Odisha news

କନ୍ଧମାଳ ଜିଲ୍ଲାରେ ଦୁଇଦୁଇ ଥର କୁମ୍ବିଙ୍ଗ , ମାଓବାଦୀଙ୍କ ସହ ଜବାନ ମାନଙ୍କର ଗୁଳି ବିନିମୟ : ଖସିଗେଲେ କେନ୍ଦ୍ରୀୟ କମିଟି ମାଓନେତା ମୁରଲି ଓ ମାଓବାଦୀ

0

ଫୁଲବାଣୀ,୧୮/୦୯ (ସନ୍ତୋଷ ମିଶ୍ର ), କନ୍ଧମାଲ ଜିଲ୍ଲାର ବିଭିନ୍ନ ମାଓ ଅଧ୍ୟୁସିତ ଅଂଚଳରେ ପୋଲିସ ବାହୀନିର କୁମ୍ବିଙ୍ଗ ଜୋରଦାର ଭାବରେ ଚାଲିଛି । ଏହା ଭିତରେ ମଧ୍ୟ ସୁଯୋଗ ନେଇ ମାଓବାଦୀ ମାନେ ଜିଲ୍ଲାର ବିଭିନ୍ନ ଯାଗାରେ ବ୍ୟାନର ଓ ପୋଷ୍ଟର ଲଗାଇବା ସହିତ ପୋଲିସ ସମେତ ବିଭିନ୍ନ ଲୋକଙ୍କ ନାମରେ ଚେତାବନୀ ଜାରୀ କରି ସେମାନଙ୍କର ଉପସ୍ଥିତି ଜାହିର କରୁଛନ୍ତି ।

ପୋଲିସ ବାହିନୀ ମଧ୍ୟ ସେମାନଙ୍କୁ ପ୍ରତିହତ କରିବାକୁ ମାଓବାଦୀ ମାନଙ୍କର ଉପସ୍ଥିତି ଥିବା ସମ୍ଭାବିତ ଯାଗାରେ କୁମ୍ବିଙ୍ଗ ଅପରେସନ ଜାରୀ ରଖିଛି । ତେବେ ଏହି ନିୟମିତ କୁମ୍ବିଙ୍ଗ ଅପରେସନ ବେଳେ ଜବାନ ମାନେ ଗତ ୧୫ ତାରିଖରେ ମାଓବାଦୀଙ୍କ ମୁହାଁମୁହିଁ ହୋଇଥିବା ନେଇ ଆଜି କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଏକ ପେସ୍ ବିବୃତିରେ ସୁଚନା ଦେଇଛନ୍ତି ଏହି ଅବସରରେ ତାଙ୍କ ସହିତ ପୋ୍ରବେସନ ଆଇପିଏସ ଅଧିକାରୀ ଅଭିନବ ସୋନକର ମଧ୍ୟ ଉପସ୍ଥିତ ଥିଲେ । ।

ସୁଚନା ଅନୁସାରେ ଗତ ୧୫ ତାରିଖରେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଂଚଳର ପୋଖରୀବନ୍ଧ ସଂରକ୍ଷୀତ ଜଙ୍ଗଲରେ ଏସଓଜି ଏବଂ ଡିଭିଏଫ୍ ଜବାନ ମାନେ ମିଳିତ ଭାବରେ କୁମ୍ବିଙ୍ଗ ଅପରେସନ କରୁଥିବାବେଳେ ସେଠାରେ ଥିବା ମାଓବାଦୀ ମାନଙ୍କ ସହିତ ମୁହାଁମୁହିଁ ହୋଇଥିଲା ମାଓବାଦୀ ମାନେ ହଠାତ୍ ଅନ୍ଧାଧୁନ ଭାବରେ ଜବାନ ମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ଜବାନ ମାନେ ମଧ୍ୟ ସେମାନଙ୍କର ନିୟନ୍ତ୍ରଣରେ ରହି ପାଲଟା ଗୁଳି ଚାଳନା କରିଥିଲେ ।

ସେଠାରେ ପ୍ରାୟ ୧୫ ରୁ ୨୦ ମିନିଟ ପର୍ଯ୍ୟନ୍ତ ଗୁଳି ଚାଳନା ହୋଇଥିଲା । କିନ୍ତୁ ମାଓବାଦୀ ମାନେ ସୁଯୋଗ ଦେଖି ଘଂଚ ଜଙ୍ଗଲ ଭିତରେ ପଳାୟନ କରିଥିଲେ । ପରିସ୍ଥିତି ନିୟନ୍ତ୍ରଣାଧିନ ହେବାପରେ ଜବାନ ମାନେ ସର୍ଚ୍ଚ ଅପରେସନ କରିବା ବେଳେ ସେଠାରୁ ୩ଟି ଦେଶୀ ବନ୍ଧୁକ,ପ୍ଲାଷ୍ଟିକ ବାକ୍ସ,କିଛି ଔଷଧ,ମାଓ ପୋଷାକ,ବିଦୁ୍ୟତ୍ ତାର,ଗୋଟିଏ ବ୍ୟାଗ୍ ଏବଂ ମାଓ ପତି୍ରକା ଜବତ କରିଥିବା କହିଛନ୍ତି । ସେହିପରି ତା ପରଦିନ ମଧ୍ୟ ଏହି ଅପରେସନ ଜାରୀ ରହିଥିବାବେଳେ ତୁମୁଡିବନ୍ଧ ଥାନା ଅଂଚଳରେ ଥିବା ବୁରହାନାଇ ସଂରକ୍ଷୀତ ଜଙ୍ଗଲରେ ମଧ୍ୟ ଜବାନ ମାନଙ୍କର ମାଓବାଦୀ ମାନଙ୍କ ସହିତ ମୁହାମୁହିଁ ହୋଇଥିଲା । ସେଠାରେ ମଧ୍ୟ ମାଓବାଦୀ ମାନେ ଜବାନ ମାନଙ୍କ ଉପରକୁ ଗୁଳି ଚାଳନା କରିଥିଲେ ।

ସେଠାରେ ଜବାନ ମାନେ ପାଲଟା ଗୁଳି ଚାଳନା କରିବାରୁ ସେଠାରୁ ମଧ୍ୟ ମାଓବାଦୀ ଛତ୍ରଭଙ୍ଗ ଦେଇଥିବା କହିଛନ୍ତି ଆରକ୍ଷୀ ଅଧିକ୍ଷକ ତେବେ ସେଠାରେ ମଧ୍ୟ ଜବାନ ମାନଙ୍କୁ ଗୋଟିଏ ଜିନିଷ ବୋହିବା ବ୍ୟାଗ୍,ଥର୍ମସଫ୍ଲାସ୍କ,ଔଷଧ,ଇଂଜେକ୍ସନ ସିରିଞ୍ଜ,ଖାଦ୍ୟ ସାମଗ୍ରୀ ଓ ମାଓ ପତି୍ରକା ମିଳିଥିଲା । ତେବେ ଉଭୟ ଘଟଣାରେ ପ୍ରାୟ ୧୦ ରୁ ୧୨ କେକେବିଏନ ମାଓ ସଂଗଠନର ମାଓବାଦୀ ଥିବା କହିଛନ୍ତି । ଘଟଣାରେ ଉଭୟ ପକ୍ଷରୁ କେହି ମୃତାହତ ହୋଇନଥିବା ସୁଚନା ଦେଇଛନ୍ତି ସେ । ଜିଲ୍ଲାରେ କେନ୍ଦ୍ରୀୟ ମାଓନେତା ମୁରଲି ଉପସ୍ଥିତ ଥିବା ଜଣାପଡିଛି ବୋଲି କହିବା ସହିତ ସେଥିପାଇଁ ସେମାନେ କୌଣସି ଏକ ବଡ ଧରଣର ଅଘଟଣା ଘଟାଇବା ଆଶଙ୍କା ଥିବା ଅନୁମାନ କରାଯାଉଛି । ସେଥିପାଇଁ ପୋଲସ ପକ୍ଷରୁ ଜୋରଦାର କୁମ୍ବିଙ୍ଗ ଅପରେସନ ଜାରୀ ରହିଛି ବୋଲି କହିଛନ୍ତି ।

Nalco
Leave A Reply