Odisha news

ସ୍କୁଲପିଅନ କୁ ହତ୍ୟା ,4 ଅଟକ

0
ବାରଙ୍ଗ : ସ୍କୁଲ ପିଅନ କୁ ପଥର ରେ ଛେଚି ହତ୍ୟା । ଏଭଳି ଘଟଣା  ଚନ୍ଦକାଥାନା  ପାଇକରାପୁର ଅଞ୍ଚଳରେ ଦେଖିବାକୁ ମିଳିଛି । ମଙ୍ଗଳବାର ସକାଳୁ ପାଇକରାପୁର  ପାହାଡ଼ତଳୁ ସ୍କୁଲ ପିଅନ ବଂଶିଧର ଜେନା ନାମକ ବ୍ୟକ୍ତିଙ୍କର ମୃତଦେହକୁ ଠାବ କରିଛି ପୋଲିସ । ମୃତକ ବଂଶିଧରଙ୍କ ଘର  ରେତଙ୍ଗପଞ୍ଚାୟତ ବ୍ରହ୍ମକୁଣ୍ଡଳଗାଁରେ ହୋଇଥିବାବେଳେ  ସେ ଚନ୍ଦକାଥାନା ଅଧିନରେଥିବା ପାଇକରାପୁର ସ୍କୁଲରେ ପିଅନ୍ ଭାବେ କାମକରୁଥିଲେ ।ଗତକାଲିଠାରୁ ସେ ଘରକୁ ଫେରିନଥିଲେ ।ମଙ୍ଗଳବାର ସକାଳେ ସ୍ଥନୀୟ ଗ୍ରାମର କିଛିଯୁବକ ମୃତଦେହ ପଡିଥିବାର ଦେଖି ପୋଲିସକୁ ଖବରଦେବାପରେ ଘଟଣା ଜଣାପଡିଥିଲା ।ପୋଲିସ ସାଇନଟିଫିକଟିମ ଧରି ପହଁଚି ଘଟଣାସ୍ଥଳରୁ  ଚପଲ, ମଦବୋତଲ, ସିଗାରେଟ, ମୋବାଇଲ ଫୋନ ଓ ପର୍ସ, ରକ୍ତଲଗା ପଥରକୁ ଜବତ କରିଛି । ବଂଶିଧରକୁ ହତ୍ୟା କରାଯାଇଛି ବୋଲି  ପରିବାରପକ୍ଷରୁ ଥାନାରେ ଅଭିଯୋଗ କରାଯିବାପରେ ପୋଲିସ ୪ଜଣଙ୍କୁ ଅଟକ ରଖି ତଦନ୍ତ ଜରିରଖିଛି ।  ।
ପ୍ରକାସ ଯେ, ପାଇକରାପୁର ସରକାରୀ ବିଦ୍ୟାଳୟରେ ପିଅନଭାବେ କାର୍ଯ୍ୟକରୁଥିବା  ବଂଶିଧରଙ୍କର ଆଉ ଗୋଟେବର୍ଷପରେ ଚାକିରିରୁ ଅବସର ନେଇଥାନ୍ତେ ।କିନ୍ତୁ ହତ୍ୟାର ଶିକାର ହୋଇ ଜୀବନରୁ ପୁରା ଅବସର ନେଇଯାଇଥିଲେ ବଂଶୀ।ପରିବାରଲୋକଙ୍କ ଅଭିଯୋଗ ଅନୁଯାୟୀ ଗତକାଲିରାତି ଦଶଟା୧୫ରେ ଶେଷଥରପାଇଁ ବଂଶିଧର ତାଙ୍କ ବୋହୁ ଓ ନାତି ସହ କଥାହୋଇ ବୋହୁକୁ ହଜାରେଟଙ୍କା ପଠାଇବାକୁ କହିଥିଲେ ।ତାଙ୍କପାଖରେ ନଥିବାରୁ ପୁଅସହ କଥାହେବାକୁ ବୋହୁ କହିବାପରେ ସେ ମନାକରିଦେଇଥିଲେ ।ପରେ ବାରଙ୍ଗର ଜୋଇଁଙ୍କ ସହ କଥାହୋଇ ହଜାରେ ଟଙ୍କା ମାଗିଥିଲେ ।ଫୋନ ପେ ରେ ଛାଡିବାପାଇଁ ବଂଶିଧର ଅନ୍ୟଏକ ନମ୍ବର ଦେଇଥିଲେ ଓ ଗାଡିଖରାପଥିଲା ଘରକୁ ଯାଉଛି ବୋଲି କହିଥିଲେ ।ଟଙ୍କାଛାଡିଦେବା ପରେ ଜ୍ୟୋଇଁ କଥାହେବାକୁ ଚେଷ୍ଟା   କରିଥିବାବେଳେ ସେତେବେଳକୁ ବଂଶିଧରର ମୋବାଇଲ ସୁଇଜଅପ୍ ହୋଇଯାଇଥିଲା ।ମଙ୍ଗଳବାରସକାଳେ ତାଙ୍କର ମୃତ୍ୟୁ ଖବର ପାଇଥିଲୁ ।ଯେହେତୁ ସେ ମଦ୍ୟପାନ କରନ୍ତି ତେଣୁତାଙ୍କ ସାଙ୍ଗରେ ମିଶି ମଦପିଇ ବାଡେଇ ମାରିଛନ୍ତି ବୋଲି ତାଙ୍କ ପୁଅ ଜ୍ୟୋତିରଞନଜେନା ଓ ସମୁଦୁଣି ଖୋଲଣାଜେନା କହିଛନ୍ତି ।
 ମଙ୍ଗଳବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ସ୍କୁଲପଡିଆର ପଛପଟରେ ଥିବା ସନ୍ତୋଷୀମାନ ମନ୍ଦିର ପାଖ ପାହଡତଳେ ବଂଶିଧରଙ୍କ ରକ୍ତଜୁଡୁବୁଡୁ ମୃତଶରୀର ପଡିଥିବାର ଦେଖିବାକୁ ପାଇଥିଲେ ।ବଂଶୀଧର.ମୁଣ୍ଡ ମୁହଁ ଏକ ପଥରରେ ଛେଚାଯାଇ ହତ୍ୟା କରାଯାଇଥିବାର ଅନୁମାନ କରିଥିଲେ ।ପାଖରେ ଚପଲ, ମଦବୋତଲ, ସିଗାରେଟ, ମୋବାଇଲ ଫୋନ ଓ ପର୍ସ, ରକ୍ତଲଗା ପଥର ପଡ଼ିଥିବାର ଦେଖି ପୋଲିସକୁ ଖବର ଦେଇଥିଲେ ।ପୋଲିସ ଘଟଣାସ୍ଥଳରେ ସାଇନଟିଫିକ ଟିମ ଧରିଆସି ତଦନ୍ତ ଆରମ୍ଭ କରିଥିଲା ।ପରିବାର ହତ୍ୟା ଅଭିଯୋଗ କରିବାପରେ ପୋଲିସ ଫୋନପେରେ ହଜାରେଟଙ୍କା ଛଡାଯାଇଥିବା ମୋବଇଲନମ୍ବର ଆଧାରରେ ୪ଜଣଙ୍କୁ ଆଣିଅଟକ ରଖି ପଚରାଉଚରା କରୁଥିବାର ଜଣାପଡିଛି ।
IEC 2 years
Leave A Reply