Odisha news

ଫୁଲବାଣୀ : ଟାଟାସୁମୋ ସହ ୩୦ କେଜି ଗଞ୍ଜେଇ ଓ ୧ ଲକ୍ଷ ୧୩ ହଜାର ଜାଲ ନୋଟ୍ ଜବତ ,ଚାଲିଛି ଜାଲ ନୋଟ୍ ରାକେଟର ସନ୍ଧାନ

0

ଫୁଲବାଣୀ : ଆଜି ଜାଲ ନୋଟରେ ଗଞ୍ଜେଇ କାରବାର କରୁଥିବା ଏକ ରାକେଟ୍କୁ ଧରିବାରେ   ଫିରିଙ୍ଗିଆ ଥାନା ପୁଲିସ୍ ସଫଳ ହୋଇଛି । ଏହି ମାମଲାରେ ଜଣେ ପୁଲିସ କନେଷ୍ଟବଲ୍ ସମେତ ୩ ଜଣଙ୍କୁ ଗିରଫ କରିଛି ପୁଲିସ୍ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ପୁଲିସ୍ ଫିରିଙ୍ଗିଆ ଥାନା ଅନ୍ତର୍ଗତ ସିମିଲି ସାହି- ଡିମିରିଗୁଡା ରାସ୍ତାରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଟାଟା ସୁମୋ ନଂ- ଓଆର୦୨ଏଟି-୯୩୬୯କୁ ସନେ୍ଦହଜନକ ଭାବେ ଯାଉଥିବା ଦେଖି ଚଢାଉ କରିଥିଲା ।

ଚଢାଉ ବେଳେ ଗାଡିରୁ  ୩୦ କେଜି ଗଞ୍ଜେଇ ଏବଂ ୧ ଲକ୍ଷ ୧୩ ହଜାର ଟଙ୍କାର ଜାଲ ନୋଟ ବାହାରିଥିଲା । ପୁଲିସ୍ ଉକ୍ତ ଟାଟାସୁମୋ ଗାଡି ସହ ଗଞ୍ଜେଇ  ଓ ଜାଲ ନୋଟ୍ ଜବତ କରିବା ସହ ସୁମୋର ଥିବା ୩ ଜଣଙ୍କୁ ଗିରଫ କରି କରିଥିଲା । ଗିରଫ ୩ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଲ ରହିଛନ୍ତି । ତାଙ୍କ ନାମ ବସନ୍ତ ନାହକ  ଓ ସେ ବ୍ରାହ୍ମଣୀ ଗାଁ ଥାନାରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିଲେ ।

ଗତ ୧୫ ତାରିଖରେ ଜଣେ ବ୍ୟକ୍ତିଙ୍କୁ ଧମକ ଚମକ ଦେଇ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଥାନାରେ ତାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା ।  ଏସପି ତାଙ୍କୁ ଗତ ୧୬ ତାରିଖରେ କାର୍ଯ୍ୟରୁ ନିଳମ୍ବିତ କରବାସହିତ  ଫୁଲବାଣୀ ରିଜର୍ଭ ପୁଲିସ୍  କାର୍ଯ୍ୟାଳୟରେ କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଗିରଫ ହୋଇଥିବା ଆଉ ଦୁଇ ଜଣ ବ୍ୟକ୍ତି ଫୁଲବାଣୀର ମଧୁସୁଦନ ଦିଗାଲ ଓ ବଳଭଦ୍ର ସାହଣୀ ଅଟନ୍ତି । ଏହି ୩ ଜଣଙ୍କ ନାମରେ ୪୮/୨୦୨୦ ମାମଲା ରୁଜୁ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି । ଜାଲନୋଟ୍ କାରବାର ରାକେଟକୁ ଧରିବାକୁ  ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଏହାର ଲିଙ୍କ୍ କେଉଁଠି ସେ ନେଇ ତଦନ୍ତ ଚାଲିଛି ଏବଂ ଖୁବ ଶିଘ୍ର ଏହାର ପର୍ଦାଫାଶ ହେବ ବୋଲି ଥାନାଧିକାରୀ ଶ୍ୟାମ ସୁନ୍ଦର  ରାଓ ସୂଚନା ଦେଇଛନ୍ତି ।

 

Leave A Reply