ନୂଆଦିଲ୍ଲୀ, ୧୧ା୩ : ପ୍ରଥମେ କରୋନା ପ୍ରଭାବ ଓ ତା’ପରେ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବା ପରେ ପେଟ୍ରୋଲ ଓ ଡିଜେଲ ଦର ହ ୍ରାସ ପାଇଛି ।ଯାହାର ଲାଭ ଏବେ ଭାରତୀୟ ଉପଭୋକ୍ତାଙ୍କୁ ମିଳିଛି । ବୁଧବାର ପେଟ୍ରୋଲ ଲିଟର ପିଛା ଦର ୨.୬୯ ପଇସା କମିଥିବା ବେଳେ ଡିଜେଲ୍ ଦର ୨.୩୩ ପଇସା ହ ୍ରାସ ପାଇଛି । ଫଳରେ ଦିଲ୍ଲୀରେ ଏବେ ପେଟ୍ରୋଲ ଲିଟର ପିଛା ଦାମ୍ ୭୦ ଟଙ୍କା ୨୦ ପଇସା ରହିଥିବା ବେଳେ ଡିଜେଲ୍ ଦାମ୍ ୬୩ ଟଙ୍କା ୦୧ ପଇସା ରହିଛି । ଅଶୋଧିତ ତେଲର ଦାମକୁ ନେଇ ଋଷ ଓ ସାଉଦି ଆରବ ମୁଲଚାଲ କରିବା ଆରମ୍ଭ କରିଛନ୍ତି । କିଲର କରୋନା ଭାଇରସକୁ ନେଇ ବିଶ୍ୱବ୍ୟାପୀ ମାନ୍ଦାବସ୍ଥା ଆଡ଼କୁ ମୁହାଁଉଛି । ଯାହାର ପ୍ରଭାବ ତେଲ ବଜାର ଉପରେ ମଧ୍ୟ ପଡ଼ିଛି । ଏହାପରେ ଚଳିତ ସପ୍ତାହର ଆରମ୍ଭରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ ୩୧% ହ ୍ରାସ ପାଇଛ । ଏହାର କାରଣ ସାଉଦି ଆରବ ଅଶୋଧିତ ତେଲର ଦାମ କମାଇବ ।