ଫିରିଙ୍ଗିଆ,୨୯/୩୩ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକରେ ପାଞ୍ଚଦିନ ହେବ ଫିରିଙ୍ଗିଆ ଅଞ୍ଚଳ ସହିତ ଆଖପାଖ ମାଶ୍ରିପଡ଼ା, ପବିଙ୍ଗିଆ, ରତଙ୍ଗ,ଓ ଡିଣ୍ଡିରାଗାଁ ଅଞ୍ଚଳରେ ଶୀତର ପ୍ରକଳ୍ପ ବଢିବାରେ ଲାଗିଛି। କୁହୁଡ଼ି ଯୋଗୁ ରାସ୍ତା ଦେଖାଯାଇନି। ସଖାଳ ନଅ ଟା ପର୍ଯ୍ୟନ୍ତ ପ୍ରବଳ ଶୀତ ସହିତ କୁହୁଡ଼ି ରହୁଥିବାରୁ ଲୋକମାନେ ଶୀତ ବସ୍ତ୍ର ବ୍ୟବହାର କରିବା ସହିତ ନିଆଁକୁ ପୋଉଁଛନ୍ତି। କୁହୁଡ଼ି ଲାଗି ଗାଡ଼ି ମଟର ଯାତାୟାତ କରିବା ବାଧା ପ୍ରାପ୍ତ ହେଉଛି । ଅନ୍ୟପଟେ ଶୀତର ମଜା ନେବାକୁ ପ୍ରାତଃ ସମୟରେ ବ୍ୟାମ କରିବାକୁ ପଡ଼ିଆ ସାଙ୍ଗକୁ ରାସ୍ତାରେ ଲୋକମାନଙ୍କର ଭିଡ଼ ଦେଖିବାକୁ ମିଳୁଛି ଓ ବିଭିନ୍ନ ଚା ଦୋକାନ ମାନଙ୍କରେ ଗରମା ଗରମ୍ ଚା ପିଇ ମଜା ନେଉଥିବା ଚା ଦୋକାନ ମାନଙ୍କରେ ଭିଡ଼ ଦେଖିବାକୁ ମିଳୁଛି।