ନୂଆଦିଲ୍ଲୀ : ୨୦୧୦ ରେ ଇନଷ୍ଟାଗ୍ରାମ ଲଂଚ ହେଲା । ଏହି ୧୧ବର୍ଷ ଭିତରେ ଏହା ଲୋକ ମାନଙ୍କ ଜୀବନକୁ ଖୁବ୍ ପ୍ରଭାବିତ କରିଛି । ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଫଟୋ କୁ ଏଡିଟ କରି ଆକର୍ଷଣୀୟ କରି ପୋଷ୍ଟ କରୁଛନ୍ତି । ଯାହା କିଛି ଯୁବକ ଯୁବତୀ ଙ୍କ ପାଇଁ ଅସୁବିଧାର କାରଣ ହେଉଛି ।
ଏହିସବୁ ସ୍ଥିତି କୁ ଆଖି ଆଗରେ ରଖି ନରୱେ ରେ ଗୋଟିଏ ଅଦ୍ଭୂତ ନିୟମ ଲାଗୁ ହୋଇଛି । ଯଦି ପ୍ରଭାବଶାଳୀ ସୋସିଆଲ ମିଡ଼ିଆ ୟୁଜର ମାନେ ନିଜର ଫଟୋକୁ ବିଜ୍ଞାପନ ପାଇଁ ୟୁଜ୍ କରୁଛନ୍ତି ବୋଲି ନ ଦର୍ଶାଇବେ ତେବେ ତାଙ୍କୁ କଠିନ ଜେଲ୍ ଦଣ୍ଡ ଭୋଗିବା ସହିତ ଜୋରିମାନା ଭରିବାକୁ ପଡ଼ିବ ।
ନରୱେ ରେ ଏହି ନିୟମ କେବଳ ଇନଷ୍ଟାଗ୍ରାମ ପାଇଁ ନୁହେଁ ସମସ୍ତ ସୋସିଆଲ ମିଡିଆ ପାଇଁ ଲାଗୁ ହୋଇଛି । ନରୱେ ମାର୍କେଟିଂ ଆକ୍ଟ ଅନୁସାରେ ଏହି ନିୟମ ଲାଗୁ ହୋଇଛି ।
ଏହି ନିୟମ ଅନୁସାରେ ଯଦି କୌଣସି ସୋସିଆଲ ମିଡ଼ିଆ ହସ୍ତୀ ମାନେ ଯଦି କୌଣସି ପ୍ରଡକ୍ଟ ର ବିଜ୍ଞାପନ କରି ଥାଆନ୍ତି ସେ ଯଦି ନିଜକୁ ଆକର୍ଷିତ କରିବା ପାଇଁ ଓଠ , ସ୍କିନ , ଶରୀରର କୌଣସି ଅଙ୍ଗକୁ ଆକର୍ଷଣୀୟ କରିବା ପାଇଁ ଏଡିଟ୍ କରନ୍ତି ତେବେ ତାଙ୍କୁ ପୂର୍ବରୁ ସୂଚନା ଦେବାକୁ ପଡ଼ିବ ଓ ସାର୍ବଜନୀକ କରିବାକୁ ପଡ଼ିବ ।
Comments are closed.