କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ପୋଲିସକୁ ଗଞ୍ଜେଇଚାଲାଣ କାରୀଙ୍କୁ ଧରିବାରେ ବଡ ସଫଳତା : ଜବତ କଲା ୧୪୯ କିଗ୍ରା ଗଞ୍ଜେଇ ୨ଟି ଗାଡି ଓ ଗୋଟିଏ ବାଇକ ଜବତ ୯ ଜଣ ଗିରଫ
କନ୍ଧମାଳ(ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲା କ.ନୁଆଗାଁ ଥାନା ପୋଲିସକୁ ଗଞ୍ଜେଇଚାଲାଣ କାରୀଙ୍କୁ ଧରିବାରେ ବଡ ସଫଳତା ମିଳିଛି । ଆଜି କ.ନୁଆଗାଁ ଥାନା ପୋଲିସ ଗ)୍ଜେଇ ଚାଲାଣ ହେବାକୁ ଥିବା ନେଇ ପୁର୍ବ ସୁଚନା ପାଇ ପୋଲିସ ପେଟୋ୍ରଲିଙ୍ଗ ବଢାଇବା ସହିତ ଗାଡି ମଟର ତଲାସି କରିବାବେଳେ ଏକ ଅଶୋକ ଲିଲାଣ୍ଡ ପିକଅପ ଭ୍ୟାନ ଭିତରୁ ୪ଟି ବସ୍ତାରେ ୧୧୩ କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ।
ସେହି ଗାଡିକୁ ସୁରକ୍ଷା ଯୋଗାଇ ସାଙ୍ଗରେ ଯାଉଥିବା ଆଉ ଗୋଟିଏ ବଜାଜ ପଲସର ବାଇକ୍ ଓ ଗୋଟିଏ ଟାଟା ଇଣ୍ଡିକା କାରକୁ ମଧ୍ୟ ଜବତ କରିଛି ପୋଲିସ ।
ଏହି ଘଟଣାରେ ପୋଲିସ କ.ନୁଆଗାଁ ଥାନା ଅନ୍ତର୍ଗତ ବିକାଙ୍ଗିଆ ଗ୍ରାମର ଗୋପବନ୍ଧୁ ଦିଗାଲ ସମେତ ଗଞ୍ଜାମ ଜିଲ୍ଲା ପାଟପୁର ଗ୍ରାମର ବନାବାସ ଜେନା,ସନ୍ତୋଷ ଗୌଡ,ସିମାଂଚଳ ଗୌଡ,ସୁତୁନ ସ୍ୱାଇଁ,ପ୍ରଧାନି ଜାନୀ ଓ ରଞ୍ଜନ କୁମାର ଜାନୀ ସହି ୭ ଜଣଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ଏକ ମାମଲା ୫୩/୨୦୨୦ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବାବେଳେ ଆଉ ଏକ ଘଟଣାରେ କ.ନୁଆଗାଁ ଥାନା ପୋଲିସ ଚାଲାଣ ବେଳେ ଆଉ ୩୫ କିଗ୍ରା ୫୦୦ ଗ୍ରାମ ଗଞ୍ଜେଇ ଧରି ରାସ୍ାତରେ ଗାଡିକୁ ଅପେକ୍ଷା କରୁଥିବାବେଳେ ପୋଲିସ ସୁଚନା ପାଇ ସେଠାରେ ପହଂଚି ସେହି ଗଞ୍ଜେଇକୁ ଜବତ କରି ଏହି ସଂକ୍ରାନ୍ତରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି ।
ସେମାନେ କ.ନୁଆଗାଁ ଥାନା ଅନ୍ତର୍ଗତ କୁଡୁତୁଳି ଗ୍ରାମର ଭୋଳାନାଥ ବେହେରଦଳେଇ ଏବଂ ସୀତାରାମ ସାହୁ ବୋଲି ଜଣପଡିଛି । ପୋଲିସ ସେମାନଙ୍କ ବିରୋଧରେ ଏକ ମାମଲା ୫୨/୨୦୨୦ ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା କ.ନୁଆଗାଁ ଥାନା ଅଧିକାରୀ ଶ୍ରୀନିବାସ ସାମଲଙ୍କ ସୁତ୍ରରୁ ଜଣାପଡିଛି ।
