Odisha news

ଥଣ୍ଡା ଓ କାଶରୁ ଉପଶମ ଦେଇଥାଏ “ଗୋଲମରିଚ”

0

ଆମ ସମସ୍ତଙ୍କର ରୋଷେଇ ଘରେ ମସଲା ଦାନୀରେ ଗୋଲମରିଚ ଥିବା ଆମେ ଜାଣୁ l ଏହାକୁ କେବଳ ଗୋଟିଏ ମସଲା ରୂପରେ ବ୍ୟବହାର କରାଯାଏ ତାହା ଅନେକଙ୍କ ଧାରଣା ରହିଛି କିନ୍ତୁ ଗୋଲମରିଚ କେତେଗୁଡିଏ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ l ଆଜି ଆସଡ଼ନ୍ତୁ ଜାଣିବା ଗୋଲମରିଚ ଦ୍ୱାରା ଆମ ଶରୀରକୁ କି ପ୍ରକାର ସୁରକ୍ଷା ମିଳିଥାଏ l

* ଥଣ୍ଡାରୁ ଦୁରେଇ ରଖେ -ଗୋଲମରିଚ ସେବନ କରିବା ଦ୍ୱାରା ଥଣ୍ଡା ଓ କାଶରୁ ଆରାମ ମିଳିଥାଏ ଓ ଥଣ୍ଡା ଦ୍ୱାରା ତଣ୍ଟି ଯଦି ଦରଜ ହୋଇଥାଏ ଆମେ ଲୁଣାପାଣି ରେ ଗୋଲମରିଚ ପକାଇ ଫୁଟାଇ ଗଳ ଗଳ କଲେ ତଣ୍ଟି ଦରଜରୁ ଆରାମ ମିଳେ l ଆପଣ ମାନେ ହୁଏତ ଜାଣି ନଥିବେ ଆମ ଶରୀରରେ ଥଣ୍ଡା ରହିବ ଦ୍ୱାରା କେଶ ମଧ୍ୟ ଝଡିଥାଏ l ଯଦି ଆମେ ନିୟମିତ ଗୋଲମରିଚ ସହିତ ମହୁ ଖାଇବା ତେବେ ଥଣ୍ଡାରୁ ଦୁରେଇ ରହିବl l

* ଚର୍ମ ରୋଗରୁ ଦୁରେଇ ରଖେ -ସମୟ ସମୟରେ ଆମ ଶରୀରରେ ବିଭିନ୍ନ ପ୍ରକାରର ଚର୍ମ ରୋଗ ଦେଖା ଯାଇଥାଏ l ଯେମିତି କି ବ୍ରଣ ,କୁଣ୍ଡିଆ ,କାଛୁ ଇତ୍ୟାଦି ,ବ୍ରଣ ପାଇଁ ଆପଣ ଗୋଲମରିଚ କୁ ଚନ୍ଦନ ପେଡ଼ିରେ ଘୋରି ଲଗାଇ ପାରିବେ l ଏହା ଆପଣଙ୍କୁ ସାମାନ୍ୟ ଟିକେ କଷ୍ଟ ଦେବ କିନ୍ତୁ ବ୍ରଣ ଭଲ ହୋଇଯିବ l କୁଣ୍ଡିଆ ଓ କାଛୁ ପାଇଁ ଗୋଲମରିଚ କୁ ନଡ଼ିଆ ତେଲରେ ଫୁଟାଇ ଲଗାଇବା ଦ୍ୱାରା କାଛୁ ,କୁଣ୍ଡିଆରୁ ଉପଶମ ମିଳିଥାଏ l

* ମାନସିକ ଦୁଶ୍ଚିନ୍ତାକୁ ଦୂର କରେ -ଆପଣ ମାନେ ଜାଣିଲେ ଆଶ୍ଚଯ୍ୟ ହେବେଯେ ଗୋଲମରିଚ ରେ ଡିପ୍ରେସନ କୁ ଦୁର କରିବାର କ୍ଷମତା ଅଛି l ଗୋଲମରିଚ ରେ ପିପରାଇନ ନାମକ ତତ୍ୱ ରହିଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ଓ ଆଣ୍ଟିଡିପ୍ରେସନର ଗୁଣ ମଧ୍ୟ ରହିଛି l ତେଣୁ ଥଣ୍ଡା କ୍ଷୀର ସହିତ ଗୋଲମରିଚ ଖାଇବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଦୂର ହୁଏ l

* ଗ୍ୟାସ ଓ ଏସିଡ଼ିଟି କୁ ଦୁରକରେ -ଆଧୁନିକ ଯୁଗ ଜୀବନ ଶୈଳୀରେ ଗ୍ୟାସ ଓ ଏସିଡ଼ିଟି ଆଜିକାଲି ଏକ ସାଧାରଣ ସମସ୍ୟା ହୋଇଯାଇଛି l ଏହି ସମସ୍ୟା ଦେଖାଦେବl  ଦ୍ୱାରା ଲୋକ ମାନେ ବିଭିନ୍ନ ପ୍ରକାରର ଔଷଧ ଖାଉଛନ୍ତି l କିନ୍ତୁ ଆୟୁର୍ବେଦ ଚିକିତ୍ସକ ମତରେ ଯଦି ଆମେ ଦିନକୁ ଦୁଇଥର ଲେମ୍ବୁ ପାଣିରେ ଏକ ଚାମଚ ଗୋଲମରିଚ ଗୁଣ୍ଡ ଓ ଏକ ଚାମଚ କଳା ଲୁଣ ପକାଇ ପିଇବା ଦ୍ୱାରା ଏହି କଷ୍ଟରୁ ଆରାମ ମିଳିବ l ଏଥି ସହିତ ଘରେ ଘରେ ପରିଚିତ ନାଲି ଚା ରେ ଯଦି ଆମେ ଗୋଲମରିଚ ପକାଇ ପିଇବା ତେବେ ଗ୍ୟାସ ଓ ଏସିଡ଼ିଟିରୁ ଆରାମ ମିଳିବ l

Leave A Reply