ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକ ଅନ୍ତର୍ଗତ ଏକ ଗ୍ରାମରେ ଗତ କିଛିଦିନ ତଳେ ୩ ଜଣ ବ୍ୟକ୍ତି କରୋନା ସଂକ୍ରମିତ ବୋଲି ଚିହ୍ନଟ ପରେ ସେମାନଙ୍କୁ ଗତ ୩ ଦିନତଳେ ଚିକିତ୍ସାପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଆଜି ସଂନ୍ଧ୍ୟାରେ ଅଚାନକ ଭାବେ ଚିକିତ୍ସା ପାଇଁ ଅଣାଯାଇଥିବା ୩ ଜଣକୁ ଏକ କୋଭିଡ଼୍ ଆମ୍ବୁଲାନ୍ସ ଦ୍ୱାରା ଘରେ ନେଇ ଛଡ଼ାଯାଇଛି । ଏହି ଘଟଣାକୁ ବିରୋଧ କରି ସେହି ଅଂଚଳର ବହୁ ଗ୍ରାମବାସୀ ଉକ୍ତ ଆମ୍ବୁଲାନ୍ସକୁ ଅଟକାଇ ରଖିଥିଲେ ।
ଯଦି ସଂକ୍ରମିତ ଥିଲେ ତେବେ ୧୪ ଦିନ ପର୍ଯ୍ୟନ୍ତ ନରଖି କାହିକି ୩ ଦିନରେ ଛଡ଼ାଗଲା ସେମାନେ ଯଦି ସଂକ୍ରମିତ ତେବେ ସେମାନଙ୍କୁ ସମ୍ପୁର୍ଣ୍ଣ ଚିକିସôା ନକରି କିଭଳି ଭାବରେ ୧୪ ଦିନ ପୁର୍ବରୁ ସେମାନଙ୍କ ଘରକୁ ଆଣି ଛଡାଗଲା ଯାହା ଦ୍ୱାରା ସେହି ଅଂଚଳର ଲୋକେ ମଧ୍ୟ କୋଭିଡରେ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଅଭିଯୋଗ କରି ଗାଡ଼ିକୁ ଅଟକାଇ ରଖିଥିଲେ । ଖବର ପାଇଁ ଖଜୁରିପଡ଼ା ପୁଲିସ୍ ଘଟଣା ସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ଉତ୍ୟକ୍ତ ଲୋକେ ଉକ୍ତ ଆମ୍ବୁଲାନ୍ସକୁ ଯିବାକୁ ଦେଇଥିଲେ । ଏହି ଘଟଣା ସଂପୃକ୍ତ ଅଂଚଳରେ ଆଲୋଚନାର ବିଷୟ ହୋଇଛି । ସେଠାରେ ଲୋକଙ୍କ ବିରୋଧ ଯୋଗୁଁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଉକ୍ତ ଆମ୍ବୁଲାନ୍ସ ଗାଡ଼ି ଅଟକି ରହିଥିଲା ।
