Odisha news

ମଙ୍ଗଳବାର ଦିନ ଓସ୍ତ ବୃକ୍ଷରେ କରନ୍ତୁ ଏହି ଚମତ୍କାରୀ ଉପାୟ, ହେବ ଧନ ବୃଦ୍ଧି

0

ହିନ୍ଦୁ ଧର୍ମରେ ଓସ୍ତ ଗଛ ବା ପିପାଳ ବୃକ୍ଷକୁ ଗୋଟିଏ ପବିତ୍ର ବୃକ୍ଷ ଭାବରେ ଗ୍ରହଣ କରାଯାଇ ଥାଏ l ଏଭଳି ମାନ୍ୟତା ରହିଛି ପିପଳ ବା ଓସ୍ତବୃକ୍ଷରେ ତ୍ରିଦେବ ବାସ କରନ୍ତି, ଏହି ବୃକ୍ଷର ମୂଳରେ ବ୍ରହ୍ମା, ଡାଳ ରେ ବିଷ୍ଣୁ ଓ ଉପର ଭାଗରେ ଶଙ୍କର ବା ମହାଦେବ ବାସ କରନ୍ତି l  ସେଥିପାଇଁ ଏହି ଗଛକୁ ଦେବ ବୃକ୍ଷ ବୋଲି କୁହାଯାଇ ଥାଏ l  ଓସ୍ତବୃକ୍ଷରେ ପୂଜା କରିବା ଖୁବ ଶୁଭ ଅଟେ l  କାହିଁକି ନା ଏହାର ପ୍ରଭାବ ଖୁବ ଶୀଘ୍ର ଜୀବନ ଉପରେ ପଡିଥାଏ l  କଠିନ ରୁ କଠିନ ସମସ୍ୟାର ମଧ୍ୟ ସମାଧାନ ମଧ୍ୟ ହୋଇ ଯାଇଥାଏ l  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ ଯଦି ଓସ୍ତବୃକ୍ଷର ନିକଟରେ କିଛିଟା ଉପାୟ କରାଯାଇ ଥାଏ ତେବେ ବିଭିନ୍ନ ପ୍ରକାର ସମସ୍ୟା ଦୂର ହୋଇଥାଏ l

ପ୍ରତି ମଙ୍ଗଳବାର ରେ କରନ୍ତୁ ଓସ୍ତବୃକ୍ଷରେ ଏହି ଉପାୟ –

* ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇଁ –
ଯଦି ଆପଣଙ୍କର କୌଣସି କାର୍ଯ୍ୟ ଦୀର୍ଘ ସମୟ ଧରି ଅଟକି ରହିଛି ଓ ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ହୋଇପାରୁ ନାହିଁ ତେବେ ମଙ୍ଗଳବାର ଦିନ ୧୧ ଟି ଓସ୍ତବୃକ୍ଷର ପତ୍ର ତୋଳି ଆଣନ୍ତୁ l ଯେଭଳି ପତ୍ର ଗୁଡିକ ଛିଡି ନଥିବ l ଏହି ପତ୍ର ଗୁଡିକ ଉପରେ ସିନ୍ଦୁର ଓ ଚନ୍ଦନ ମିଶାଇ ଜୟ ଶ୍ରୀ ରାମ ଲେଖି ଦିଅନ୍ତୁ l  ଏହି ନାମକୁ ଲେଖିବା ସମୟରେ ପବିତ୍ର ମନରେ ହନୁମାନ ଚାଳିଶା ପାଠ କରନ୍ତୁ l  ଏହାପରେ ଏହି ୧୧ ଟି ପତ୍ରରେ ଗୋଟିଏ ନାଲି ରଙ୍ଗର ସୂତାରେ ମାଳା ଟିଏ ଗୁନ୍ଥି ନିଅନ୍ତୁ l  ଏହି ମାଳା କୁ ହନୁମାନ ଙ୍କୁ ଅର୍ପଣ କରନ୍ତୁ ଏହାଦ୍ୱାରା ଆପଣଙ୍କର ପଡି ରହିଥିବା କାର୍ଯ୍ୟ ସୁରୁଖୁରୁ ରେ ହୋଇଯିବ l

* ଧନ ପ୍ରାପ୍ତି ପାଇଁ –
ଯଦି ଆପଣ ଧନ ସମ୍ବନ୍ଧୀୟ ସମସ୍ୟାରେ ସଂଘର୍ଷ କରୁଛନ୍ତି ତେବେ ମଙ୍ଗଳବାର ଦିନ ଓସ୍ତବୃକ୍ଷର କିଛି ପତ୍ର ତୋଳି ଘରକୁ ନେଇ ଆସନ୍ତୁ l ଏହାକୁ ଗଙ୍ଗାଜଳ ରେ ଧୋଇ ପବିତ୍ର କରି ଦିଅନ୍ତୁ l  ଏହାପରେ ହଳଦୀ ଓ ଦହିକୁ ମିଶାଇ ନିଜର ଅନାମିକା ଆଙ୍ଗୁଳି ସହଜରେ ‘ହିଂ ‘ ଲେଖନ୍ତୁ l ଏହାପରେ ହନୁମାନ ଚାଳିଶା ପାଠ କରି ଦୀପ ଦ୍ୱାରା ବନ୍ଦାଇ ନିଅନ୍ତୁ ଓ ହନୁମାନ ଚାଳିଶା ସମାପ୍ତ ହେବା ପରେ ନିଜ ପର୍ସ ରେ ରଖି ନିଅନ୍ତୁ l ପ୍ରତି ମଙ୍ଗଳବାର ଏହି କାର୍ଯ୍ୟକୁ କରନ୍ତୁ ଏହାଛଡା ପୁରୁଣା ପତ୍ରକୁ ବାହାର କରି ପବିତ୍ର ଜଳରେ ପ୍ରବାହିତ କରି ଦିଅନ୍ତୁ l

* ଶନି ଦେବଙ୍କ ସାଢେ ସାତୀ ରୁ ମୁକ୍ତି ପାଇବା ପାଇଁ –
ଯଦି ଆପଣ ଶନିବାର ଦିନ ସାଢ଼େସାତୀ ଦ୍ୱାରା ପୀଡିତ ହେଉଛନ୍ତି ତେବେ ପ୍ରତି ଶନିବାର ଦିନ ଓସ୍ତବୃକ୍ଷରେ  ଜଳ ଅର୍ପିତ କରନ୍ତୁ l ଏହାଛଡା ଓସ୍ତବୃକ୍ଷ ମୂଳରେ ସୋରିଷ ତେଲ ର ଗୋଟିଏ ଦୀପ ଜଳାଇ ଦିଅନ୍ତୁ l  ଏହାଦ୍ୱାରା ଶନି ଦେବଙ୍କ କୃପା ପ୍ରାପ୍ତି ହୋଇଥାଏ ଓ ଭାଗ୍ୟ ଉଦୟ ମଧ୍ୟ ହୋଇଥାଏ l

Nalco
Leave A Reply