Odisha news

ନୁଆଖାଇ ଅବସରରେ କୁଈ ସାଂସ୍କୃତିକ ପରିଷଦ ପକ୍ଷରୁ ଭର୍ଚ୍ଚୁଆଲ ମିଟିଙ୍ଗ : ଆଦିବାସୀ ମହିଳାଙ୍କ ସମସ୍ୟା ସମ୍ପର୍କିତ ଆଲୋଚନା

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : ଆଜି ନୁଆଖାଇ ଗଣ ପର୍ବ ପାଳନ ଅବସରରେ କନ୍ଧମାଳ ଜିଲ୍ଲା କୁଈ ସାଂସ୍କୃତିକ ପରିଷଦ ପକ୍ଷରୁ ଜିଲ୍ଲାରେ ଥିବା ଆଦିବାସୀ ମହିଳା ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କିତ ଆଲୋଚନା ନିମନ୍ତେ ଏକ ଭର୍ଚ୍ଚୁଆଲ ମିଟିଙ୍ଗର ଆୟୋଜିତ ହୋଇଯାଇଛି । ଏଥିରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ତଥା ସମ୍ମନନୀୟା ଭାବରେ ପରିଚିତ ଥିବା  ୫୯ ଜଣ ମହିଳା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ମାନେ ଅଂଶଗ୍ରହଣ କରିଥିଲେ । ଏହି ମିଟିଙ୍ଗ କେଏସପି ର ସଭାପତି ଏବଂ ଡ.ନିରୋଦଚନ୍ଦ୍ର କହଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅଅଜିର ଏହି କାର୍ଯ୍ୟକ୍ରମରେ ଅଧିବକ୍ତା ଭାବରେ ବୌଦ୍ଧ ଜିଲ୍ଲା ଏପିପି ସୁଚରିତା ମଲ୍ଲିକ ରହିଥିବାବେଳେ ।

ଆଲୋଚନାରେ ରେଭେନ୍ସା କଲେଜର ଆସିଷ୍ଟାଣ୍ଟ ପ୍ରଫେସର ଶ୍ରୀମତୀ ଅନୁରାଧା ପ୍ରଧାନ,ଗୋପାଳପୁର ଆଇବି ପରିଚାଳିକା ରୀତା ଜାନୀ,ଅତିରିକ୍ତ ଉପ-ଜିଲ୍ଲାପାଳ ସମ୍ବଲପୁର ଶ୍ରୀମାତୀ ଅଞ୍ଜଳିନା ପ୍ରଧାନ,ଆସୋସିଏଟ ପ୍ରଫେସର ବଲାଙ୍ଗିର ମେଡିକାଲ କଲେଜ ଡ.କୁମୁଦିନି ପ୍ରଧାନ,ସବ-କଲେକ୍ଟର ସୁବର୍ଣ୍ଣପୁର ନିହାରରଞ୍ଜନ କହଁର,ସମାଜସେବୀ ଭୁବନେଶ୍ୱର ଶ୍ରୀମତୀ ସଂଘମିତ୍ରା ପ୍ରଧାନ,ଟେକନିକାଲ ସପୋର୍ଟରେ ଇଂ ଅବନୀ କୁମାର କହଁର  ପ୍ରମୁଖ ଯୋଗ ଦେଇ ଏହି ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ଜିଲ୍ଲରେ ଥିବା ପଛୁଆ ଆଦିବାସୀ ମହିଳାମାନଙ୍କର ଉନ୍ନତି ପାଇଁ ଆଲୋଚନା କରାଯାଇଥିଲା ।  ଶେଷରେ  କାନାଡା ବ୍ୟାଙ୍କର ମେନେଜର ଉମେଶଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply