ଗଞ୍ଜାମ18,5: ସମ୍ପ୍ରତି କିଲର କରୋନା ଜନ ସମୁଦାୟ କୁ ଆତଙ୍କିତ କରିରଖିଥିଲା ବେଳେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଅମ୍ଫନ କୁ ନେଇ ଲୋକେ ଆତଙ୍କିତ ହୋଇପଡିଛି। ଗତ ବର୍ଷ ଫନି ର ତାଣ୍ଡବ ଜନ ମାନସ ରୁ ଲିଭିନଥିବା ବେକେ ପୁଣି ଚଳିତ ବର୍ଷ ସମ୍ଭାବ୍ୟ ମହାବାତ୍ୟା ଲୋକଙ୍କୁ ଭୟଭୀତ କରିଛି।ଗଞ୍ଜାମ ଜିଲ୍ଲାରେ କରୋନା ତାର କାୟା ବିସ୍ତାର କରି ଗ୍ରୀନ ଯୋନ ରୁ ରେଡ ଯୋନ କୁ ଆସିଯାଇଥିବା ବେଳେ ବାହାର ରାଜ୍ୟ
ପ୍ରବାସୀ ସୁରାଟ ଫେରନ୍ତା ଙ୍କ ଠାରୁ ବିଭିନ୍ନ କରୋଣ୍ଟାଇନ ସେଣ୍ଟର ମାନଙ୍କରୁ 200 ଶହରୁ ଉର୍ଦ୍ଧ୍ଵ ସଂଖ୍ୟକ ଶ୍ରମଜୀବୀ ଙ୍କ ଠାରେ କରୋନା ପଜେଟିଭ ବାହାରିଛି।
ଏପରି ସ୍ଥିତି ରେ ସମ୍ଭାବ୍ୟ ମହାବାତ୍ୟାକୁ ନେଇ ଗଞ୍ଜାମ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇଯାଇଛନ୍ତି। ଗଞ୍ଜାମ ବ୍ଲକ ରେ ଗୋଖରକୁଦା, ପୋଡମ ପେଟା,ନୁଆଁ ପୋଡମ ପେଟା,ପ୍ରୟାଗୀ ପ୍ରମୁଖ ଗ୍ରାମର ସାମୁଦ୍ରିକ ମସ୍ୟଜୀବୀ ମାନେ ସମୁଦ୍ରକୁ ମାଛ ମାରିବାକୁ ଯାଇ ନଥିବା ଜଣା ପଡ଼ିଛି। କିଛି ଦିନ ତଳେ ସମୁଦ୍ର ମଧ୍ୟରେ ସାମୁଦ୍ରିକ ଝଡ଼ ସୃଷ୍ଟି ହୋଇ ଜୈନେକ ମସ୍ୟଜୀବୀ ଙ୍କ ଆଜି ପଯ୍ୟନ୍ତ ପତ୍ତା ମିଳି ନଥିବା ବେଳେ ପାଣିପାଗ ସୂଚନା ମିଳିବା ପରେ ମସ୍ୟଜୀବୀ ମାନେ ପୂର୍ବରୁ ହିଁ ସମୁଦ୍ରକୁ ନ ଯାଇ ଜାଲ ସଜାଡ଼ିବା କାମରେ ସମୟ ବିତାଉଛନ୍ତି।ଗଞ୍ଜାମ ବ୍ଲକ ର ରାମଗଡ଼,ପାଳିବନ୍ଧ ପଞ୍ଚାୟତ ସମୁଦ୍ର ଉପକୂଳ ଅଞ୍ଚଳରେ ରହିଥିବା ବେଳେ ଗଞ୍ଜାମ ସହରାଞ୍ଚଳ ଋଷିକୂଲ୍ୟା ନଦୀ ର ନିକଟ ଓ ସମୁଦ୍ରର 5 କିଲୋମିଟର ମିଟର ମଧ୍ୟରେ ରହିଛି। ସେହିପରି ରମ୍ଭା ସହରାଞ୍ଚଳ ,ସାନ ରାମଚନ୍ଦ୍ର ପୁର ଝାରେଡି ରାଧାଗୋବିନ୍ଦ ପୁର ପ୍ରମୁଖ ପଞ୍ଚାୟତ ଚିଲିକା ହ୍ରଦ ର ନିକଟରେ ରହିଥିବା ଫଳରେ ପୂର୍ବରୁ ଆସିଥିବା ସାମୁଦ୍ରିକ ଝଡ ମାନଙ୍କରେ ଏହି ସବୁ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବା ନଜିର ରହିଛି।
ଅନ୍ୟପଟେ ଗଞ୍ଜାମ ବ୍ଲକ ଗୋଟିଏ କୃଷି ପ୍ରଧାନ ବ୍ଲକ ହୋଇଥିବା ବେଳେ ସମ୍ଭାବ୍ୟ ମହାବାତ୍ୟା କୁ ନେଇ ଚାଷୀକୂଳ ଚିନ୍ତିତ ହୋଇପଡିଛି।କିଛି ଦିନ ପୂର୍ବରୁ ଲକ ଡାଉନ ପ୍ରଭାବରେ ଅଭାବି ଟମାଟୋ ଓ ଲଙ୍କା ବିକ୍ରି ପାଇଁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କାଳବୈଶାଖୀ ଓ କୁଆପଥର ବର୍ଷା ପ୍ରଭାବରେ ବ୍ୟାପକ ପନିପରିବା ନଷ୍ଟ ହୋଇ ପଡିବା ଫଳରେ ଗଞ୍ଜାମ ବ୍ଲକ ର ବିଭିନ୍ନ ବ୍ଲକ ର ଚାଷୀ ଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଛି।ଅନ୍ୟପଟେ ଗଞ୍ଜାମ ସହର ର ମୁଖ୍ୟରାସ୍ତା ସାନ ବଜାର ଠାରୁ ବଡ ବଜାର ତ୍ରିବେଣୀ ମଠ ଛକ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କୁ ନେଇ ସମସ୍ତ ଉଠାଦୋକାନି ମାନଙ୍କୁ ପ୍ରଶାସନ ପକ୍ଷରୁ ଉଛେଦ କରାଯାଇଥିବା ବେଳେ ସେମାନଙ୍କ ନିମନ୍ତେ ଭେଣ୍ଡିଙ୍ଗ ଯୋନ ବ୍ୟବସ୍ଥା କରା ନ ଯାଇ ଥଇଥାନ କରାଯାଇ ନାହିଁ।ଫଳରେ ସେମାନେ ଜୀବିକା ହରାଇ ଚିନ୍ତିତ ହୋଇପଡିଛନ୍ତି।
ଏପରି ସ୍ଥିତି ରେ ସେମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯାଇନଥିବା ଯୋଗୁଁ ସେମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇପଡିଥିବା ଦାମୋଦରପୁର ଗ୍ରାମର ବୁଲୁ ବେହେରା କହିଛନ୍ତି। ସେହିପରି ଗଞ୍ଜାମ ସହରାଞ୍ଚଳରେ କିଛି କଚ୍ଚା ଘର ମଧ୍ୟ ରହିଛି।ସେହି ମାନେ ସମ୍ଭାବ୍ୟ ମହାବାତ୍ୟା କୁ ଆତଙ୍କିତ ହୋଇପଡିଥିବା ଜଣା ପଡ଼ିଛି।ଏହି ସମ୍ଭାବ୍ୟ ମହାବାତ୍ୟାକୁ ନେଇ ବ୍ଲକ ପ୍ରଶାସନ ,ଓ ଏନ ଏ ସି ପ୍ରଶାସନ ସଜାଗ ରହିଥିବା ଜଣାପଡିଛି।