Odisha news

ଫୁଲବାଣୀ ମୋଚିସାହିରେ କରୋନା ପିଡୀତଙ୍କୁ ଖାଦ୍ୟ ବିତରଣ କଲା ସାହି ସଂଗଠନ

0

ଫୁଲବାଣୀ ( ସନ୍ତୋଷ ମିଶ୍ର ) : ଆଜି ଫୁଲବାଣୀ କଲେଜ ରୋଡରେ ଥିବା ମୋଚିସାହିରେ ମା ନାରାୟଣୀ ମାର୍କେଟ କମିଟି ତରଫରୁ ମୋଚିସାହିରେ ଥିବା କରୋନା ପୀଡିତଙ୍କ ମଧ୍ୟରେ ଖାଦ୍ୟ ଚାଉଳ,ଡାଲି,ବିସ୍କୁଟ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ସମେତ ସେମାନଙ୍କ ମଧ୍ୟରେ ମାସ୍କ ଏବଂ ସାନିଟାଇଜର ବିତରଣ କରାଯାଇଛି । ଏହାପୁର୍ବରୁ ସେଠାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଜିଲ୍ଲାରେ ଥିବା କୋଭିଡ ହସପିଟାଲରେ ରଖି ରଖି ଚିକିସôା କରାଯାଇଛି ।

ସେମାନେ ସୁସ୍ଥ ହେବାପରେ ଘରକୁ ଫେରରିଛନ୍ତି । ହେଲେ ସେମାନଙ୍କର ଜୀବିକା ବନ୍ଦ ଥିବାରୁ ସାହିରେ ଥିବା କମିଟି ତରଫରୁ ସେମାନଙ୍କୁ ଏହି ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ୟରେ କମିଟିର ସଭାପତି କୃଷ୍ଣ ମେହେର,ସମ୍ପାଦକ ଅନିରୁଦ୍ଧ ନାୟକ,କୋଷାଧ୍ୟକ୍ଷ ସୁନିଲ ପଣ୍ଡା,ଉପ-ସଭାପତି ରାଜେଶ ପଣ୍ଡାଙ୍କ ସମେତ ଅନେକ କର୍ମକର୍ତା ସେଠାରେ ଉପସ୍ଥିତ ରହି ଏହି କାର୍ଯ୍ୟରେ ସହାୟତା କରିଥିଲେ ।

IEC 2 years
Leave A Reply