କନ୍ଧମାଳ,(ସନ୍ତୋଷ ମିଶ୍ର ) :  ରୋଜଗାର ପାଇଁ ଯାଇ ଗତ ୬ ବର୍ଷ ତଳେ ୨ ହାତ କଟାଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ସଂସ୍ଥାରେ କାମ କରୁଥିଲେ ଉକ୍ତ ମାଲିକ ଦୁଃଖ ଜଣାଇଲେ ମଧ୍ୟ ଫୋନ୍ ଉଠାଉ ନାହାନ୍ତି । ଏଭଳି ଏକ ଦୁଃଖଦ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମିରିଗୁଡା ପଂଚାୟତର ଡାଗରପଦର ଗ୍ରାମର ଅସହାୟତ ସୋମେଶ କହଁରଙ୍କ ଠାରେ ।

ଦୁର୍ଘଟଣାରେ ହାତ ହରାଇଥିବା ଯୁବକଙ୍କ  ସମସ୍ୟା ସଂପର୍କରେ ଅବଗତ ହେବା ପରେ ଉକ୍ତ ପରିବାର ପାଖରେ ପହଂଚିଛି କନ୍ଧମାଳ ଟିମ୍ ହୁ୍ୟମାନିଟ୍  ସ୍ୱେଚ୍ଛାସେବୀ ସଂଗଠନ । ଦୀର୍ଘ  ୫ ମାସ କାଳ ଏ ଡ଼ାକ୍ତରଖାନାରୁ ସେ ଡ଼ାକ୍ତରଖାନରେ ଯାଇ ଚିକିତ୍ସିତ ହେବା ପରେ ସେ ସୁସ୍ଥ ହୋଇଥିଲେ ମଧ୍ୟ ତାହାର ୨ ହାତ କାଟି ଦିଆଯାଇଛି । ଗୋଟିଏ ଗୋଡ଼ ମଧ୍ୟ ଠିକ୍ ଭାବେ କାମ କରୁନାହିଁ । ବାପା-ମାଆ ବୃଦ୍ଧ ।

ନିଜ ଭାଇ ମାନଙ୍କ ସହାୟତରେ ସେ ଜୀବନ ବିତାଉଛନ୍ତି । ସାନଭାଇ ପାଇଁ ବଡଭଉଣୀ ମଧ୍ୟ ବିବାହ ହୋଇ ନାହାନ୍ତି ଭାଇର ସେବା କରିବା ପାଇଁ । ସେ ବ୍ରହ୍ମପୁରରେ ଏକ ବୋରିଂ କମ୍ପାନି ଗାଡ଼ିରେ କାମ କରୁଥିବା ବେଳେ ତାଙ୍କର ଏଭଳି ଅବସ୍ଥା ଘଟିଥିବା ନେଇ ମଧ୍ୟ କାନ୍ଦି କାନ୍ଦି ପ୍ରକାଶ କରିଥିଲେ । ଚିକିତ୍ସା ହେଲେ କିନ୍ତୁ ତାକଂ ପାଖରେ ଚିକିତ୍ସାହେବାର କୌଣସି ପ୍ରକାର କାଗଜ ପତ୍ର ନାହିଁ । ବାରମ୍ବାର ଅନୁରୋଧ ପରେ ମିଳିଛି କେବଳ ବିକଳାଙ୍କ ଭତ୍ତା ବାବଦକୁ ୫୦୦ ଟଙ୍କା ।  ବୋରିଂ କମ୍ପାନିର ମାଲିକ କେବଳ ଚିକିତ୍ସା କରିଛନ୍ତି କିନ୍ତୁ ପରବର୍ତ୍ତି ସମୟରେ ଚଳିବା ପାଇଁ ଯେଉଁ ଆର୍ଥିକ ସହାୟତା ଦେବେ ବୋଲି ପ୍ରତିଶୃତି ଦେଇଥିଲେ ତାହା ୫ ବର୍ଷରୁ ଉଦ୍ଧ ସମୟ ବିତିଲାଣି କିନ୍ତୁ ପୁରଣ କରିନାହାନ୍ତି ।

ବ୍ରହ୍ମପୁର ଡ଼ାକରା ପାଇଁ ଖଣ୍ଡିଆ ହାତରେ ବଡ଼ଭାଇ ସହିତ ମିଶି ଅନେକ ଥରଯାଇଛନ୍ତି କିନ୍ତୁ କେବେ ମଧ୍ୟ ଭେଟିବାକୁ ସଫଳ ହୋଇ ନାହାନ୍ତି ବୋଲି କହିଛନ୍ତି ସୋମେଶ । ବର୍ତ୍ତମାନ ମୁଣ୍ଡଗୁଞ୍ଜିବାକୁ ମଧ୍ୟ ଭଲ ଘର ଖଣ୍ଡିଏ ନାହିଁ । ଅନ୍ୟର ଭରସାରେ ଚଳୁଥିବା ବିକଳାଙ୍କ ସୋମେଶ ନିଜେ ଆତ୍ମନିର୍ଭର ଶୀଳ ପାଇଁ ଇଛା କରିଥିଲେ ମଧ୍ୟ ଅର୍ଥ ସାଜିଛି ତାହା ପାଇଁ ବାଧକ । ଏଭଳି ସ୍ଥଳେ ଏହି ଖବର ଜାଣିବ ପରେ ଉକ୍ତ ଗ୍ରାମରେ ପହଞ୍ଚିଥିଲା ଟିମ୍ ହୁ୍ୟମାନିଟିର ସଦସ୍ୟମାନେ । ନିଜ ପକ୍ଷରୁ ଯାହା ସମ୍ଭବ  ସୋମେଶକୁ ବଢାଇଛନ୍ତି ସହଯୋଗାର ହାତ । ପ୍ରଥମ ପର୍ଯ୍ୟାୟରେ ଟିମ୍ ର ସଦସ୍ୟମାନେ କିଛି ଆର୍ଥକ ସହାୟତା ପ୍ରଦାନ କରିଥିବା ବେଳେ ଆଜି ଟିମ୍ ର ସଦସ୍ୟ ସଂଞୟ କୁମାର ଦିଗାଳ,ଅଜିତ କୁମାର ସାହୁ,ମିଥୁନ ମହାରଣା ପ୍ରମୁଖ ଅସହାୟ ସୋମେଶଙ୍କ ଘରେ ପହଞ୍ଚି ରାସନ ସାମଗ୍ରୀ ସହିତ ପୋଷାକ ଓ  ଅନ୍ୟ କେତେକ ସାମଗ୍ରୀ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here