Odisha news

ଏହା ହେଉଛି ଦୁନିଆର ସବୁଠୁ ଦାମୀ ପରଫ୍ୟୁମ , ଯାହାର ମୂଲ୍ୟ ଜାଣିଲେ ଆକ୍ଷିକୁ ମଧ୍ୟ ହେବନାହିଁ ବିଶ୍ୱାସ

0

ପରଫ୍ୟୁମ ବା ଇତର ଲଗାଇବାର ଷ୍ଟାଇଲ୍ ଖୁବ ପୁରାତନ ଅଟେ l ରାଜା ରାଜୁଡା ସମୟ ରୁ ଲୋକେ ପରଫ୍ୟୁମ ର ବ୍ୟବହାର କରି ଆସୁଛନ୍ତି l କିନ୍ତୁ ବର୍ତମାନ ଏହା ନୂଆ ଟ୍ରେଣ୍ଡ ଭାବରେ ଦେଖା ଦେଇଛି , ସେହି ଟ୍ରେଣ୍ଡ ଟି ହେଲା ଯୁବପିଢ଼ି ଙ୍କ ମଧ୍ୟରେ ଦିନକୁ ଦିନ ପରଫ୍ୟୁମ କଲେକ୍ସନ ର ଟ୍ରେଣ୍ଡ ବୃଦ୍ଧି ପାଉଛି l ଏଥିରେ ପୁଣି ରହିଛି ଦାମୀ ରୁ ଦାମୀ ପରଫ୍ୟୁମ l ଆଜି ଆସନ୍ତୁ ଜାଣିବା ଦୁନିଆର ଦାମୀ ପରଫ୍ୟୁମ ଙ୍କ ତାଲିକା l

– ଗିନିସ ୱାର୍ଲଡ ରେକର୍ଡ ଅନୁସାରେ ପ୍ରଥମ ନମ୍ବର ରେ ରହିବ ଦୁବାଇ ର ଶୁମୁଖ ପରଫ୍ୟୁମ, ଯାହାର ମୂଲ୍ୟ ରହିଛି ୧୦ କୋଟି ଟଙ୍କା l ଏହି ପରଫ୍ୟୁମ ର ବିଶେଷତା ହେଲା ତ୍ୱଚାରେ ଏହାର ସୁଗନ୍ଧ ୧୨ ଘଣ୍ଟା ରହିଥାଏ ଓ କପଡା ରେ ୩୦ ଦିନ ପର୍ଯ୍ୟନ୍ତ ରହିଥାଏ l

– ଦ୍ଵିତୀୟ ସ୍ଥାନରେ ରହିବ ଗୋଲଡେନ ଡ଼ିଲିସିୟସ , ଯାହାର ୫୦ ମିଳି ଲିଟର କୁ ୧୦ ଲକ୍ଷ ଡଲାର , ଅର୍ଥାତ ଭାରତୀୟ ମୁଦ୍ରାରେ ପାଖାପାଖି ୮ କୋଟି ରୁ ଉର୍ଧ୍ଵ ହେବ l

– ତୃତୀୟ ସ୍ଥାନରେ ରହିବ କ୍ଳାଇବ କ୍ରିଶ୍ଚି ୟନ ର ନମ୍ବର ୱାନ ପ୍ରଶାନ୍ତ ଗୁଆରଡାଣ୍ଟ l ଏହି ପରଫ୍ୟୁମ ର ଗୋଟିଏ ମିଲି ଲିଟର କୁ ୭୬ ଶହ ଡଲାର , ଯାହାକି ଭାରତୀୟ ମୁଦ୍ରାରେ ୨କୋଟି ରୁ ଉର୍ଧ୍ଵ l

– ଚତୁର୍ଥ ସ୍ଥାନରେ ଓପେରା ପ୍ରିମା , ଏହି ପରଫ୍ୟୁମ ର ଗୋଟିଏ ବୋତଲ ର ମୂଲ୍ୟ ୨ଲକ୍ଷ ୩୫ ହଜାର ଡଲାର , କୁହାଯାଏ ଯେ ଯଦି ଏହି ପରଫ୍ୟୁମ କୁ ଆପଣ ଗୋଟିଏ ଥର ଲଗାଇ ନେବେ ତେବେ ସପ୍ତାହେ ପର୍ଯ୍ୟନ୍ତ ଏହାର ସୁଗନ୍ଧ ରହିବ l ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ୨କୋଟି ରୁ ଉର୍ଧ୍ଵ l

– ପଞ୍ଚମ ସ୍ଥାନରେ ରହିଛି J – ଆଡ଼ର – L -ଅର  – ପ୍ରେଷ୍ଟିଜ L ଏହାର ଗୋଟିଏ ବୋତଲ ର ମୂଲ୍ୟ ୭୫ ହଜାର ଡଲାର l ଭାରତୀୟ ମୁଦ୍ରାରେ ପାଖାପାଖି ୬୨ ଲକ୍ଷ ଟଙ୍କା  l

Ad2
Leave A Reply