Odisha news

ମେ ମାସରେ ଜନ୍ମିତ ବ୍ୟକ୍ତି ହୋଇ ଥାଆନ୍ତି ପରିଶ୍ରମୀ ଓ ପଯେସିଭ

0

ମଇ ମାସରେ ଜନ୍ମିତ ବ୍ୟକ୍ତି ନିଜ କର୍ତ୍ତବ୍ୟରେ ଖୁବ ନିଷ୍ଠାବାନ ଅଟନ୍ତି l  ଯେତେବେଳେ ନିଜ କର୍ତବ୍ୟ ଆସିଥାଏ ସେତେବେଳେ ସେମାନେ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରି ଥାଆନ୍ତି l  ଏହି ମାସରେ ଜନ୍ମିତ ବ୍ୟକ୍ତି ନିଜ କାମକୁ ଏତେ ନିଷ୍ଠାରେ କରି ଥାଆନ୍ତି ଯେ କଦାପି ସର୍ଟକଟ ନିଅନ୍ତି ନାହିଁ l  ଯେତେ ପରିଶ୍ରମ ପଡିଲେ ମଧ୍ୟ ନିଜ କାର୍ଯ୍ୟ କରି ଥାଆନ୍ତି l

– ମେ ମାସରେ ଜନ୍ମିତ ବ୍ୟକ୍ତି ସେଲ୍ଫ ମୋଟିଭେଟେଡ଼ ହୋଇ ଥାଆନ୍ତି l  ଏମାନେ ଖୁବ ଦୃଢ଼ ଇଛା ଶକ୍ତିର ହୋଇ ଥାଆନ୍ତି l  କୌଣସି କାର୍ଯ୍ୟକୁ ଅଧାରେ ଛାଡ଼ନ୍ତି ନାହିଁ ଓ ସର୍ବଦା ଗୋଟିଏ ନିର୍ଦ୍ଧିଷ୍ଟ ସମୟ ସୀମାରେ କାର୍ଯ୍ୟ କରିବାକୁ ଇଛା କରି ଥାଆନ୍ତି l

– ଏହି ମାସରେ ଜନ୍ମିତ ବ୍ୟକ୍ତି ଖୁବ କଳା ପ୍ରେମୀ ଅଟନ୍ତି l  ଖୁବ ରଚନାତ୍ମକ ହୋଇ ଥାଆନ୍ତି l  ଏହାଛଡା ସବୁବେଳେ କିଛି ନୂଆ ଶିଖିବାର ଇଛା ସେମାନଙ୍କ ମଧ୍ୟରେ ରହିଥାଏ l ଏମାନେ ନିଜ ପାଇଁ ବିଶେଷ ଭାବରେ ସ୍ୱାର୍ଥପର ଅଟନ୍ତି l

– ମେ ମାସରେ ଜନ୍ମିତ ବ୍ୟକ୍ତି ଖୁବ ଯିଦିଆ ଅଟନ୍ତି l  ଏମାନେ ପ୍ରତ୍ୟେକ କାର୍ଯ୍ୟ କୁ ନିଜ ହିସାବ ରେ କରିବାକୁ ଚେଷ୍ଟା କରି ଥାଆନ୍ତି l  ଏମାନେ ନିଜ କାମରେ ଅନ୍ୟ ମାନଙ୍କର ହସ୍ତକ୍ଷେପ କଦାପି ପସନ୍ଦ କରନ୍ତି ନାହିଁ l

– ମେ ମାସରେ ଜନ୍ମିତ ବ୍ୟକ୍ତି ସ୍ଵଭାଵ ରେ କୋମଳ ହୋଇଥିଲେ ମଧ୍ୟ ମନ ଭିତରୁ କ୍ରୋଧୀ ହୋଇ ଥାଆନ୍ତି l  ଏମାନେ ଇମୋସନାଲ ହୋଇ ଥିଲେ ମଧ୍ୟ ଅନ୍ୟ ନିକଟରେ କାନ୍ଦିବା ପାଇଁ ସଂକୋଚ ଅନୁଭବ କରି ଥାଆନ୍ତି l ନିଜ ପ୍ରିୟ ଜଣଙ୍କୁ ସବୁବେଳେ ଖୁସି ରଖିବାକୁ ଚେଷ୍ଟା କରି ଥାଆନ୍ତି l

– ମେ ମାସରେ ଜନ୍ମିତ ବ୍ୟକ୍ତି ଖୁବ ଉତ୍ସାହୀ ହୋଇ ଥାଆନ୍ତି l ଏମାନେ ସହଜ ରେ ନିଜ ମନର କଷ୍ଟ କଦାପି କାହା କଷ୍ଟ ନିକଟରେ ପ୍ରକାଶ କରନ୍ତି ନାହିଁ l ନିଜ ସ୍ବପ୍ନ କୁ ସାକାର କରିବା ପାଇଁ ସମ୍ପୂର୍ଣ ଚେଷ୍ଟା କରି ଥାଆନ୍ତି l  ଏମାନଙ୍କ ମସ୍ତିଷ୍କ ରେ ସବୁବେଳେ ନୂଆ ନୂଆ ଚିନ୍ତାଧାରା ଦେଖା ଯାଇଥାଏ l

– ଏହି ମାସରେ ଜନ୍ମିତ ବ୍ୟକ୍ତି ନିଜ ପାର୍ଟନର ଙ୍କୁ ଖୁବ ପଯେସିଭ ଅଟନ୍ତି l  ଏହି ମାସରେ ଜନ୍ମିତ ବ୍ୟକ୍ତି ନିଜ ପାର୍ଟନର ପ୍ରତି ଲଭିଙ୍ଗ ଓ କେୟାରିଙ୍ଗ ହୋଇ ଥାଆନ୍ତି l ଯେଉଁ କାରଣରୁ ଏମାନଙ୍କୁ ପଯେସିଭ ଲାଭର ବୋଲି କୁହାଯାଇ ଥାଏ l

Leave A Reply