Odisha news

କନ୍ଧମାଳ ଜିଲ୍ଲାରେ ପୁରା ଖର୍ଚ୍ଚ ହୋଇନାହିଁ ୨୦୧୯-୨୦ ର ଅନୁଦାନ ଅର୍ଥ : ଆସିଗଲା ୨୦୨୦-୨୧ ର ଅନୁଦାନ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାକୁ ବିଭିନ୍ନ ଉନ୍ନୟନ କାମ ପାଇଁ ଅସିଥିବା ୨୦୧୯-୨୦ ବର୍ଷର ଅନୁଦାନ ଅର୍ଥ ଏଯାଏଁ ଖର୍ଚ୍ଚ ପୁରା ହୋଇ ପାରିନାହିଁ । ବର୍ତମାନ ୨୦୨୦-୨୧ ବର୍ଷର ୫ମ ଅର୍ଥ କମିଶନର ଅନୁଦାନ ଆସିଯାଇଛି । କନ୍ଧମାଳ ଜିଲ୍ଲାରେ ୧୭୧ ଟି ପଂଚାୟତ ପାଇଁ ପ୍ରତମ ପର୍ଯ୍ୟାୟରେ କେନ୍ଦ୍ର ସରକାର ୯,୫.୨୧,୯୫୪ ଟଙ୍କା ଯୋଗାଇ ଦେଇଛନ୍ତି ।

ଏହି ଅନୁଦାନ ଟଙ୍କାୁ ୧୭୧ ଟି ପଂଚାୟତର ଆକାଉଣ୍ଟକୁ ପଠାଇ ସାରିଛନ୍ତି ସରକାର । ସେହିପରି ୧୨୧ଟି ସମିତି ପାଇଁ ୨,୧.୭୩,୦୦୦ ଟଙ୍କାର ଅନୁଦାନ ମିଳିଛି । ଏହିସବୁ ଅର୍ଥକୁ ଜିଲ୍ଲାର ବିଭିନ୍ନ ପଂଚାୟତରେ ଥିବା ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ, ପରିମଳ,ନାଳ,ରାସ୍ତାଘାଟ ନିର୍ମାଣ ଏବଂ କଲ୍ୟାଣ ମଣ୍ଡପ ଭଳି ଉନ୍ନୟନ ମୁଳକ କାର୍ଯ୍ୟରେ ଖର୍ଚ୍ଚ କରାଯିବା ନେଇ ଜିଲ୍ଲା ପଂଚାୟତ କାର୍ଯ୍ୟାଳୟ ସୁତ୍ରରୁ ଜଣାପଡିଛି ।

ତେବେ ଏହା ପୁର୍ବ ବର୍ଷରେ ଅସିଥିବା ଅନୁଦାନ ଟଙ୍କାକୁ ଏଯାବତ ଖର୍ଚ୍ଚ କରାଯାଇ ପାରି ନାହିଁ । ଯାହା ଦ୍ୱାରା ଜିଲ୍ଲାବାସୀ ସେହି ଟଙ୍କାରୁ ଜନସାଧାରଣ ପାଇବାକୁ ଥିବା ଉପକାରରୁ ବଂଚିତ ହୋଇଛନ୍ତି । ତେବେ ସରକାର ଜିଲ୍ଲାକୁ ଅନୁଦାନ ଦେଉଥିବାବେଳେ ଜିଲ୍ଲାରେ ଏହି ଦାୟୀତ୍ୱରେ ଥିବା ଅଧିକାରୀ ତଥା ପ୍ରଶାସନ ସେଥିପ୍ରତି ଦୃଷ୍ଟି ଦେଇପାରୁନାହିଁ । ଯାହାର ପରିଣାମ ସ୍ୱରୁପ ଲୋକେ ଏବଂ ଜିଲ୍ଲା ଏହି ଟଙ୍କାରେ ହେବାକୁ ଥିବା ଉନ୍ନତିରୁ ବଂଚିତ ହେଉଛନ୍ତି ତେଣୁ ଏହି ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

 

Leave A Reply