କନ୍ଧମାଳ (ସନ୍ତୋଷ ମିଶ୍ର ) :  ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ପୋଲିସ ଗୋଟିଏ କାର ଭିତରୁ ୧୦୨ କିଗ୍ରା ଗଞ୍ଜେଇ ସମେତ ଗୋଟିଏ କାର ଜବତ କରିବା ସହିତ ଏହି ଗଞ୍ଜେଇ ଚାଲାର ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସୁଚନା ଅନୁସାରେ ମଙ୍ଗଳବାର ଫିରିଙ୍ଗିଆ ଥାନା ଅଂଚଳରେ ଥିବା ମାଝିପଡା ଠାରେ ଗୋଟିଏ ମାରୁତୀ ସୁଜୁକି (ଓଡି-୦୨-ଏଫ-୦୩୧୨)କାରରେ ମାଝିପଡାଠାରୁ ଭୁବନଶ୍ୱରକୁ ଗଞ୍ଜେଇ ଚାଲାଣ ହେଉଥିବା ପୁର୍ବ ସୁଚନା ପାଇ ଫିରିଙ୍ଗିଆ ପୋଲିସ ସେଠାରେ ଗାଡିକୁ ଅଟକାଇ ତଲାସି କରିଥିଲା । ସେଥିରୁ ପୋଲିସ ୩ଟି ପ୍ଲାଷ୍ଟିକ ଅଖାରେ ୧୦୨ କିଗ୍ରା ଗଞ୍ଜେଇ ପାଇଥିଲା ।

ପୋଲିସ ଗଞ୍ଜେଇ ଓ  କାରକୁ ଜବତ କରିବା ସହିତ ଏହି ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ଫିରିଙ୍ଗିଆ ବ୍ଳକର ସାଡିଙ୍ଗିଆ ଅନ୍ତର୍ଗତ  ଲେଣ୍ଡି୍ରଗାଁ ର ଅନାମିକା ଦିଗାଲ (୨୯)କୁ ଗିରଫ କରିଛି । ପୋଲିସ ଏହି ସଂକ୍ରାନ୍ତରେ ଏକ ମାମଲା ୭୮/୨୦୨୦ ରୁଜ୍ଜୁ କରିବା ସହିତ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ଜଣାପଡଛି । ଅଭିଯୁକ୍ତ ଏହି ଗଞ୍ଜେଇକୁ ଫିରିଙ୍ଗିଆ ଅଂଚଳରୁ ଭୁବନେଶ୍ୱରକୁ ଚାଲାଣ କରିବାକୁ ଯାଉଥିଲା ବୋଲି  ପୋଲିସକୁ କହିଥିବା ନେଇ ଫିରିଙ୍ଗିଆ ଥାନା ଅଧିକାରୀ ପି.ଶ୍ୟାମସୁନ୍ଦର ରାଓ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here