ଦେଶ ଦୁନିଆରେ ବିଭିନ୍ନ ରାଜା ମାନଙ୍କର ଅୟାସୀ ବିଷୟରେ ଆମେ ଅଳ୍ପ ବହୁତେ ଜାଣିଛେ l ସେମାଙ୍କ ବିଳାସବ୍ୟାସନ ଭିତରେ ଜୀବନ ବିତାଇବା ଖାସ ଅଭ୍ୟାସ ଥିଲା l ଏହି ମାନଙ୍କ ମଧ୍ୟରୁ ପଟିଆଲା ରାଜ ପରିବାରର ଅୟାସୀ ମହାରାଜା ଭୂପିନ୍ଦର ସିଂହ ଙ୍କ ଉପରେ ତାଙ୍କର ଦେବାନ ଜର୍ମାନୀ ଦାସ ଏକ ବହି ଲେଖିଛନ୍ତି l ଏହି ପୁସ୍ତକଟି ରେ ରାଜାଙ୍କର ଅୟାସୀ ବିଷୟରେ ଚର୍ଚା କରାଯାଇଛି l ଭୂପିନ୍ଦର ସିଂହ ଙ୍କୁ ଯେତେବେଳେ ମାତ୍ର ୯ ବର୍ଷ ବୟସ ହୋଇଥିଲା ସେତେବେଳେ ତାଙ୍କ ପିତା ମହାରାଜା ରାଜେନ୍ଦ୍ର ସିଂହ ମୃତ୍ୟୁ ହୋଇ ଯାଇଥିଲା l କିନ୍ତୁ ଆଇନ ଅନୁଯାଇ ୧୮ ବର୍ଷ ବୟସରେ ଭୂପିନ୍ଦର ସିଂହ ରାଜଗାଦି ସମ୍ଭାଳିଥିଲେ l ଏହି ସମୟରେ ମହାରାଜା ଙ୍କର ରଙ୍ଗୀନ ମିଜାଜ ର କାଜ୍ୟ କଳାପ ସାମ୍ନାକୁ ଆସିଥିଲା l
ତାଙ୍କ ରାଜ ପରିବାରକୁ ଜର୍ମାନୀ ଦାସ ଅତି ନିକଟରୁ ଦେଖିଥିଲେ ସେ ଏହି ପୁସ୍ତକରେ ଦର୍ଶାଇ ଛନ୍ତି l ରାଜା ଙ୍କର ୫ ଟି ରାଣୀ ଥିଲେ l ଏଥି ସହିତ ୩00 ରୁ ଅଧିକ ମହିଳାଙ୍କୁ ରାଣୀ ର ଆଖ୍ୟା ଦେଇ ସମ୍ପର୍କ ରଖିଥିଲେ l ଏହି ୫ଟି ରାଣୀଙ୍କ ପାଖରୁ ୮୨ଟି ଛୁଆ ଜନ୍ମ ହୋଇଥିଲେ ,ସେଥିମଧ୍ୟ ରୁ ୫୩ ଜଣ ଜୀବିତ ରହିଥିଲେ l ମହାରାଜା ତାଙ୍କର ସବୁର ରାଣୀଙ୍କ ପାଇଁ ପଟିଆଲାରେ ପୃଥକ ପୃଥକ ଭବ୍ୟ ମହଲ ତିଆରି କରିଥିଲେ l ଏହି ମହଲା ଗୁଡିକ ଭୋଗ ବିଳାସରେ ପୁର୍ଣ ଥିଲା l ସେହି ସମୟରେ ମଧ୍ୟ ମହାରାଜା ରାଣୀ ମାନଙ୍କର ସ୍ୱାସ୍ଥ୍ୟ ପ୍ରତି ସଜାଗ ଥିଲେ ଓ ଦେଶ ବିଦେଶର ବିଭିନ୍ନ ଡାକ୍ତରଙ୍କୁ ରାଣୀ ମାନଙ୍କର ଦେଖାଶୁଣା ପାଇଁ ନିଓଜିତ କରିଥିଲେ l ସେହି ଡାକ୍ତର ମାନେ ରାଣୀ ମାନଙ୍କର ଖାନପାନ ର ବିଶେଷ ଧ୍ୟାନ ରଖୁଥିଲେ l ଏଥିସହିତ ବିଦେଶରୁ ବିଯୁଟିସିଆନ୍ ମାନଙ୍କୁ ନିଜୁକ୍ତି ଦିଆ ଯାଇଥିଲା,ଯେଉଁ ମାନେକି ରାଣୀ ମାନଙ୍କର ସୌନ୍ଦର୍ଯ୍ୟ ର ଯତ୍ନ ନେଇ ପାରିବେ l ରାଜା ନିଜର ସନ୍ଧ୍ୟା ସମୟ କାହା ସହିତ ବିତାଇବେ ସେ କଥାକୁ ନେଇ ରାଣୀ ମାନଙ୍କ ମଧ୍ୟରେ ବେଳେ ବେଳେ ଝଗଡା ହେଊଥିଲା l ଜର୍ମାନୀ ଦାସ ତାଙ୍କ ପୁସ୍ତକରେ ଉଲେଖ କରିଛନ୍ତି ଯେ ରାଜା ପ୍ରତ୍ୟକ ଦିନ ସବୁ ରାଣୀଙ୍କ ନାମରେ ଗୋଟିଏ ଲେଖା ଲଣ୍ଠନ ଜଳାଉଥିଲେ l ଯେଉଁ ରାଣୀଙ୍କ ଲଣ୍ଠନଟି ପ୍ରଥମେ ଲିଭିବ ରାଜା ପରଦିନ ତାଙ୍କ ସହିତ ସନ୍ଧ୍ୟା ଓ ରାତି ବିତାଇବେ ବୋଲି ଧାର୍ଯ୍ୟ ହେଉଥିଲା l ଜର୍ମାନୀ ଦାସ ଏଠାରେ ଆଉ ଗୋଟିଏ ବିଷୟରେ ଉଲେଖ କରିଛନ୍ତି l
ରାଜା ଭୂପିନ୍ଦର ସିଂହ ତାଙ୍କ ନଗରକୁ ଯିବା ବାଟରେ ଆଉ ଏକ ମହଲ ବନେଇଥିଲେ l ସେହି ଭାବନାର ନାମ ଥିଲା “ଲୀଲା ମହଲ “l ଏହି ମହଲର ବିଶେଷ୍ୟତ୍ବ ଥିଲା ଯିଏ ବି ଏହି ମହଲ ଭିତରକୁ ଯିବ ଉଲଗ୍ନ ହୋଇ ଯିବ l ଏହି ନଗର ଭିତରେ ଏପରି ଏକ ପ୍ରସାଦ ଥିଲା ଯାହାକୁ “ପ୍ରେମ ମନ୍ଦିର “କୁହା ଯାଉଥିଲା,ଏଠାରେ ରାଜା ନିଜର ମଉଜ ମଜଲିସ୍ ରେ ସମୟ ଅତି ବହିଟା କରୁଥିଲେ l