ପଟ୍ଟାମୁଣ୍ଡାଇ ତା୨୯.୧୦- ସ୍ଥାନୀୟ ବାଲିପାଟଣା ଗ୍ରାମ ପଚାଂୟତରେ ଆଧାର ସଂଶୋଧନ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଦୀର୍ଘଦିନ ଧରି ପଟ୍ଟାମୁଣ୍ଡାଇରେ ଏହି ସୁବିଧା ଉପଲବ୍ଧ ହେଉନଥିବାରୁ ଲୋକମାନେ ଆଧାର ସଂଶୋଧନ ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହି ସଂଶୋଧନ କେନ୍ଦ୍ରକୁ ପୂର୍ବତନ ସରପଚଂ କିଶୋର କୁମାର ଜେନା ଉଦଘାଟନ କରିଥିବାବେଳେ ଏହି ଉସôବରେ ସିଏସସିର ଜିଲ୍ଲା ପରିଚାଳକ ହମଦ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲ୍ଲଭ କୁମାର ମଲ୍ଲିକ, ଗୋକୁଳାନନ୍ଦ ବାରିକ, ମନୋରଞନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସମୀର ପାତ୍ର ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
