ଆମେ ମାନେ ଅନେକ ସମୟରେ ଶାରୀରିକ ଯନ୍ତ୍ରଣା ରୁ ରକ୍ଷା ପାଇବା ପାଇଁ ପେନକିଲର ସେବନ କରିଥାଉ l ଅନେକ ସମୟରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଓ ଅଧିକାଂଶ ସମୟରେ ନିଜର ଇଛା ମୁତାବକ l ବିଶେଷ ଭାବରେ ଏହି ପେନକିଲର ଗୁଡିକ ଶରୀର ପାଇଁ ଖୁବ ବିପଦଜନକ ହୋଇଥାଏ ବୋଲି ଆମେ ଜାଣି ନଥାଉ l କିନ୍ତୁ ବେଳେବେଳେ ଏହି ପେନକିଲର ଜୀବନ ପ୍ରତି ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ l ଯଦି ପେନକିଲର ସେବନ ସମୟରେ କିଛିଟା ଜରୁରୀ କଥାକୁ ଧ୍ୟାନରେ ରଖିବେ ତେବେ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିବ ନାହିଁ l
ପେନକିଲର ଖାଇବା ସମୟରେ କରିଥାଉ ଏହି ଭୁଲ –
– ଚା ସହିତ ପେନକିଲର ସେବନ କରିବା
– କିମ୍ବା ଅନ୍ୟ କୌଣସି ପାନୀୟ ପଦାର୍ଥ ଯେପରିକି କଫି, ଦୁଗ୍ଧ, ଜୁସ ସହିତ ପେନକିଲର ସେବନ କରିବା
– ଖାଲି ପେଟରେ ସେବନ କରିବା
– ଯଦି ଆପଣ ଏଭି ସବୁ ଜିନିଷକୁ ସେବନ କରି ପେନକିଲର ସେବନ କରୁଛନ୍ତି ତେବେ ଜୀବନ ପ୍ରତି ବିପଦ ଜନକ ହୋଇଥାଏ l
ପେନକିଲର ଖାଇବାର ଠିକ ଉପାୟ –
– ପେନକିଲର କଦାପି ଖାଲି ପେଟରେ ଖାଇବା ଠିକ ନୁହେଁ l
– ପେନକିଲର ଖାଇବା ପୂର୍ବରୁ ଅଧିକ ମାତ୍ରାରେ ପାଣି ପିଇବା ନିହାତି ଜରୁରୀ l
– ଯଦି ଆପଣ ଜଣେ ଗ୍ୟାସ ରୋଗୀ ତେବେ ନିହାତି ଗ୍ୟାସ ମେଡ଼ିସିନ ସେବନ କରିବା ଉଚିତ l
– ସର୍ବଦା ପେନକିଲର ସେବନ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ନିହାତି ଉଚିତ l
ପେନକିଳାର ସେବନ ଦ୍ୱାରା କଣ ପ୍ରଭାବ ପଡିଥାଏ –
– ପେନକିଲର ଯଦି ଠିକ ଭାବରେ ଖାଇବା ନାହିଁ ତେବେ ଏହା କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇଥାଏ l ଯାହାକି ଜୀବନ ପ୍ରତି ବିପଦପୂର୍ଣ୍ଣ ହୋଇପାରେ l
– କାରଣ ପେନକିଲର ଖାଇବା ଦ୍ୱାରା ଶରୀରରେ ଶେର୍କୁଲେଟ ହେଉଥିବା ବ୍ଲଡ଼ ଖୁବ ପତଳା ହୋଇ ଯାଇଥାଏ, ଏହାଦ୍ୱାରା ଯନ୍ତ୍ରଣା ନିୟନ୍ତ୍ରଣ ହୋଇଥାଏ l
– ଯଦି ପେନକିଲର ଠିକ ଭାବରେ ଆମେ ସେବନ କରି ନଥାଉ ତେବେ ଏହା କିଡ୍ନୀ ଉପରେ ଖରାପ ପ୍ରଭାବ ପକାଇ ଥାଏ l
– ପେନକିଲର ସେବନ ଦ୍ୱାରା ଏଥିପାଇଁ କିଡ୍ନୀ ଉପରେ ପ୍ରଭାବ ପଡିଥାଏ କାହିଁକି ନା କିଡ୍ନୀ ରେ ବ୍ଲଡ଼ ଶେର୍କୁଲେସନ ଠିକ ରେ ହୋଇ ନଥାଏ l
– ଯଦି ନିୟମିତ ଭାବରେ ପେନକିଲର ସେବନ କରିବାର ଅଭ୍ୟାସ କରିବେ ତେବେ କିଡ୍ନୀ ଫେଲ ମଧ୍ୟ ହୋଇଥାଏ l
