ଫୁଲବାଣୀ( ସନ୍ତୋଷ ମିଶ୍ର ) : ଲଘୁଚାପ ବର୍ଷାରେ ଆଜି ସମଗ୍ର କନ୍ଧମାଳ ଜିଲ୍ଲର ସମସ୍ତ ୧୨ ଟି ବ୍ଳକରେ ଭିଷଣ ବର୍ଷା ହୋଇଛି । ଏହାର ପରିଣାମ ସ୍ୱରୁପ ଫୁଲବାଣୀ ସ୍ଥିତ ନଦିଖଣ୍ଡିସାହିରେ ଥିବା କିଛି ସରକାରୀ କ୍ୱାଟରରେ ପାଣି ପଶିଯିବା ଦ୍ୱାରା ଅଗ୍ନିଶମ ବିଭାଗର ସହାୟତାରେ ପମ୍ପ ସାହାଯ୍ୟରେ ପାଣି ନିସ୍କାସନ କରାଯାଇଛି । ସେହିପରି ଆମ୍ବେଦକର ସାହିି,ଜିରିଙ୍ଗପଡା,ପିଅନପଡା ଏବଂ ଅନ୍ୟାନ୍ୟ ଅଂଚଳରେ ଥିବା କିଛି ଲୋକଙ୍କ ଘର ସମେତ ଜିଲ୍ଲର ଅନ୍ୟାନ୍ୟ ବ୍ଳକରେ ଅନେକ ଲୋକଙ୍କ ଘରେ ପାଣି ପଶିବା ସହିତ ଫୁଲବାଣୀର ଜିରିଙ୍ଗପଡାର ଜଣଙ୍କର ସମେତ ମୋଟ ୪ ଜଣଙ୍କର ଘର ଭାଙ୍ଗିଥିବା ସହିତ ଜିଲ୍ଲର ବିଭିନ୍ନ ବ୍ଳକରେ ଥିବା ୮ ଜଣଙ୍କର ଘର ଭାଙ୍ଗିଯାଇଥିବା ଜଣାପଡିଛି ।
ସୁଚନା ଅନୁସାରେ ଆଜି କନ୍ଧମାଳ ଜିଲ୍ଲ ସଦରମହକୁମା ଫୁଲବାଣୀରେ ୧୨୬.୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ବାଲିଗୁଡାରେ ସର୍ବାଧିକ ୧୨୯.୦ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଚକାପାଦରେ ୬୮.୨ମିମି,ଦାରିଙ୍ଗବାଡିରେ ୫୧.୦,ଘୁ.ଉଦୟଗିରିରେ ୬୫.୨,ଖଜୁରିପଡାରେ ୬୭.୮,କୋଟଗଡ ବ୍ଳକରେ ୨୬.୦,କ.ନୁଆଗାଁରେ ୫୫.୪,ଫିରିଙ୍ଗିଆରେ ୧୧୮.୪,ରାଇକିଆରେ ୪୯.୮,ଟିକାବାଲିରେ ୬୦.୦ ଓ ତୁମୁଡିବନ୍ଧରେ ୫୮.୮ ମିଲିମିଟର ବର୍ଷା ମୋଟ ୮୭୫.୬ ମିଲିମିଟର ବର୍ଷା ହୋଇଥିବା ଏବଂ ଜିଲ୍ଲରେ ହାରହାରି ୭୨.୯୭ ପ୍ରତିଶତ ବର୍ଷା ହୋଇଥିବା ଜିଲ୍ଲା ପାଣିପାଗ ବିଭାଗ ଦ୍ୱାରା ରେକର୍ଡ କରାଯାଇଛି ।
ଏହି ବର୍ଷାରେ ଜିଲ୍ଲର ଫୁଲବାଣୀ,ଚକାପାଦ,ଖଜୁରିପଡା ଓ ଫିରିଙ୍ଗିଆ ଅଂଚଳରେ ବିଭିନ୍ନ ଲୋକଙ୍କର ୮ଟି ଘର ଭାଙ୍ଗିଥିବା ନେଇ ଜିଲ୍ଲା ଅପାତକାଳୀନ ଅଧିକାରୀ ପ୍ରଦୁ୍ୟମ୍ନ ମଣ୍ଡଳଙ୍କ ସୁତ୍ରରୁ ଜଣାପଡିଛି । ଆଜିର ପ୍ରବଳ ବର୍ଷାରେ ଜିଲ୍ଲର ବିଭିନ୍ନ ନଦୀ ସମେତ ଫୁଲବାଣୀରେ ଥିବା ସାଲୁଙ୍କୀ ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ଫୁଲବାଣୀ ଡାକପାଲକୁ ଯିବାପାଇଁ ରହି ଥିବା ଡ୍ୟାମର ଉପରେ ପ୍ରାୟ ୧୦ ଫୁଟ ଉପରେ ପାଣି ଯାଉଛି । ସେଥିପାଇଁ ଡାକପାଲ,ଡାମିଗାଁ ସମେତ ସେହି ଅଂଚଳରେ ଥିବା ଅନେକ ଗ୍ରାମବାସୀ କରୋନା କଟକଣାରେ ମଧ୍ୟ ସେମାନଙ୍କର ଆବଶ୍ୟକୀୟ ସାମଗ୍ରୀ କିଣିବାକୁ ଫୁଲବାଣୀକୁ ଆସିପାରିନାହାନ୍ତି । ତେବେ ଜିଲ୍ଲା ପ୍ରଶାସନ ତରଫରୁ ବର୍ଷାରେ ଘର ଭାଙ୍ଗିଥିବା ଲୋକଙ୍କୁ ଦରି ଓ ସୁଖିଲା ଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି ।
