ପ୍ରତ୍ୟେକ କନ୍ୟାକୁ ଗୋଟିଏ ବିଶେଷ ପରିଚୟ ଦେଇଥାଏ ଋତୁସ୍ରାବ l ଯାହାକୁ ପାଇ ଗୋଟିଏ କନ୍ୟା ନାରୀତ୍ୱ ଲାଭ କରିଥାଏ l ଏହା ଉକ୍ତ କନ୍ୟା ପାଇଁ ଆଣିଥାଏ ଜୀବନ ରେ ଗୋଟିଏ ସ୍ୱତନ୍ତ୍ର ପରିଚୟ l ତାକୁ ଭବିଷ୍ୟତ ରେ ଦେଇଥାଏ ଜୀବନ ର ପରିଚୟ l କିନ୍ତୁ ଭାରତୀୟ ସଭ୍ୟତାରେ ବା ହିନ୍ଦୁ ଧର୍ମରେ ଗୋଟିଏ କନ୍ୟା ର ଯଦି ପ୍ରଥମ ଋତୁସ୍ରାବ ହୋଇଥାଏ ସେତେବେଳେ ଭାରତର ଅନେକ ରାଜ୍ୟରେ ଗୋଟିଏ ଉତ୍ସବ ଭଳି ପାଳନ କରାଯାଏ l ଏହାଛଡା ଏହି ସମୟରେ ସେହି କନ୍ୟାଟିକୁ ସମସ୍ତେ ଅଛୁଆଁ ଭାବରେ ଗ୍ରହଣ କରି ଥାଆନ୍ତି l ଗୋଟିଏ କନ୍ୟା କୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇଥିବା ଏହି ଋତୁସ୍ରାବ କୁ ମଧ୍ୟ ଆମ ଭାରତୀୟ ସଂସ୍କୃତିରେ ଅନେକ ସ୍ଥାନରେ ଅଛୁଆଁ କାର୍ଯ୍ୟ ଭାବରେ ଗ୍ରହଣ କରାଯାଏ l ଏହି ସମୟରେ କନ୍ୟା ଓ ନାରୀ ମାନେ ସମସ୍ତ ଧର୍ମ କାର୍ଯ୍ୟ ଠାରୁ ଦୂରେଇ ରହି ଥାଆନ୍ତି l କିଛିଟା ରାଜ୍ୟରେ ରଜବତୀ ବା ଋତୁ ମତୀ ମାନେ ରୋଷେଇ କାର୍ଯ୍ୟ, ପୂଜା କାର୍ଯ୍ୟ , କୌଣସି ଶାରୀରିକ ପରିଶ୍ରମ ଠାରୁ ଦୂରେଇ ରହି ଥାଆନ୍ତି l ଆଜି ଆସନ୍ତୁ ଜାଣିବା ଋତୁସ୍ରାବ କୁ ନେଇ କଣ ରହିଛି ଭାରତର କେଉଁ ରାଜ୍ୟରେ ନିୟମ l
ଋତୁସ୍ରାବ କୁ ଗ୍ରହଣ କରାଯାଏ ଶୁଭସୂଚକ ଭାବରେ –
ପୁରୁଣା ସମୟରେ ଋତୁସ୍ରାବ କୁ ଗୋଟିଏ ଶୁଭ ସୂଚକ ଭାବରେ ଗ୍ରହଣ କରାଯାଉ ଥିଲା l ସେହି ସମୟରେ କନ୍ୟା ମାନଙ୍କୁ ଦେବୀଙ୍କ ସ୍ଥାନରେ ରଖା ଯାଉଥିଲା l ତେଣୁ ୭ଦିନ ପର୍ଯ୍ୟନ୍ତ ଗୋଟିଏ କନ୍ୟାକୁ ଗୋଟିଏ କୋଠରୀ ମଧ୍ୟରେ ଲୁଚାଇ ରଖା ଯାଉଥିଲା l ସେତେବେଳେ ଉକ୍ତ କନ୍ୟାଟି ଉପରେ କୌଣସି ପୁରୁଷ ଙ୍କ ଛାଇ ମଧ୍ୟ ପଡୁ ନଥିଲା l ଏହାପରେ ୭ଦିନ ପରେ ଉକ୍ତ କନ୍ୟାକୁ ସ୍ୱତନ୍ତ୍ର ଭାବରେ ବନ୍ଦା ପନା କରି ଉପହାର ଭାବରେ ଅନେକ ଜିନିଷ ବନ୍ଧୁ ବାନ୍ଧବ ଦେଉଥିଲେ l
ଆଜି ମଧ୍ୟ ଭାରତର ଅନେକ ଗାଁ ଗହଳି ରେ ଏହାକୁ ସମ୍ମାନ ସୂଚକ ଭାବରେ ଗ୍ରହଣ କରାଯାଉ ଥିବା ସମୟରେ ଅନେକ ସ୍ଥାନରେ ଏହାକୁ ଅନ୍ଧ ବିଶ୍ୱାସ, ବିଭିନ୍ନ ପୁରାତନ ରୀତିନୀତି କୁ ନେଇ ପ୍ରଚଳିତ ରହିଛି l
ଯାହା ଭାରତର ବିଭିନ୍ନ ରାଜ୍ୟରେ ଏହି ପ୍ରଥା ପ୍ରଚଳିତ ରହିଥିଲା l ଏହି ପ୍ରଥା କୁ ରଜୋ ପ୍ରଭା ପ୍ରଥା ଭାବରେ ପ୍ରଚଳିତ କରାଯାଇ ଥାଏ l ଋତୁସ୍ରାବ କନ୍ୟାଙ୍କୁ ବିଶେଷ ଭାବରେ ରଜୋବତୀ ଆଖ୍ୟା ଦିଆଯାଇ ଥାଏ l
– ଏହି ପ୍ରଥାଟି ପୂର୍ବ ଭାରତର ପ୍ରାୟ ସମସ୍ତ ରାଜ୍ୟ ଓଡିଶା, ବିହାର, ଆସାମ ଇତ୍ୟାଦି ରେ ଅଧିକ ପ୍ରଚଳିତ ହୋଇଥାଏ l ଆସାମ ରେ ଯେତେବେଳେ ଗୋଟିଏ କନ୍ୟାର ପ୍ରଥମ ଋତୁସ୍ରାବ ହୋଇଥାଏ ତୁଲୋନିୟା ନାମକ ପର୍ବ ପାଳନ କରାଯାଇ ଥାଏ l ଏହି ସମୟରେ ସେଠାରେ ଝିଅମାନେ ସମସ୍ତ ପ୍ରକାର କାର୍ଯ୍ୟରୁ ନିବୃତ ରହି ଥାଆନ୍ତି l ୭ଦିନ ପରେ ଗୋଟିଏ ଭୋଜି ର ଆୟୋଜନ କରାଯାଇ ଥାଏ , ଯେଉଁଥିରେ ସମ୍ପର୍କୀୟ ମାନେ ଯୋଗ ଦେଇ ଶୁଭକାମନା ଜଣାଇ ଥାଆନ୍ତି l
– ଏହାଛଡା ଦକ୍ଷିଣ ଭାରତ ର ପ୍ରାୟ ସମସ୍ତ ରାଜ୍ୟ ସହିତ ଦକ୍ଷିଣ ଓଡିଶା ର ମଧ୍ୟ ସମସ୍ତ ଜିଲା ରେ ଋତୁସ୍ରାବ ସମୟକୁ ଗୋଟିଏ ଉତ୍ସବ ଭାବରେ ପାଳନ କରାଯାଇ ଥାଏ l କର୍ଣ୍ଣାଟକ ରେ ଋତୁସ୍ରାବ ସମୟକୁ ରୁତୁସୁଧି ନାମରେ ପାଳନ କରାଯାଇ ଥାଏ l ଯେତେବେଳେ ଗୋଟିଏ କନ୍ୟା ପ୍ରଥମ ଥର ଋତୁସ୍ରାବ ହୋଇଥାଏ ସେତେବେଳେ ସେ ପ୍ରଥମ ଥର ଶାଢ଼ୀ ପରିଧାନ କରିଥାଏ l ଏହାଛଡା କନ୍ୟାକୁ ଗୋଟିଏ ସମ୍ମାନ ଚକ୍ଷୁରେ ମଧ୍ୟ ଦେଖା ଯାଇଥାଏ l
– ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶ ରାଜ୍ୟରେ ପ୍ରଥମ ଥର ଋତୁସ୍ରାବ ହେବା ଦ୍ୱାରା ପେଡମନୀଷୀ ପଣ୍ଡାଗା କୁହାଯାଇ ଥାଏ l ଏଠାରେ ରଜବତୀ ହେବାର ୫ମ କିମ୍ବା ଶେଷ ଦିନରେ ଭୋଜି ଭାତର ଅୟୋଜନ କରାଯାଇ ଥାଏ l ଯାହାକି ପ୍ରତ୍ୟେକ ପରିବାର ପାଇଁ ଗୋଟିଏ ସୁଖଦ ସମୟ ଅଟେ l
– ତାମିଲ ନାଡୁ ରେ ମଧ୍ୟ ଏହି ସମୟରେ କନ୍ୟା ମାନଙ୍କୁ ଗୋଟିଏ ବିଶେଷ ମର୍ଯ୍ୟାଦା ଦିଆ ଯାଇଥାଏ l ଏହି ସମୟରେ କନ୍ୟାକୁ ପୂଜାର୍ଚନା କରାଯାଇ ଥାଏ l ଯାହାକି କୁହାଯାଏ ଯେ କନ୍ୟା ଟି ପରିବାର ପାଇଁ ଗର୍ବ ଆଣିଛି ବୋଲି l
