ବୋରିଗୁମ୍ମା(K.sakil Dora) : ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଆଉଁଳି ଛକ ୨୬ ନମ୍ବର ଜାତୀୟ ରାଜପଥ କଡରେ ଥିବା ସାଇ ଫିଲିଙ୍ଗ ଷ୍ଟେସନରେ ଅପମିଶ୍ରିତ ପେଟ୍ରୋଲ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି। ଆଉଁଳି ଗ୍ରାମ ସମେତ ବିଜାଗୁଡା, ପୁରଣୀଗୁଡା, ଡେଙ୍ଗପଦର, ଖଣ୍ଡିଗୁଡା ,ନବରଙ୍ଗପୁର ସହର ସମେତ ୧୦ ଖଣ୍ଡ ଗ୍ରାମର ଲୋକମାନେ ଅଭିଯୋଗ କରିଛନ୍ତି। ବାଇକ ରେ ସାଇ ଫିଲିଙ୍ଗ ଷ୍ଟେସନ ରେ ପେଟ୍ରୋଲ ପକାଇଲେ ବାଇକ ଷ୍ଟାର୍ଟ ହେଉନାହିଁ, ପ୍ଲଗ ବାରମ୍ବାର ପୋଡିଯିବା ଓ ବାଇକ ର ଇଞ୍ଜିନ କାମ ମାଗୁଛି। ଆଉଁଳି ଗ୍ରାମର କରେଶ ନାୟକ,ରାଜୁ ନାୟକ, ମନଧର ଭତ୍ରା, ଅଲେଖ ନାୟକ, ବିନୋଦ ନାଗ, ଗୌରବ ନାଗ, ସୁନିଲ ନାୟକ, ଧନସାଇ ମାଝୀ ଓ ତୁଳା ପୂଜାରୀ ପ୍ରମୁଖ ଅଭିଯୋଗ କରିଥିଲେ।
ସେହିପରି ନବରଙ୍ଗପୁର ସହର ସାଇ ପେଟ୍ରୋଲ ପମ୍ପ ର ନିକଟବର୍ତ୍ତି ହୋଇଥିବା ଯୋଗୁଁ ସହର ର ପ୍ରାୟ ଲୋକେ ସେହି ପମ୍ପ ରେ ପେଟ୍ରୋଲ ପକାଉଛନ୍ତି।କିଛି ବାଇକ ମାଲିକ ନବରଙ୍ଗପୁର ସହର ରେ ଥିବା ଗେରେଜ ରେ ଦେଖାଇବାରୁ ପେଟ୍ରୋଲ ରେ କିଛି ମିଶ୍ରିତ ହୋଇଥିବା କହିଥିଲେ।ବର୍ତ୍ତମାନ ଯୋଗାଣ ବିଭାଗ ର ପ୍ରଦାନ କରାଯାଉଥିବା କିରୋସିନ ଖୋଲା ବଜାର ଚୋରା ରେ ୩୦ ରେ ବିକ୍ରୀଟଙ୍କା ହେଉଥିବା ବେଳେ ସେହି ପେଟ୍ରୋଲ ରେ କିରୋସିନ ଅପମିଶ୍ରିତ ହୋଇଥିବା ଆଉଁଳି ଗ୍ରାମର କରେଶ ନାୟକ ଗଣ ମଧ୍ୟମ କୁ ସୂଚନା ପ୍ରଦାନ କରିଛନ୍ତି। ସାଈ ଫିଲିଙ୍ଗ ଷ୍ଟେସନ ଟି ଏକ ଉପାନ୍ତ ସ୍ଥାନରେ ଥିବା ଯୋଗୁଁ ଏହିଭଳି ଅପମିଶ୍ରିତ ହେଉଥିବା ଲୋକେ କହୁଛନ୍ତି।ପ୍ରଶାସନ ତୁରନ୍ତ ସାଈ ଫିଲିଙ୍ଗ ଷ୍ଟେସନ ରେ ଛଡାଉ କରିବା ପାଇଁ ସାଧାରଣ ରେ ଦାବୀ ହେଉଛି।