Odisha news

ପାଦକୁ ସୁନ୍ଦର୍ କରିଦେବ ଏହି ଘରୋଇ ପେଡିକିଓର , ବର୍ଷା ଦିନରେ ବିଶେଷ ଭାବରେ ଆପଣାନ୍ତୁ

ସୁନ୍ଦର ଚେହେରା ସହିତ ସୁନ୍ଦର୍ ହାତ ପାଦ ସମସ୍ତେ ଇଚ୍ଛା କରିଥାଆନ୍ତି । ସାଧାରଣତଃ ମହିଳା ମାନେ ନିଜ ପାଦ ଓ ହାତକୁ ସଜାଇବା ପାଇଁ ଭଲ ପାଇ ଥାଆନ୍ତି । ଆକର୍ଷଣୀୟ ହାତ ଓ ପାଦ ସମସ୍ତଙ୍କୁ ଦେଖିବା ପାଇଁ ଖୁବ୍ ଭଲ ଲାଗିଥାଏ । ପାଦ ଗୋଇଠୀ ରେ ମଳି ଜାଣିବା ଦ୍ବାରା ପାଦ ଫାଟି ଥାଏ । ସବୁବେଳେ ପାର୍ଲର ଯାଇ ପଇସା ଖର୍ଚ୍ଚ କରିବା ସମ୍ଭବ ନୁହେଁ । ତେଣୁ ଆମେ କିଛିଟା ଘରୋଇ ଉପଚାର ଦ୍ଵାରା ପେଡିକିଅର୍ କରିବା ।
ଆଜି ଆସନ୍ତୁ ଜାଣିବା ବର୍ଷା ଋତୁରେ କିପରି ପଦକୁର ଆକର୍ଷଣୀୟ କରିବେ , ସେଥିପାଇଁ ଆବଶ୍ୟକ ପେଡିକିଓର ।
* ସର୍ବ ପ୍ରଥମେ ନଖରୁ ନେଲ୍ ପଳିସ ରୀମୁଭର ସାହାଯ୍ୟ ରେ ପୋଛି ନିଅନ୍ତୁ । ଏହାପରେ ନଖ ଗୁଡ଼ିକୁ ସୁନ୍ଦର୍ ଭାବରେ ସାଇଜ କରି କାଟି ଫାଇଲର ସାହାଯ୍ୟରେ ଘଷି ନିଅନ୍ତୁ ।
*ଏହାପରେ ଗୋଟିଏ ପାଣି ପାତ୍ରରେ ପାଣି ନିଅନ୍ତୁ ଯେପରି ସେଥିରେ ପାଦ ୨ଟି ବୁଡି ପାରୁଥିବ । ସେହି ପାଣିରେ ୨ଫଳ ଲେମ୍ବୁ , କିଛି ଗୋଲାପ ଜଳ , ୨ଚାମଚ୍ ମହୁ ଓ ସାମାନ୍ୟ ସାମ୍ପୂ ପକାନ୍ତୁ । ଏହାପରେ ପାଦ ଦୁଇଟିକୁ ବୁଡାଇ ନିଅନ୍ତୁ । ୧୨ ମିନିଟ୍ ପର୍ଯ୍ୟନ୍ତ ପାଦକୁ ବତୁରାଇ ରଖନ୍ତୁ । ତା ପରେ ପାଦକୁ ଗୋଟିଏ ଦାନ୍ତ ଘଷା ବ୍ରସ୍ ରେ ଘଷି ପାଦ ତଳୁ ଓ ଉପରୁ ମଳି ଛାଡ଼ନ୍ତୁ । ତଳି ପାଦକୁ ଗୋଟିଏ ଫାଇଲର ସାହାଯ୍ୟ ରେ ଘସନ୍ତୁ ।
” ଗୋଟିଏ ବାଉଲ୍ ରେ କିଛି ଦାନା ଦାର ଚିନି , ନଡ଼ିଆ ତେଲ , ଲେମନ୍ ଏସେନସିଆଲ୍ ଅଏଲ୍ ନିଅନ୍ତୁ । ଏହାପରେ ଏହି ସ୍କ୍ରବ୍ ସାହାଯ୍ୟ ରେ ସର୍କୁଲାର୍ ମୋସନ ରେ ମାଲିସ କରନ୍ତୁ । ଏହାପରେ ପାଦକୁ ପୋଛି ଦିଅନ୍ତୁ ।
* ପାଦକୁ ମାଲିସ ପରେ ପ୍ୟାକ୍ ଦେବା ଜରୁରୀ । ତେଣୁ ମହୁ ୨ଚାମଚ୍ , ହଳଦୀ ଗୋଟେ ଚାମଚ୍ ଓ କର୍ନଫ୍ଲୋର ୩ ଚାମଚ୍ ନେଇ ଗୋଟିଏ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଯଦି ପେଷ୍ଟ ଟି ଅଧିକ କାଠୁଆ ହୋଇଯାଏ ତେବେ ଏଥିରେ କିଛି ଗୋଲାପ ଜଳ ମିଶାଇବେ । ଏହାପରେ ଏହାକୁ ପାଦରେ ଭଲରେ ଲଗାଇ ନିଅନ୍ତୁ ।
* ପ୍ୟାକ୍ କୁ ୨୦ – ୩୦ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ । ତା ପରେ ଏହାକୁ ଗୋଟିଏ ତଉଲିଆ ରେ ପୋଛି ନିଅନ୍ତୁ । ପୋଛି ସରିଲା ପରେ ଏଥିରେ ମାଇଶ୍ଚରାଇଯାର ଲଗାନ୍ତୁ । ଦେଖିବେ ଆପଣଙ୍କ ପାଦ ଆକର୍ଷଣୀୟ ଲଗିବ ।

Comments are closed.