ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଦୁତିମେଣ୍ଡି ପଂଚାୟତର ଏକ ସାହିରୁ ୮ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ପରେ ସଂପୃକ୍ତ ସାହିକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟଣ୍ଟଜୋନ ଭାବରେ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଅନେକ ଅମାନ୍ୟ କରିବାକୁ ଆଜି ଏହାକୁ ନେଇ ସରପଂଚ ଧନଞ୍ଜୟ ମଲିକଙ୍କ ଅଧ୍ୟକ୍ଷତାରେ ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ଼ ମେମ୍ବର ତାପସ ଦଣ୍ଡିଆ , ଉକ୍ରଳମଣି ଯୁବକ ସଂଘର ସଭାପତି ଦେବରାଜ ମୁଖୀ , ସଂପାଦକ ସମିର ପ୍ରସାଦ ଝାଙ୍କର ,ଅସିତ୍ ମଲିକ , ଗୋଲକ ମଲିକ , ଲ୍ୟାମ୍ପସ୍ ର ପରିଚାଳନା ନିଦେ୍ର୍ଦଶକ ପ୍ରଦୀପ କୁମାର ସେଠୀ , ବିିିଭିନ୍ନ ବ୍ୟବସାୟୀ , ଗ୍ରାମବାସୀ ପ୍ରମୁଖ ଉପସ୍ଥିତିରେ ବିିଭିନ୍ନ ଦିଗ ଉପରେ ଆଲେଚନା ହେବା ସହିତ ଗ୍ରାମରେ ଏହା ଯେଭଳି ଭବେ ନବ୍ୟାପିବ ତାହାକୁ ଦୃଷ୍ଟିରେ ରଖି ଆସନ୍ତା ୭ ଦିନ ପାଇଁ ପଂଚାୟତର ୭ଟି ୱାର୍ଡ଼କୁ ସଂପୂର୍ଣ୍ଣଭାବେ ବନ୍ଦ ପାଇଁ ନିଷ୍ପତି ନିଆଯାଇ ବନ୍ଦ କରାଯାଇଛି ।

ଏହି ଦିନ ମଧ୍ୟରେ କୌଣସି ଦୋକାନ ବଜାର ଖୋଲିବ ନାହିଁ କିମ୍ବା ସଭା ସମିତି ଓ କୌଣସି ପ୍ରକାର ଭୋଜିଭାତ ମଧ୍ୟ ନକରିବା ପାଇଁ ନିଷ୍ପତି ନିଆଯାଇ ଏନେଇ ପ୍ରଶାସନକୁ ମଧ୍ୟ ଅବଗତ କରାଯାଇଥିବା ସରପଂଚ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here