Odisha news

ସାମ୍ବାଦିକଙ୍କ ଭାତୃ ବିୟୋଗ

0

ଫୁଲବାଣୀ (ସନ୍ତୋଷ ମିଶ୍ର ) : ବରିଷ୍ଠ ସାମ୍ବାଦିକ ଡ଼.ଅରୁପ କୁମାର ଜେନାଙ୍କ ବଡ଼ ଭାଇ ପ୍ରବୀର ଜେନା(୬୫) ଶନିବାର ସକାଳେ ଦେହାନ୍ତ ଘଟିଛି । ତାଙ୍କ ମୃତୁ୍ୟରେ ବିଭିନ୍ନ ଅଞ୍ଚଳରେ ଶୋକରଛାୟା ଖେଳି ଯାଇଛି । ପିଅନପଡ଼ା ସ୍ଥିତ ମା ମଙ୍ଗଳା ସାହିରେ ବାସକରୁଥିବା ସ୍ୱର୍ଗତ ଜେନା ଆଜି ସକାଳେ ଅସୁସ୍ଥ ହୋଇ ପଡିଥିବା ବେଳେ ଏନେଇ  ସାମ୍ବାଦିକ ଶ୍ରୀ ଜେନା ଲକ୍ଡ଼ାଉନ୍ ଯୋଗୁଁ ତୁରନ୍ତ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ତେବେ ଦାୟିତ୍ୱରେ ଥିବା ଜଣେ ମହିଳା କୋଭିଡ଼୍ କେୟାର ସେଣ୍ଟରକୁ ଯୋଗାଯୋଗ କରିବା ପାଇଁ ପରାମର୍ଶ ଦେବା ପ୍ରକାରେ ଶ୍ରୀ ଜେନା କୋଭିଡ଼୍ କେୟାର ସେଣ୍ଟରକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କେହି ଫୋନ୍ ଉଠାଇ ନଥିଲେ । ତେବେ ଏହାର କିଛି ସମୟ ପରେ ପ୍ରବୀରଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା ।

ସେ ପୂର୍ବରୁ ଅସୁସ୍ଥ ଥିବ ଯୋଗୁଁ ଭୁବନେଶ୍ୱରେ ଚିକିତ୍ସିତ ହେଉଥିଲେ ଓ ସୁସ୍ଥ ହୋଇ ଗତ ୧୪ ତାରିଖ ଦିନ ଫେରିଥିଲେ । ତାଙ୍କର ଦେହାନ୍ତ ପରେ ପରିବାର ଓ ଅନ୍ୟ ସଂମ୍ପର୍କୟ ମାନେ ଖବର ପାଇଁ ଶେଷ ଦର୍ଶନ କରିଥିଲେ । କୋଭିଡ଼୍ କଟକଣା ଯୋଗୁଁ କିଛି ବ୍ୟକ୍ତିଙ୍କ ସହାୟତରେ ଓ ଫୁଲବାଣୀ ଓଡିଆ ବାପଟିଷ୍ଟ ଚର୍ଚ୍ଚର କର୍ମକର୍ତ୍ତାଙ୍କ ସହାୟତାରେ ଖ୍ରୀଷ୍ଟିୟ ପରାମ୍ପରା ଅନୁସାରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଥିଲା । ବିଭିନ୍ନ ମହଲରେ ଶୋକରଛାୟା ଖେଳିଥିବା ବେଳେ ସ୍ୱର୍ଗତ ଜେନା ଫୁଲବାଣୀ ଅଞ୍ଚଳର ଜଣେ ଭଲ ଫୁଟବଲ୍ ଖେଳାଳି ଭାବେ ବେଶ୍ ପରିଚିତ ଥିଲେ । ଗତ ୫ ବର୍ଷ ହେଲା ମୃତ୍ତିକା ସଂରକ୍ଷଣ ବିଭାଗରୁ କର୍ମଚାରୀରୁ ଅବସର ଗ୍ରହଣ କରିଥିଲେ ।  ଖବର ପାଇଁ କେତେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ପହଞ୍ଚିଥିବା ବେଳେ ସମଗ୍ର ଜିଲାରେ ସାମ୍ବାଦିକ ମହଲରେ ମଧ୍ୟ ଶୋକ ପ୍ରକାଶ କରାଯାଇଛି ।

 

Leave A Reply