ଆଳୁ ଚୋପା ଆଉ ଫିଙ୍ଗନ୍ତୁ ନାହିଁ : ଏଥିରେ ଥିବା ଗୁଣକାରୀ ତତ୍ୱ ହାର୍ଟ କୁ ସୁରକ୍ଷା ଦେବା ସହିତ କୋଲେଷ୍ଟ୍ରଲ ସମସ୍ୟା କୁ କରିଥାଏ ଦୂର
ଆଳୁ ଦୈନନ୍ଦିନ ଜୀବନ ର ଗୋଟିଏ ଗୁରୁତ୍ୱପୂର୍ଣ ପରିବା, ଯାହାର ବ୍ୟବହାର ସମସ୍ତ ତରକାରୀ ରେ ହୋଇଥାଏ l ବିନା ଆଳୁ ରେ କୌଣସି ତରକାରୀ ସମ୍ଭବ ନୁହେଁ l ଏହି ଆଳୁକୁ ସିନା ଖାଦ୍ୟରେ ପ୍ରୟୋଗ କରାଯାଇ ଥାଏ, କିନ୍ତୁ ଏହାର ଚୋପା ମଧ୍ୟ ଶରୀର ପାଇଁ ଖୁବ ଉପଯୋଗୀ l ଆଳୁ ଚୋପା ରେ ରୋଗ ସହିତ ଲଢ଼ିବାର ଶକ୍ତି ରହିଛି l ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେଲେ ଯେ ଆଳୁ ଚୋପା ରୁ ଫ୍ୟାଟ, କୋଲେଷ୍ଟ୍ରଲ ଓ ସୋଡିୟମ ର ମାତ୍ରା ଖୁବ ଅଧିକ ରହିଛି l ଯଦି ଆପଣ ଏହାର ଚୋପା କୁ ଫିଙ୍ଗି ଦେଉଛନ୍ତି ତେବେ ନିହାତି ତାର ଲାଭ ଜାଣି ନିଅନ୍ତୁ l
– ଆଳୁ ଚୋପା ତ୍ୱଚା ପାଇଁ ଖୁବ ଲାଭ ଦାୟକ l ଏଥିରେ ଅଣ୍ଟିବ୍ୟାକ୍ଟେରିଆଲ ଗୁଣ ଓ ଫେନଲିକ ରହିଛି l ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ତ୍ୱଚାର କଳା ଦାଗ କୁ ଦୂର କରିବାରେ ସାହାଯ୍ୟ କରିଥାଏ l ତେଣୁ ନିୟମିତ ଆପଣ ଆଳୁ ଚୋପା କୁ ମୁହଁ ରେ ଘସନ୍ତୁ l
– ଆଳୁ ଚୋପା ରେ ଭିଟାମିନ ସି ର ମାତ୍ରା ଭରପୁର ମାତ୍ରାରେ ରହିଥାଏ, ଏବଂ ଅଣ୍ଟିଆକ୍ସିଡେଣ୍ଟ ସହିତ ଭିଟାମିନ ବି କମ୍ପ୍ଲେକ୍ସ ଓ କ୍ୟାଲସିୟମ ମଧ୍ୟ ରହିଛି ଯାହାକି ଇମ୍ୟୁନିଟି ବୁଷ୍ଟ କରିଥାଏ l ବିଭିନ୍ନ ପ୍ରକାର ରୋଗ ଠାରୁ ମ,ଆଧ୍ୟ୍ୟ ଦୁରେଇ ରଖିଥାଏ l
– ଆଳୁ ଚୋପା ରେ ଆଇରନ, ପୋଟାସିୟମ, ମଗ୍ନେଶୀୟମ, ଫସଫରସ, କ୍ୟାଲସିୟମ, କପର ଓ ଜିଙ୍କ ଭରପୁର ମାତ୍ରାରେ ରହିଛି l ଏହାକୁ ସେବନ କରିବା ଦ୍ୱାରା ହାଡ଼ ମଜବୁତ ହୋଇଥାଏ, ଯଦି ମହିଳା ମାନେ ଆଳୁ ଚୋପା ର ରସକୁ ନିୟମିତ ସେବନ କରିବେ ତେବେ ଅଷ୍ଟ୍ରିୟପରସିସ ରୋଗ ଠାରୁ ଦୁରେଇ ରହି ଥାଆନ୍ତି l
– ଆଳୁ ଚୋପା ରେ ଫାଇଟକେମିକାଲଶ ରହିଥାଏ ,ଏଥିରେ ଥିବା କ୍ଳରୋଜେନିକ ଏସିଡ କ୍ୟାନ୍ସର ର ବିପଦ କୁ ମଧ୍ୟ କିଛି ମାତ୍ରାରେ ଦୂର କରିବାରେ ସାହାଯ୍ୟ କରିଥାଏ l
– ଆଳୁ ର ଚୋପା ରେ ପୋଟାସିୟମ ର ମାତ୍ରା ଏତେ ଅଧିକ ରହିଥାଏ ଯେ ଯାହା ହାର୍ଟ ହେଲଥ କୁ ମଧ୍ୟ ସୁସ୍ଥ ରଖିଥାଏ, ଯଦି ନିୟମିତ ଆଳୁ ଚୋପା ଛେଚି କି ଖାଇବେ ତେବେ କୋଲେଷ୍ଟ୍ରଲ ସମସ୍ୟା ଏବଂ ହାର୍ଟ ଆଟାକ ସମସ୍ୟା ଦୂର ହୋଇଥାଏ l
