Odisha news

କେନ୍ଦ୍ରୀୟ ମନ୍ତ୍ରୀଙ୍କ ବୟାନ : ମହଙ୍ଗା ପେଟ୍ରୋଲ ଡିଜେଲ୍ ରେ ହେଉଛି ଫ୍ରି ଭ୍ୟାକ୍ସିନ ବ୍ୟବସ୍ଥା

ନୂଆଦିଲ୍ଲୀ : ବର୍ତ୍ତମାନ୍ ଦେଶରେ ଦୃତ ଗତିରେ ବଢ଼ିବାକୁ ଲାଗିଚି ପେଟ୍ରୋଲ ଓ ଡିଜେଲ୍ ଦର । ଚଳିତ ମାସରେ ୧୦ ଦିନରେ ଡିଜେଲ୍ ୨.୮୦ ପଇସା ବୃଦ୍ଧି ହୋଇଛି ଓ ପେଟ୍ରୋଲ ର ଦର ୩.୩୦ ପଇସା ବୃଦ୍ଧି ହୋଇଛି । ସରକାରୀ ତେଲ କମ୍ପାନୀ ଗୁଡ଼ିକ ସୋମବାର ଦିନ ପୁଣି ଆଉଥରେ ଡିଜେଲ୍ ୩୫ ପଇସା ଦର ବୃଦ୍ଧି ହୋଇଛି ଓ ପେଟ୍ରୋଲ ୩୦ ପଇସା ବୃଦ୍ଧି ହୋଇଛି । ଲଗାତାର ସପ୍ତମ ଦିନ ଏହି ବର୍ଦ୍ଧିତ ମୂଲ୍ୟ ଆକାଶ ଛୁଆଁ ହୋଇ ଯାଇଛି ।
ଭ୍ୟାକ୍ସିନ ର ପଇସା କେଉଁଠୁ ଆସିବ ?
ପେଟ୍ରୋଲ ଓ ଡିଜେଲ୍ ର ବଢୁଥିବା ମୂଲ୍ୟକୁ କେନ୍ଦ୍ର ପେଟ୍ରଲିୟମ ରାଜ୍ୟ ମନ୍ତ୍ରୀ ରାମେଶ୍ବର ତେଲି କହିଛନ୍ତି , ତେଲର ମୂଲ୍ୟ ଅଧିକ ନାହିଁ , ଏହି ମୂଲ୍ୟରେ ଟ୍ୟାକ୍ସ ମଧ୍ୟ ରହିଛି । ଫ୍ରି ରେ ଭ୍ୟାକ୍ସିନ ତ ଆପଣମାନେ ନେଇଛନ୍ତି , ଏହା ପାଇଁ ପଇସା କେଉଁଠୁ ଆସିବ ? ଆପଣମାନେ
ଭ୍ୟାକ୍ସିନ ପାଇଁ ପଇସା ଦେଇ ନାହାନ୍ତି । ଏହିଭଳି ଭାବରେ ପଇସା ଏକାଠି କରହେଲା । ” ମନ୍ତ୍ରୀ ଏହି ବୟାନ ୯ ତାରିଖ ଦିନ ଆସାମ ରେ ଦେଇଛନ୍ତି ।
କେନ୍ଦ୍ରୀୟ ମନ୍ତ୍ରୀଙ୍କ ର ଏହି ବୟାନ ଏପରି ସମୟରେ ଆସିଚି ଯେତେବେଳେ ପେଟ୍ରୋଲ ଡିଜେଲ୍ ଦର ବୃଦ୍ଧି ହେବାକୁ ଲାଗିଚି । ଦେଖାଯାଉ ଆଗକୁ ତାଙ୍କର ଏହି ବୟାନ କଣ ରୂପ ନେଉଛି ।
Shares