Odisha news

କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଉଦ୍ଧାର କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ା ଜନସାଧାରଣଙ୍କ ଅନୁରୋଧ

0
ଶ୍ରୀ ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡା ସାଂସଦ ଥିବା ସମୟରେ ବନ୍ୟା, ବାତ୍ଯାଠୁ ଆରମ୍ଭ କରି ଘରପୋଡି ଭଳି ଦୈବ ଦୁର୍ବିପାକ ଭଳି ପରିସ୍ଥିତିରେ ଅଥବା ବିବାହ, ବ୍ରତ ଭଳି ଖୁସି ସମୟରେ ମଧ୍ୟ ସର୍ବଦା କେନ୍ଦ୍ରାପଡା ଲୋକଙ୍କ ସହ ରହିଥିଲେ ଓ ଏବେ ସେ ସାଂସଦ ନଥାଇ ମଧ୍ୟ ପୂର୍ବ ଭଳି ଲୋକଙ୍କ ସୁଖଦୁଃଖରେ ଠିଆ ହେଉଛନ୍ତି ।
ବର୍ତ୍ତମାନ ସମୟରେ ସମଗ୍ର ବିଶ୍ବ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ, ଏହି ସମୟରେ ବୈଜୟନ୍ତ ପଣ୍ଡା ନିଜ ଅଫିସ୍ ଓ ବିଜେପି କାର୍ଯ୍ୟକର୍ତ୍ତାଙ୍କ ମାଧ୍ୟମରେ କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ, ସୁଖିଲା ଖାଦ୍ୟ, ମାସ୍କ, ସାନିଟାଇଜର ଇତ୍ୟାଦି ବଣ୍ଟନ କରୁଛନ୍ତି ଓ ବିଦେଶ ତଥା ଅନ୍ୟ ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ସହାୟତା ଦେବା ସହ ସେମାନଙ୍କୁ ଓଡିଶା ଫେରାଇଆଣିବାରେ ମଧ୍ୟ ସହାୟତା କରୁଛନ୍ତି କିନ୍ତୁ ଠିକ୍ ଏହି  ସମୟରେ ଲୋକେ ଦେଖା ପାଉନାହାନ୍ତି ବର୍ତ୍ତମାନର ନିର୍ବାଚିତ ସାଂସଦଙ୍କର । ଏନେଇ ସାମାଜିକ ଗଣମାଧ୍ୟମରେ କିଛି ଦିନ ହେବ ଚର୍ଚ୍ଚା ଯୋର ଧରିଛି । କିନ୍ତୁ ଆଜି ଯେତେବେଳେ ଆଉ ଏକ ବିପତ୍ତି ରୂପରେ ମହାବାତ୍ୟା ଅମ୍ଫାନ ଓଡିଶା ଉପରକୁ ମାଡି ଆସିଛି, ଯେଉଁଥିରେକି କେନ୍ଦ୍ରାପଡା ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ଏହି ବାତ୍ୟା ଖବର ପାଇଲା ପରଠାରୁ ଶ୍ରୀ ପଣ୍ଡା ବିଜେପି କର୍ମୀଙ୍କ ମାଧ୍ୟମରେ ବିଭିନ୍ନ ସ୍ଥାନରେ ଖାଦ୍ୟ ସାମଗ୍ରୀ ଓ ଆବଶ୍ୟକୀୟ ଉପକରଣ ମହଜୁଦ କରାଇଛନ୍ତି ଓ କ୍ରମାଗତ ଭାବରେ କେନ୍ଦ୍ର ଓ ରାଜ୍ୟ ନେତୃତ୍ଵରେ ଯୋଗାଯୋଗରେ ରହି ଘଟଣାକ୍ରମ ଉପରେ ନଜର ରଖିଛନ୍ତି । କିନ୍ତୁ ସୂଚନାଯୋଗ୍ୟ ଯେ ଏହି ସମୟରେ କେନ୍ଦ୍ରାପଡା ସାଂସଦ ଦିଲ୍ଲୀର ଅଛନ୍ତି, ଏହି ଖବର ପ୍ରାୟତଃ ସମସ୍ତଙ୍କ ପାଖରେ ଅଛି ଏବଂ ଏନେଇ ନିଜେ ଅନୁଭବ ସାମାଜିକ ଗଣମାଧ୍ୟମରେ ମଧ୍ୟ ସ୍ପଷ୍ଟ କରିଛନ୍ତି ।
ଆଜି ସାମାଜିକ ଗଣମାଧ୍ୟମ ଟୁଇଟର ଓ ଫେସବୁକରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଲୋକ ଶ୍ରୀ ପଣ୍ଡାଙ୍କୁ ଅନୁରୋଧ କରିଛନ୍ତି ଯେ ବୈଜୟନ୍ତ ପଣ୍ଡା ଯେଉଁଭଳି ଅନ୍ୟ ରାଜ୍ୟ ଓ ଦେଶରୁ ଭାରତୀୟଙ୍କୁ ଉଦ୍ଧାର କରୁଛନ୍ତି ସେହିଭଳି ଦିଲ୍ଲୀରେ ଫସିଯାଇଥିବ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜନୀତିରୁ ଉର୍ଦ୍ଧରେ ରହି ଦୟାକରି ଉଦ୍ଧାର କରି ଆଣନ୍ତୁ ।

Leave A Reply