Odisha news

ବସ୍ତିଙ୍ଗିଆକୁ ଚକାପାଦ ବ୍ଳକ,ପୋଲିସ,ତହସିଲ ମୁଖ୍ୟାଳୟ ଓ ବିଚାରାଳୟ କରିବାକୁ ଦାବୀ : ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ଦେଲେ ଚକାପାଦର ଲୋକ ପ୍ରତିନିଧି ,ପୁରଣ ନହେଲେ ଆନେ୍ଧାଳନ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : କନ୍ଧମାଳ ଜିଲ୍ଲାର ଚକାପାଦ ବ୍ଳକର ମୁଖ୍ୟାଳୟ ସମେତ ତହସିଲ,ପୋଲିସ ମୁଖ୍ୟାଳୟ ଏବଂ ସେଠାରେ ସରକାରଙ୍କର ପ୍ରସ୍ତାବିତ ଗ୍ରାମୀଣ ନ୍ୟାୟାଳୟକୁ ଚକାପାଦ ବ୍ଳକର ବସ୍ତିଙ୍ଗିଆଠାରେ ସ୍ଥାପନ କରିବାକୁ ଆଜି ଚକାପାଦ ବ୍ଳକ ଅଧ୍ୟକ୍ଷ ପ୍ରଭଞ୍ଜନ କହଁରଙ୍କ ନେତୃତ୍ୱରେ ଆଜି ସେହି ବ୍ଳକର ଉପାଧ୍ୟକ୍ଷ,ପଂଚାୟତ ସମିତି ସଦସ୍ୟ,ସମସ୍ତ ସରପଂଚ,ନାଏବ ସରପଂଚମାନେ ମିଶି ଏକ ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦେଶ୍ୟରେ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ପ୍ରଦାନ କରିଛନ୍ତି ଏହି ଦାବୀପତ୍ର ପ୍ରଦାନ ବେଳେ ନିର୍ମାଳା ସାହୁ,ରଞ୍ଜନ କୁମାର ମଲ୍ଲିକ,ନଳିନି ପ୍ରଧାନ,ଝିଲିମା ପ୍ରଧାନ,ପ୍ରକାଶ ପ୍ରଧାନ,କିଶୋରଚନ୍ଦ୍ର କହଁର,ଶିବଶଙ୍କର ପ୍ରଧାନ,ଶାରଳା କହଁର,ନାରାୟଣ ପ୍ରଧାନ,ବିଷ୍ଣୁଚରଣ ଦିଗାଲ,ଉଗ୍ରସେନ କହଁର,ସୁସମା ପ୍ରଧାନ,ବିମଳ କୁମାର ନାୟକ,କୁବେର ମଲ୍ଲିକ,ପ୍ରେମାନନ୍ଦ ପ୍ରଧାନ ଓ ପ୍ରତାପ କୁମାର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ଚକାପାଦ ବ୍ଳକରେ ଦିର୍ଘଦିନ ହେଲା ବ୍ଳକ ମୁଖ୍ୟାଳୟକୁ ନେଇ ଦିର୍ଘ ବର୍ଷ ହେଲା ରହିଥିବା ଏହି ଅଂଚଳର ଦୁଇଟି ଗୋଷ୍ଠୀର ବିବାଦକୁ କିଛି ଅଧିକାରୀ ଏବଂ କିଛି ରାଜ୍ୟସ୍ତରୀୟ ରାଜ ନେତା ରାନୈତିକ ପସାପାଲି କରିଛନ୍ତି ।

ଲୋକଙ୍କର ଏହି ବିବାଦର ଉଚିତ ଫାଇଦା ମଧ୍ୟ ନେଉଛନ୍ତି ସେମାନେ । ହେଲେ ସେଠାରେ ଥିବା ଲୋକଙ୍କର ବାସ୍ତବ ଅସୁବିଧାକୁ ଉପଲବ୍ଧି ନ କରି ସେମାନେ ବର୍ଷବର୍ଷ ଧରି ଟାଳଟୁଳ ନୀତିରେ ସେମାନଙ୍କର ରାଜନୈତିକ ତାୱା ଗରମ କରିବାରେ ଲାଗିଛନ୍ତି ବୋଲି କହିଛନ୍ତି ଦାବୀ ପତ୍ର ଦେବାକୁ ଆସିଥିବା ଜନ ପ୍ରତିନିଧି ମାନେ । ଆଜି ସେମାନେ ଦେଇଥିବା ଦାବୀ ପତ୍ରରେ ଉଲ୍ଲେଖ ଥିବା ସୁଚନା ମୁତାବକ ତା ୧୭.୦୫.୨୦୧୭ ତାରିଖରେ ଚକାପାଦ ବ୍ଳକର ପଂଚାୟତ ସମିତି ବୈଠକରେ ସର୍ବ ସମ୍ମତି କ୍ରମେ ବସ୍ତିଙ୍ଗିଆ ଠାରେ ଚକାପାଦ ବ୍ଳକ ମୟଖ୍ୟାଳୟ ଓ ବ୍ଳକ ସଦରମହକୁମା ସ୍ଥାପନା କରିବାକୁ ନିଷ୍ପତି ହୋଇଥିଲା ।

ହେଲେ ଏହାକୁ କାର୍ଯ୍ୟକାରୀ କରାଯିବା ବଦଳରେ ବସ୍ତିଙ୍ଗିଆରୁ ୩ କିମି ଦୁରରେ ଥିବା ରୁପାଗାଁରେ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଯଥା ତହସିଲ,ଶିକ୍ଷା ବିଭାଗର ବ୍ଳକ ମୁଖ୍ୟାଳୟ,କୃଷି ମୁଖ୍ୟାଳୟ ଆଦି କରାଯାଇଛି । ଏବଂ ପ୍ରସ୍ତାବିତ ଗ୍ରାମୀଣ ନ୍ୟାୟାଳୟ ମଧ୍ୟ ଚକାପାଦ ଠାରୁ ୨୦ କିମି ଦୁରରେ ଥିବା ଚକାପାଦରେ କରିବାକୁ ନିଷ୍ପତି ନେଇଥିବା ଜଣାପଡିଛି । ସରକାରଙ୍କ ଦ୍ୱାରା ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ସେମାନଙ୍କର ଯାଥା ସମ୍ଭବ ନିକଟରେ ଗ୍ରାମୀଣ ନ୍ୟାୟାଳୟ କରିବାକୁ ଯୋଜନା ରହିଛି । ହେଲେ ଏଥିରେ ଚକାପାଦ ବ୍ଳକ ଅଂଚଳର ପ୍ରାୟ ୭ଟି ପଂଚାୟତର ଅନୁ୍ୟନ ୪୫ ହଜାର ଲୋକ ହେବାକୁ ଥିବା ନ୍ୟାୟାଳୟରୁ ୨୦ କିମି ଦୁରରେ ରହିବେ ଫଳରେ ସେମାନଙ୍କ ପାଇଁ ସରକାର କରୁଥିବା ସୁବିଧା ସେମାନଙ୍କ ପାଖରେ ସଠିକ ଭାବରେ ପହଂଚିବ ନାହିଁ । ସେହିପରି ଚକାପାଦ ତହସିଲ କାର୍ଯ୍ୟାଳୟ ମଧ୍ୟ ପୁର୍ବ ନିର୍ଦ୍ଧାରିତ ସ୍ଥାନ ବସ୍ତିଙ୍ଗିଆଠାରେ କରିବା ବଦଳରେ ସେହି କାର୍ଯ୍ୟାଳୟକୁ ମଧ୍ୟ ରୁପାଗାଁରେ କରାଗଲା ।

ସେତେବେଳେ ଚକାପାଦ ଅଂଚଳର ୭ଟି ପଂଚାୟତର ଲୋକଙ୍କୁ ଏହି କାର୍ଯ୍ୟାଳୟ ଦୁର ହେଉଥିବା ନେଇ ଏହାକୁ ଦୃଢ ବିରୋଧ କରାଯାଇଥିଲା । ଫଳରେ ସେହି ଅଂଚଳର ଲୋକଙ୍କୁ ସାମୟୀକ ଭାବରେ ଟିକାବାଲି ତହସିଲରେ ସାମିଲ କରାଯିବା ନେଇ ସୁଚନା ଦେବାପରେ କିଛି ଦିନପରେ ପୁଣି ସେମାନଙ୍କର ତହସିଲ କାଯ୍ୟାଳୟ ରୁପାଗାଁରେ ବୋଲି କୁହାଗଲା । ସେହିପରି ଚକାପାଦ ଥାନା ଘାଟି ତଳ ଅଂଚଳରେ ରହିଛି । ଏହି ଥାନା ଅଂଚଳରେ ବ୍ଳକର କେବଳ ୫ଟି ପଂଚାୟତ ଆସୁଥିବାବେଳେ ବ୍ଳକର ଆଉ ୭ଟି ପଂଚାୟତ ଟିକାବାଲି ଥାନା ଅନ୍ତର୍ଗତ ରହିଛି । ଯାହାଦ୍ୱାରା ଗୋଟିଏ ବ୍ଳକକୁ ସରକାରଙ୍କ ଦ୍ୱାରା ଗୋଟିଏ ୟୁନିଟ୍ ଭାବରେ ନିଆଯିବା ସହିତ ସେଠାର ଲୋକେ କିପରି ବ୍ଳକ ମଖ୍ୟାଳୟରେ ସେଥି ନିମନ୍ତେ ଲୋକଙ୍କ ସ୍ୱାର୍ତକୁ ଦୃଷ୍ଟିରେ ରଖି ସମସ୍ତ ବିବାଗର ବ୍ଳକ ମୁଖ୍ୟାଳୟକୁ ଗୋଟିଏ ସ୍ଥାନରେ ସ୍ଥାପନା କରିବା ବଦଳରେ ସେମାନଙ୍କୁ ଆଖପାଖରେ ଥିବା ବିଭିନ୍ନ ବ୍ଳକରବିଭିନ୍ନ ବିଭାଗର ସେବା ନେବାକୁ ବାଧ୍ୟ କରି ଲୋକଙ୍କୁ ଭାଗଭାଗ କରି ସେମାନଙ୍କଠାରୁ ବର୍ଷବର୍ଷ ଧରି ଫାଇଦା ଉଠାଇବାରେ ଲାଗିଛନ୍ତି ବୋଲି ଉଲ୍ଲେଖ ରହିଛି ।

ଏହି ସଂକ୍ରାନ୍ତରେ ଗ୍ରାମବାସୀ ମାନେ ବିଭାଗୀୟ ମନ୍ତ୍ରୀଙ୍କୁ ମଧ୍ୟ ଜଣାଇଥିଲେ ମଧ୍ୟ ଏହାର କୋଣସି ସୁଫଳ ସେମାନେ ପାଉନଥିବା ଉଲ୍ଲେଖ କରିଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଚକାପାଦର ସମସ୍ତ ବିଭାଗର ବ୍ଳକ ମୁଖ୍ୟାୟକୁ ବସ୍ତିଙ୍ଗିଆରେ ସ୍ଥାପନା କରିବା ସହିତ ଲୋକଙ୍କୁ ସଠିକ ଭାବରେ ସମସ୍ତ ସେବା ପାଇବାରେ ସହାୟକ ହେବେ ବୋଲି କୁହାଯାଇଛି । ଏହାକୁ ଅଣଦେଖା କରାଗଲେ ଚକାପାଦ ବ୍ଳକ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ପଂଚୟାତ ସମିତି ସଦସ୍ୟ ଏବଂ ସମସ୍ତ ୭ଟି ଗ୍ରାମ ପଂଚାୟତର ସମସ୍ତ ସରପଂଚ,ନାଏବ ସରପଂଚ ଏବଂ ସେଠାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରିବା ସହିତ ଆବଶ୍ୟକ ବେଳେ ଆଇନକୁ ମଧ୍ୟ ହାତକୁ ନେବେ ବୋଲି କହିଛନ୍ତି ।

Leave A Reply