ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି କନ୍ଧମାଳ ଜିଲ୍ଲା ରାଇକିଆ ଥାନା ପୋଲିସ ଏକ ମାରୁତୀ ସ୍ୱିଫ୍ଟ ଡିଜାୟାର କାର ଭିତରୁ ୬୦ କିଗ୍ରା ଗଞ୍ଜେଇ ଜବତ କରିବା ସହିତ ଏହି କାମରେ ନିୟୋଜିତ ଥିବା ଆଉ ଗୋଟିଏ ବାଇକ ଏବଂ ଚାଲାଣକାରୀ ୨ ଜଣଙ୍କୁ ଗିରଫ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ନେଇ ସୁଚନା ଦେଇଛନ୍ତି ରାଇକିଆ ଥାନା ଅଧିକାରୀ ତରୁଣତପନ ବେହେରା ।

ସୁଚନା ଅନୁସାରେ ଆଜି ସକାଳୁ ରାଇକିଅର ଶିବ ମନ୍ଦିର ଛକ ନିକଟରୁ ପୋଲିସ ଏକ ମାରୁତୀ ସ୍ୱିଫ୍ଟ ଡିଜାୟାର (ଓଡ.-୦୨-ବି.ଏଫ-୫୧୦୬)କାରରେ ଭୁବନେଶ୍ୱର ଅଂଚଳକୁ ଚାଲାଣ ହେଉଥିବାବେଳେ ତାଲାସି କରି ସେଥିରୁ ୬୦ କିଗ୍ରା ଗଞ୍ଜେଇ ଜବତ କରିଛି । ଏହା ସହିତ (ଓ.ଡି ୦୭ଏଲ ୪୭୫୮) ନମ୍ବର ଥିବା ଏକ ବାଇକକୁ ମଧ୍ୟ ଜବତ କରିଥିବା ଜଣାପଡିଛି । ଏହି ଚାଲାଣ କାର୍ଯ୍ୟରେ ନିୟୋଜିତ ଥିବା ଗୁଞ୍ଜିବାଡି ଅଂଚଳର ପ୍ରେମାନନ୍ଦ ପ୍ରଧାନ ଓ ଜିଡୁବାଡି ଅଂଚଳର ସୁନିଲ ପ୍ରଧାନକୁ ଗିରଫ କରି ଏହି ସଂକ୍ରାନ୍ତରେ ଏକ ମାମଲା ୫୯/୨୦ ରୁଜ୍ୁ କରିବା ସହିତ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣପଡିଛି ।

LEAVE A REPLY

Please enter your comment!
Please enter your name here