେ ନିଆଁ ଲାଗି ଘର ସମ୍ପୁର୍ଣ୍ଣ ଜଳିଯାଇଥିଲା । ଯାହାଦ୍ୱାରା ଘରର ସମସ୍ତ ଆସବାବ ପତ୍ର ନଷ୍ଟ ହୋଇଯାଇଥିଲା ।
ନିଆଁ ଲଗିବା ଖବର ପାଇ ଦମକଳ ବାହିନୀ ଆସି ନିଆଁ ଲିଭାଇବା ସହିତ ସମସ୍ତ କ୍ଷୟକ୍ଷତି ଆକଳନ କରିଥିଲେ ଏବଂ ଅଗ୍ନିକାଣ୍ଡ ଯୋଗୁଁ ଘର ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଥିବା ପ୍ରମାଣ ପତ୍ର ପ୍ରଦାନ କରିଥିଲେ କିନ୍ତୁ ଘର ପୋଡି ହୋଇ ଆଜକୁ ପ୍ରାୟ ଏକବର୍ଷ ହୋଇ ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସରକାରୀ ସହାୟତା କହିଲେ କେବଳ ପଲିଥିନ ଛଡା ଆଉ କିଛି ବି ପାଇ ନାହାନ୍ତି ବୋଲି ସରୋଜ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ଆର୍ଥିକ ସମ୍ଭଳ ସୁଦୃଢ଼ ନଥିବା ଯୋଗୁଁ ଘରପୋଡି ହେବା ପରେ ନୁତନ ଭଲ ଘରଟିଏ ତିଆରି କରିବା ସମ୍ଭବ ହୋଇପାରି ନାହିଁ ।ଦିନ ମୁଜୁରୀ କରି ଅର୍ଥ ଉପାର୍ଜନ କରିଥାନ୍ତି ସେଥିରେ ପାଂଚ ପ୍ରାଣୀ କୁଟୁମ୍ବକୁ ଆହାର ଯୋଗେଇବାରେ ହିଁ ସରିଯାଏ ।ଘର ଉପରେ ପୁରୁଣା ଭଙ୍ଗା ରୁଜା ଆଜବେଷ୍ଟସ ଘୋଡେଇ ଅତି ଦୟନୀୟ ଜୀବନ ବିତାଉଛନ୍ତି ।ତେଣୁ ଏହି ଗରିବ ପ୍ରଜାପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହିତ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।
