Odisha news

ଫୁଲବାଣୀ : ସ୍ୱାସ୍ଥ୍ୟ ସେବାର ବିକାଶ ପାଇଁ କନ୍ଧମାଳ ଜିଲ୍ଲାକୁ ମିଳିଲା ସ୍କଚ ଆୱାର୍ଡ

0

ଫୁଲବାଣୀ : ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ସ୍ୱାସ୍ଥ୍ୟ ସେବାର ବିକାଶ ଲାଗି କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ମାନ ପ୍ରଣୟନ କରାଯାଇ ସଫଳତା ହାସଲ କରିଥିବାରୁ କନ୍ଧମାଳ ଜିଲ୍ଲାକୁ ପୁଣି ଜାତୀୟସ୍ତରୀୟ ମର୍ଯ୍ୟଦାଜନକ ସ୍କଚ ଆୱାର୍ଡ ମିଳିଛି । ଏହି ଆୱାର୍ଡର ଫାଇନାଲ ରାଉଣ୍ଡରେ ଦେଶର ବିଭିନ୍ନ ରାଜ୍ୟରୁ ୩୪ଟି ପ୍ରକଳ୍ପ ସ୍ଥାନିତ ହୋଇଥିବା ବେଳେ ପ୍ଲାଟିନମ ଗୋଲ୍ଡ ଓ ସିଲଭର ଆୱାର୍ଡ ଲାଗି ଅନଲାଇନ୍ରେ ଭୋଟିଂ ହୋଇଥିଲା ।

ଓଡିଶାର ନବରଙ୍ଗପୁର ଜିଲ୍ଲାର ପ୍ରକଳ୍ପକୁ ପ୍ଲାଟିନମ୍ ପୁରସ୍କାର ମିଳିଥିବା ବେଳେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ପ୍ରକଳ୍ପ ସିଲଭର୍ ପୁରସ୍କାର ମିଳିଛି । ଜିଲ୍ଲାପାଳ ଡା.ବୃନ୍ଦା ଡି.ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଓ ଅଭିନବ ଚିନ୍ତାଧାରା ପାଇଁ କନ୍ଧମାଳ ଜିଲ୍ଲାକୁ ପୁଣି ଏ ବର୍ଷ ସ୍କଚ ଆୱାର୍ଡ ମିଳିପାରିଛି । ଗତବର୍ଷ ମିଶନ-୧୭୧ କୃଷିର ବିକାଶ ପାଇଁ ଏହି ମର୍ଯ୍ୟଦା ଜନକ ସ୍କଚ ଆୱାର୍ଡ ମିଳିଥିଲା । ଏହି ଆୱାର୍ଡ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର, ଅଫିସର, କର୍ମଚାରୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ସେମାନେ ନିଷ୍ଠାର ସହ କାର୍ଯ୍ୟ କରିବା ଲାଗି ଏହାଦ୍ୱାରା ପ୍ରୋତ୍ସାହିତ ହେବେ ବୋଲି ସିଡିଏମଓ ଡା.ରାଜଶ୍ରୀ ପଟ୍ଟନାୟକ କହିଛନ୍ତି ।

 

Leave A Reply