ଫୁଲବାଣୀ ( santosh Mishra) : କନ୍ଧମାଳ ଜିଲା ବାଲିଗୁଡା ତହସିଲ୍ ଭାବେ ଶଶାଙ୍କ ଶେଖର ପାତ୍ର କାର୍ଯ୍ୟରେ ଯୋଗଦେଇଛନ୍ତି । ପୂର୍ବରୁ ଏଠାରେ ଥିବା ତହସିଲ୍ ଦାରଙ୍କ ଅନ୍ୟତ୍ର ବଦଳି ହୋଇଯିବା ପରେ କିଛିଦିନ ଉକ୍ତ ପଦବି ଖାଲିଥିଲା । ପୂର୍ବରୁ ଶ୍ରୀ ପାତ୍ର କ.ନୂଆଗାଁ ବ୍ଳକ ତହସିଲ୍ଦାର ଭାବେ ଦାୟିତ୍ୱ ତୁଲାଉଥିଲେ ।
କ.ନୂଆଗାଁରେ ତହସିଲ୍ ଦାର ଭାବେ ଦାୟିତ୍ୱ ନେବ ବେଳେ ଗତ ୩୦ ବର୍ଷ ଧରି ବସବାସ କରୁଥିବା ଯୋଗ୍ୟ ଭୂମିହୀନ ଲୋକ ମାନଙ୍କୁ ଚିହ୍ନଟ କରି ଜମି ପଟା ପ୍ରଦାନ କରି ଲୋକଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ତାଙ୍କର ଏଭଳି କାର୍ଯ୍ୟକୁ କ.ନୂଆଗାଁ ବ୍ଳକବାସୀ ଆଜି ମଧ୍ୟ ମନେ ପକାଉଛନ୍ତି । ପୂର୍ବରୁ ବାଲିଗୁଡ଼ାରେ ତହସିଲ୍ଦାର ଭାବେ କାର୍ଯ୍ୟକରୁଥିବା ସୁଶ୍ରୀ କ୍ଷୀବ୍ଧô ତନ୍ନୟା ସାହୁଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ସେ ବାଲିଗୁଡ଼ା ଅଂଚଳର ବିକାଶ ଦିଗରେ କାର୍ଯ୍ୟକରିବେ ବୋଲି ପ୍ରକାଶ କରିଛନ୍ତି ।
